ନେତ ମହିମା

ଜଗନ୍ନାଥଙ୍କ ନେତର ମହିମା ଅପାର । ଶ୍ରୀମନ୍ଦିରରେ ବନ୍ଧାଯାଉଥିବା ନେତର ନାମ ପତିତପାବନ ବାନା । ଏହି ନେତକୁ ନେଇ ରହିଛି ଅନେକ ନୀତି ନିୟମ ଯାହାକୁ ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ଏହି ବାନାକୁ ନୀଳ ଚକ୍ରରେ ବାନ୍ଧିବା ଠାରୁ ଆରମ୍ଭ କରି ପ୍ରସ୍ତୁତି ସବୁର ରହିଛି ସ୍ୱତନ୍ତ୍ର ନୀତି କାନ୍ତି । ଜଗନ୍ନାଥପ୍ରେମୀଙ୍କ ମନରେ ନେତକୁ ନେଇ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ରହିଥାଏ । ଓଡ଼ିଶାରେ ଏହାକୁ ଘର ମାନଙ୍କରେ ସାଇତି ପୂଜା କରାଯାଇଥାଏ […]

ନେତ ମହିମା
Samaya Live Picture
Published On

ଜଗନ୍ନାଥଙ୍କ ନେତର ମହିମା ଅପାର । ଶ୍ରୀମନ୍ଦିରରେ ବନ୍ଧାଯାଉଥିବା ନେତର ନାମ ପତିତପାବନ ବାନା । ଏହି ନେତକୁ ନେଇ ରହିଛି ଅନେକ ନୀତି ନିୟମ ଯାହାକୁ ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ଏହି ବାନାକୁ ନୀଳ ଚକ୍ରରେ ବାନ୍ଧିବା ଠାରୁ ଆରମ୍ଭ କରି ପ୍ରସ୍ତୁତି ସବୁର ରହିଛି ସ୍ୱତନ୍ତ୍ର ନୀତି କାନ୍ତି । ଜଗନ୍ନାଥପ୍ରେମୀଙ୍କ ମନରେ ନେତକୁ ନେଇ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ରହିଥାଏ । ଓଡ଼ିଶାରେ ଏହାକୁ ଘର ମାନଙ୍କରେ ସାଇତି ପୂଜା କରାଯାଇଥାଏ । ପତିତପାବନ ବାନାଙ୍କର ଉପସ୍ଥିତିରେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି । ଏହାର ନାମରେ ହିଁ ଭରି ରହିଛି ପବିତ୍ରତା । ଶ୍ରୀମନ୍ଦିରର ନୀଳଚକ୍ରରେ ଶୋଭା ପାଇଥାଏ ଏହି ପତିତପାବନ ବାନା । ମନ୍ଦିରରେ ପତିତ ପାବନ ବାନା ନଥିଲେ ଠାକୁରଙ୍କର ନିକଟରେ ଭୋଗ ନଲାଗିବାର ପରମ୍ପରା ରହିଛି । ପୁରୁଣା ସମୟରେ ବାନାର ଲମ୍ବ ରହିଥିଲା ୨୪୦ ଫୁଟ । ହେଲେ ପରବର୍ତ୍ତୀ ସମୟରେ ଏହାର ଲମ୍ବ କମିବାରେ ଲାଗିଥିଲା । ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରଥମେ କମାଯାଇ କ୍ରମାଗତଭାବେ ୧୮୦ ଫୁଟ,୭୬ ଫୁଟ, ୨୮ ଫୁଟ (୨୧ ହାତ) କରାଯାଇଥିଲା । ବର୍ତ୍ତମାନ ଏହା ୧୪ ହାତ ବା ୨୧ ଫୁଟର ଥିବା ସୂଚନା ରହିଛି । ଏହି ବାନାଟି ମାଟି ଉପରୁ ୨୪୦ ଫୁଟ ଉଚ୍ଚରେ ରହିଛି । ଶ୍ରୀମନ୍ଦିରର ଉଚ୍ଚତା ୨୧୪ ଫୁଟ ଥିବାବେଳେ ନୀଳ ଚକ୍ରର ଉଚ୍ଚତା ୧୧.୮ ଫୁଟ ରହିଛି । ସେହିଭଳି ନୀଳଚକ୍ର ଠାରୁ ବାନା ଲାଗିଥିବା ବାଡିର ଉଚ୍ଚତା ୧୫ ଫୁଟ ରହିଥାଏ । ପ୍ରତିଦିନ ସନ୍ଧ୍ୟାବେଳେ ଶ୍ରୀମନ୍ଦିରର ନେତ ପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ସନ୍ଧ୍ୟା ୪ ଟାରୁ ୫ ମଧ୍ୟରେ ଏହି ନୀତି ସମ୍ପନ୍ନ ହୋଇଥାଏ । ଏହି ନୀତି ସମ୍ପନ୍ନ କରିବାକୁ ସେବକଙ୍କୁ ପ୍ରତିଦିନ ମନ୍ଦିର ଉପରେ ଚଢିବାକୁ ହୋଇଥାଏ । ବାନାର ରଙ୍ଗ କେବଳ ଗାଢ ଲାଲ, ହଳଦିଆ, ଧଳା ଓ ଗୋଲାପି ରହିଥାଏ । ଏଥିରେ ଅନ୍ୟ କୌଣସି ରଙ୍ଗର ବ୍ୟବହାର ହୋଇ ନଥାଏ । ବାନାର ଆକାର ତ୍ରିଭୁଜ ଆକାରର ହୋଇଥାଏ । ନେତର ମଝିରେ ଅଧା ଚନ୍ଦ୍ର ସଙ୍କେତ ରହିଥାଏ । ସବୁବେଳେ ବାନାକୁ ପବନର ଗତିର ବୀପରିତ ଦିଗରେ ବନ୍ଧା ଯାଇଥାଏ, ଯାହା ଏହି ଦିଗରେ ହିଁ ଉଡିଥାଏ । ପତିପାବନ ବାନା ସହିତ ଶରଣ ପଞ୍ଜର, ଅବଧୌତ ଓ କେତୁବାନା ମଧ୍ୟ ଶୋଭା ପାଇଥାଏ ।

Tags: