ନିଜେ କରୁଛି ନିଜ ବ୍ୟାଟେରୀ ପରିବର୍ତ୍ତନ

ଚୀନର ଏକ ରୋବଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ରୋବଟଟି ନିଜ ବ୍ୟାଟେରୀ ନିଜେ ପରିବର୍ତ୍ତନ କରିବାରେ ସକ୍ଷମ । ଚୀନର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ରୋବଟଟି ନିଜ ବ୍ୟାଟେରୀ ନିଜେ ପରିବର୍ତ୍ତନ କରିପାରୁଥିବାରୁ ତାହା ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବାରେ ସକ୍ଷମ ହୋଇପାରୁଛି । ଏହି ରୋବଟର ନାଁ ରହିଛି ଓ୍ୱାକର ଏସ୍‌୨, ଯାହା ବିଶ୍ୱର ପ୍ରଥମ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିପାରୁଥିବା ରୋବଟ । ଏହି […]

ନିଜେ କରୁଛି ନିଜ ବ୍ୟାଟେରୀ ପରିବର୍ତ୍ତନ
Samaya Live Picture
Published On

ଚୀନର ଏକ ରୋବଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ରୋବଟଟି ନିଜ ବ୍ୟାଟେରୀ ନିଜେ ପରିବର୍ତ୍ତନ କରିବାରେ ସକ୍ଷମ । ଚୀନର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ରୋବଟଟି ନିଜ ବ୍ୟାଟେରୀ ନିଜେ ପରିବର୍ତ୍ତନ କରିପାରୁଥିବାରୁ ତାହା ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବାରେ ସକ୍ଷମ ହୋଇପାରୁଛି । ଏହି ରୋବଟର ନାଁ ରହିଛି ଓ୍ୱାକର ଏସ୍‌୨, ଯାହା ବିଶ୍ୱର ପ୍ରଥମ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିପାରୁଥିବା ରୋବଟ । ଏହି ରୋବଟର ଉଚ୍ଚତା ୫ଫୁଟ ୩ଇଞ୍ଚ ଥିବାବେଳେ ଏମାନଙ୍କର ଓଜନ ୯୫ ପାଉଣ୍ଡ ବା ୪୩ କିଗ୍ରା ରହିଛି । ସେହିଭଳି ତାଙ୍କର ୨୦ଟି ଜଏଣ୍ଟ ବା ମେକାନିଜିମ୍‌ ରହିଛି ଯେଉଁଗୁଡିକ ବିଭିନ୍ନ ପ୍ରକାରରେ ଗତି କରୁଛନ୍ତି । ଯାହାଫଳରେ ରୋବଟଟି ଖୁବ ଫ୍ଲେକ୍ସିବୁଲ ଭାବେ କାମ କରିପାରୁଛି । ସେହିଭଳି ଏହାକୁ ଓ୍ୱାଇଫାଇ ଓ ବ୍ଲìଟୁଥ୍‌ ସହିତ ମଧ୍ୟ ସଂଯୋଗ କରାଯାଇ ପାରୁଛି । ଏହି ରୋବଟଟି ୪୮ ଭୋଲଫର ଲିଥିଅମ ବ୍ୟାଟେରୀ ସାହାଯ୍ୟରେ ପରିଚାଳିତ ହେଉଛି । ସେହିଭଳି ଏହାର ଡୁଆଲ ବ୍ୟାଟେରୀ ସିଷ୍ଟମ ରହିଛି ଏବଂ ଗୋଟିଏ ବ୍ୟାଟେରୀ ଚାର୍ଜ ହେବା ପାଇଁ ପାଖାପାଖି ୯୦ ମିନିଟ୍‌ ସମୟ ନେଉଛନ୍ତି ।

Tags: