ନିର୍ଭୟୀ ଜୀବ
ନିଆଁ ପାଖରେ କିଛି ସମୟ ପାଇଁ ମଧ୍ୟ ଆମେ ମାନେ ଠିଆ ହୋଇ ପାରିବା ନାହିଁ । ହେଲେ ଏଭଳି କିଛି ଜୀବ ଅଛନ୍ତି, ଯେଉଁମାନେ ଜ୍ୱଳାମୁଖୀ ପାଖରେ ବସବାସ କରନ୍ତି । ସେ ଏଭଳି ପରିସ୍ଥିତିରେ ଖୁବ ସୁରୁଖୁରୁରେ ନିଜ ଜୀବନ ଅତିବାହିତ କରିପାରନ୍ତି । ଇଗୁଆନା ଗାଲାପାଗୋସ୍ ଜ୍ୱାଳାମୁଖୀ ଆଇଲାଣ୍ଡରେ ମିଳିଥାଆନ୍ତି ଇଗୁଆନ ନାମକ ଏକ ସରୀସୃପ । ଯେଉଁମାନେ ଜ୍ୱାଳାମୁଖୀ ପାଖ ଅଞ୍ଚଳରେ ବସବାସ କରିଥାଆନ୍ତି । ଏମାନେ ଦେଖିବାକୁ ଏଣ୍ଡୁଅ ଭଳି […]
ନିଆଁ ପାଖରେ କିଛି ସମୟ ପାଇଁ ମଧ୍ୟ ଆମେ ମାନେ ଠିଆ ହୋଇ ପାରିବା ନାହିଁ । ହେଲେ ଏଭଳି କିଛି ଜୀବ ଅଛନ୍ତି, ଯେଉଁମାନେ ଜ୍ୱଳାମୁଖୀ ପାଖରେ ବସବାସ କରନ୍ତି । ସେ ଏଭଳି ପରିସ୍ଥିତିରେ ଖୁବ ସୁରୁଖୁରୁରେ ନିଜ ଜୀବନ ଅତିବାହିତ କରିପାରନ୍ତି ।
ଇଗୁଆନା
ଗାଲାପାଗୋସ୍ ଜ୍ୱାଳାମୁଖୀ ଆଇଲାଣ୍ଡରେ ମିଳିଥାଆନ୍ତି ଇଗୁଆନ ନାମକ ଏକ ସରୀସୃପ । ଯେଉଁମାନେ ଜ୍ୱାଳାମୁଖୀ ପାଖ ଅଞ୍ଚଳରେ ବସବାସ କରିଥାଆନ୍ତି । ଏମାନେ ଦେଖିବାକୁ ଏଣ୍ଡୁଅ ଭଳି ହୋଇଥାଆନ୍ତି । ଏମାନେ ବିଶେଷତଃ କ୍ୟାକଟସ୍ ପ୍ୟାଡ୍ ଖାଇଥାଆନ୍ତି, ଯାହା ତାଙ୍କୁ ଉଭୟ ଖାଦ୍ୟ ଓ ଆଦ୍ରତା ପ୍ରଦାନ କରିଥାଏ । ଏମାନେ ଜ୍ୱାଳାମୁଖୀର ମାଟିରେ ଛୋଟଛୋଟ ସୁଡଙ୍ଗ ଖୋଳି ଅତ୍ୟଧିକ ତାପମାତ୍ରାରୁ ବଞ୍ଚିବା ପାଇଁ ଲୁଚି ଥାଆନ୍ତି ।
ଜ୍ୱାଳାମୁଖୀ ଠେକୁଆ
ଜ୍ୱାଳାମୁଖୀ ଠେକୁଆ ବା ଭୋଲକାନୋ ରାବିଟ୍ ସେଣ୍ଟ୍ରାଲ ମେକ୍ସିକୋରେ ଜ୍ୱାଳାମୁଖୀର ପାଖରେ ରହିଥାଆନ୍ତି । ଏହା ବିଶ୍ୱର ଦ୍ୱିତୀୟ ଛୋଟ ଠେକୁଆ ଭାବେ ମଧ୍ୟ ପରିଚିତ । ଏମାନେ ଏଠାରେ ମିଳୁଥିବା ଏକ ସ୍ୱତନ୍ତ୍ର ଘାସ ଖାଇ ଜୀବନ ବଞ୍ଚାଇଥାଆନ୍ତି । ଏମାନେ ମେକ୍ସିକୋର ପାହାଡ ଉପରେ ବସବାସ କରିଥାଆନ୍ତି । ଏମାନେ ୭ରୁ ୯ବର୍ଷ ବଞ୍ଚିଥାଆନ୍ତି । ଏମାନେ ସବୁବେଳେ ୨ ରୁ ୫ଜଣ ମିଶି ଦଳ ତିଆରି କରି ରହିଥାଆନ୍ତି ।
ଗାଲାପାଗୋସ୍ ପେଙ୍ଗୁଇନ୍
ଜ୍ୱାଳାମୁଖୀ ପାଖରେ ରହୁଥିବା ଆଉ ଏକ ଜୀବ ହେଲା ପେଙ୍ଗୁଇନ୍, ଯିଏ ଗାଲାପାଗୋସ୍ ପେଙ୍ଗୁଇନ୍ ନାଁରେ ପରିଚିତ । ଯେଉଁ ଅଞ୍ଚଳରେ ଜ୍ୱାଳାମୁଖୀର ପ୍ରଭାବ ଅଧିକ ରହିଥାଏ, ସେହି ଅଞ୍ଚଳରେ ଏମାନେ ବସବାସ କରୁଛନ୍ତି । ଇକ୍ୟୁଟର ପାଖରେ ରହୁଥିବା ଏମାନେ ହେଉଛନ୍ତି ଗୋଟିଏ ପଶୁ । ଏମାନେ ଅତ୍ୟଧୀକ ତାପମାତ୍ରାରୁ ବଞ୍ଚିବା ପାଇଁ ଲାଭା ଟ୍ୟୁବ୍ରେ ନିଜର ବସା ବାନ୍ଧିଥାଆନ୍ତି ।

ମରିନେ ଇଗୁଆନା
ଗାଲାପାଗୋସ୍ ଜ୍ୱାଳାମୁଖୀ ଆଇଲାଣ୍ଡରେ ଆଉଏକ ପଶୁ ମିଳିଥାଆନ୍ତି, ସେମାନେ ହେଲେ ମରିନେ ଇଗୁଆନା । ଏମାନେ ବର୍ତ୍ତମାନ ଏଠିକାର ଜୀବନଧାରାକୁ ଆପଣାଇବା ସହିତ ଜ୍ୱାଳାମୁଖୀ ପାଖରେ ବସବାସ କରିବା ଆରମ୍ଭ କରିଛନ୍ତି ।
ହଓ୍ୱାଇଆନ୍ କ୍ରିପର
ଏହି ଜୀବ ମଧ୍ୟ ଜ୍ୱାଳାମୁଖୀ ପାଖରେ ରହିବା ପାଇଁ ପରିଚିତ । ଏମାନେ ଅତ୍ୟଧିକ ଗରମ ସହିବାର କ୍ଷମତା ରଖିଥାଆନ୍ତି । ଏମାନେ ନିଜର ଖାଦ୍ୟ ମହୁ, କୀଟ ପତଙ୍ଗ ଓ ବିଭିନ୍ନ ମଞ୍ଜିରୁ ଯୋଗାଡ କରିଥାଆନ୍ତି ।
ଗାଲାପାଗୋସ୍ କଇଁଛ
ପେଙ୍ଗୁଇନ୍ ଭଳି ଗାଲାପାଗୋସ୍ର ଅତ୍ୟନ୍ତ ଗରମ ଅଞ୍ଚଳରେ ରହିଥାଏ । ସେମାନେ ଏଠିକାର ଗରମକୁ ସହିବାର କ୍ଷମତା ରଖିବା ସହିତ ଅଧିକ ଦିନ ବିନା ଖାଦ୍ୟରେ ମଧ୍ୟ ଗୁଜୁରାଣ କରିପାରନ୍ତି ।
ପୋମ୍ପେଇ ପୋକ
ଜ୍ୱାଳାମୁଖୀର ପାଖାପାଖି ଅଞ୍ଚଳରେ ରହୁଥିବା ଆଉ ଏକ ଜୀବ ହେଲେ ପୋମ୍ପେଇ ପୋକ । ଏହି ପୋକ ଅତ୍ୟଧୀକ ତାପମାତ୍ରା ସହିବାରେ ସକ୍ଷମ । ଏଠାରେ ତାପମାତ୍ରା ବେଳେବେଳେ ୮୦ ଡିଗ୍ରୀ ଉପରେ ରହିଥାଏ ଯାହାକୁ ଏହି ପୋକ ଅତି ସହଜରେ ସହିପାରେ । ଏହି ପୋକଟି ସବୁଠାରୁ ଅଧିକ ଗରମ ସହିପାରୁଥିବା ପୋକ ଭାବେ ମଧ୍ୟ ପରିଚିତ ।




