ପକ୍ଷୀମାନେ ବ୍ୟବହାର କରନ୍ତି ଜିପିଏସ୍‌

ବର୍ତ୍ତମାନ ଆମେ ଯଦି କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତା ଭୁଲିଯାଉଛୁ ତେବେ ଜିପିଏସ୍‌ର ସହାୟତା ନେଉଛୁ । ତେବେ ନିକଟରେ ଏକ ସର୍ଭେ ଅନୁସାରେ ପକ୍ଷୀମାନେ ମଧ୍ୟ ଜିପିଏସ୍‌ର ବ୍ୟବହାର କରିଥାଆନ୍ତି । ସେମାନଙ୍କର ମସ୍ତିଷ୍କ ଜିପିଏସ୍‌ ଭଳି କାର୍ଯ୍ୟ କରିଥାଏ । ଏହା ଏକ ସ୍ୱିଚ୍‌ ଭଳି ହୋଇଥାଏ, ଯାହାକୁ ପକ୍ଷୀମାନେ ନିଜ ହିସାବରେ ଆକଫିଭେଟ୍‌ କରିଥାଆନ୍ତି । ପକ୍ଷୀମାନଙ୍କର ଏହି ପ୍ରକ୍ରିୟାର ସମ୍ବନ୍ଧ ଫୃଥିବୀର କେନ୍ଦ୍ର ସହିତ ରହିଛି । ପୃଥିବୀର ଚୁମ୍ବକୀୟ […]

ପକ୍ଷୀମାନେ ବ୍ୟବହାର କରନ୍ତି ଜିପିଏସ୍‌
Samaya Live Picture
Published On

ବର୍ତ୍ତମାନ ଆମେ ଯଦି କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତା ଭୁଲିଯାଉଛୁ ତେବେ ଜିପିଏସ୍‌ର ସହାୟତା ନେଉଛୁ । ତେବେ ନିକଟରେ ଏକ ସର୍ଭେ ଅନୁସାରେ ପକ୍ଷୀମାନେ ମଧ୍ୟ ଜିପିଏସ୍‌ର ବ୍ୟବହାର କରିଥାଆନ୍ତି । ସେମାନଙ୍କର ମସ୍ତିଷ୍କ ଜିପିଏସ୍‌ ଭଳି କାର୍ଯ୍ୟ କରିଥାଏ । ଏହା ଏକ ସ୍ୱିଚ୍‌ ଭଳି ହୋଇଥାଏ, ଯାହାକୁ ପକ୍ଷୀମାନେ ନିଜ ହିସାବରେ ଆକଫିଭେଟ୍‌ କରିଥାଆନ୍ତି । ପକ୍ଷୀମାନଙ୍କର ଏହି ପ୍ରକ୍ରିୟାର ସମ୍ବନ୍ଧ ଫୃଥିବୀର କେନ୍ଦ୍ର ସହିତ ରହିଛି । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆମକୁ ବିଭିନ୍ନ ସମୟରେ ସୂର୍ଯ୍ୟରେ ଦେଖିବାକୁ ମିଳୁଥିବା ବାତ୍ୟାର ପ୍ରଭାବରୁ ବଞ୍ଚାଇଥାଏ । ସେହିକ୍ରମରେ ପକ୍ଷୀଙ୍କର ମସ୍ତିଷ୍କରେ କ୍ଲଷ୍ଟଟର ଏନ୍‌ ନାମକ ଗୋଟିଏ ଅଂଶ ରହିଛି ଯାହା ମ୍ୟାଗ୍‌ନେଟିକ୍‌ ଫିଲ୍‌ଡକୁ ଚିହ୍ନିବା ସହିତ ଏହାକୁ ପ୍ରୋସେସ୍‌ କରିପାରେ । ତେଣୁ ଏହା ପକ୍ଷୀଙ୍କର ମ୍ୟାଗନେଟିକ୍‌ କମ୍ପାସକୁ ଆକଫିଭ କରିଥାଏ, ତେଣୁ ସେମାନେ ଯେତେବେଳେ ବିଦେଶକୁ ଗସ୍ତ କରନ୍ତି ସେତେବେଳେ ଏହାକୁ ଆକଫିଭେଟ୍‌ କରିଥାଆନ୍ତି । ଯାହାକୁ ସେମାନେ ଦିଗ ଖୋଜିବାକୁ ବ୍ୟବହାର କରିଥାଆନ୍ତି । କେତେକ ଘରଚଟିଆ ପକ୍ଷୀଙ୍କ ଉପରେ ଏ ସମ୍ପର୍କରେ ଗବେଷଣା କରାଯାଇଥିଲା । ସେଥିରେ ଦେଖିବାକୁ ମିଳିଥିଲା ସେମାନେ ଉଡିବା ସମୟରେ ନିଜର କ୍ଲଷ୍ଟର ଏନ୍‌କୁ ଆକ୍‌ଟିଭେଟ୍‌ କରୁଥିବାବେଳେ ବିଶ୍ରାମ ନେବା ସମୟରେ ଏହାକୁ ଡିଆକଫିଭେଟ କରିଦେଇଥିଲେ । ରିପୋର୍ଟ ଅନୁସାରେ ପୃଥିବୀରେ ଥିବା ମ୍ୟାଗନେଟିକ୍‌ ଫିଲ୍‌ଡ ମଣିଷଙ୍କୁ ଦେଖାଯାଇ ନଥାଏ, ହେଲେ ଏହା ପକ୍ଷୀଙ୍କୁ ଦୃଶ୍ୟ ହୋଇଥାଏ । ଏହାକୁ ସେମାନେ ଯେତେବେଳେ ନିଜ ଅଞ୍ଚଳ ଛାଡି ବିଦେଶ ଗସ୍ତ କରନ୍ତି ସେହି ସମୟରେ ଏହି ଜିପିଏସ୍‌ର ବ୍ୟବହାର କରନ୍ତି ।

Tags: