ନକରାତ୍ମକତା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ବ୍ୟବହାର କରି କେବଳ ଯେ ଆମେ ଲାଭ ପାଉଛି ତାହା ନୁହେଁ ଏହାର କିଛି ଦିଗ ମଧ୍ୟ ଏଭଳି ରହିଛି ଯାହା ନକରାତ୍ମକତାରେ ଭରି ରହିଛି । ଏହାକୁ ମଧ୍ୟ ଜଗି ରଖି ବ୍ୟବହାର ନକଲେ ଏହା ଆମ ମଣିଷ ସମାଜ ପାଇଁ ବରଦାନ ବଦଳରେ ଅଭିଶାପ ପାଲଟିଯିବ ବୋଲି ଅନେକ ସମୟରେ ବୈଜ୍ଞାନିକମାନେ ତାଗିଦ୍‌ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏଆଇର ନକରାତ୍ମକତା । ବେକାରୀ ସମସ୍ୟା ବୃଦ୍ଧି […]

ନକରାତ୍ମକତା
Samaya Live Picture
Published On

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ବ୍ୟବହାର କରି କେବଳ ଯେ ଆମେ ଲାଭ ପାଉଛି ତାହା ନୁହେଁ ଏହାର କିଛି ଦିଗ ମଧ୍ୟ ଏଭଳି ରହିଛି ଯାହା ନକରାତ୍ମକତାରେ ଭରି ରହିଛି । ଏହାକୁ ମଧ୍ୟ ଜଗି ରଖି ବ୍ୟବହାର ନକଲେ ଏହା ଆମ ମଣିଷ ସମାଜ ପାଇଁ ବରଦାନ ବଦଳରେ ଅଭିଶାପ ପାଲଟିଯିବ ବୋଲି ଅନେକ ସମୟରେ ବୈଜ୍ଞାନିକମାନେ ତାଗିଦ୍‌ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏଆଇର ନକରାତ୍ମକତା ।

ବେକାରୀ ସମସ୍ୟା ବୃଦ୍ଧି
ଏଆଇର ବ୍ୟବହାର ଆମର ବୃତିଗତ ଜୀବନକୁ ଯେତିକି ସହଜ ଓ ସରଳ କରୁଛି, ଏହାର ନକରାତ୍ମକ ପ୍ରଭାବ ମଧ୍ୟ ଏହା ଉପରେ ରହୁଛି । ଏଆଇ କାରଣରୁ ବର୍ତ୍ତମାନ ବେକାରୀ ସମସ୍ୟା ବଢୁଥିବା ଦେଖିବାକୁ ମିଳିଛି । କିଛି ଏଭଳି କ୍ଷେତ୍ର ରହିଛି ଯେଉଠାରେ ବର୍ତ୍ତମାନ ଲୋକଙ୍କ ସ୍ଥାନରେ ରୋବଟ କାମ କରିବା ଆରମ୍ଭ କରିଛନ୍ତି । ଯାହା ଫଳରେ ସେହି କର୍ମଚାରୀମାନେ ଘରକୁ ଫେରୁଛନ୍ତି । ମଣିଷଙ୍କ ତୁଳନାରେ ରୋବଟ ମାନେ ଅଧିକ ବେଗରେ କାମ କରୁଛନ୍ତି । ସେହିଭଳି ରୋବଟ ମଣିଷଙ୍କ ଠାରୁ ଅଧିକ କୁଶଳୀ ହୋଇଥିବାରୁ କିଛି କ୍ଷେତ୍ରରେ ମଣିଷଙ୍କ ସ୍ଥାନରେ ରୋବଟଙ୍କୁ କାମରେ ରଖାଯାଉଛି । ରୋବଟଙ୍କ କ୍ଷେତ୍ରରେ କାର୍ଯ୍ୟରେ ଭୁଲ ହେବାର ସମ୍ଭାବନା କମ ଥିବାରୁ କିଛି କର୍ମ କ୍ଷେତ୍ରରେ ବର୍ତ୍ତମାନ ରୋବଟଙ୍କୁ କର୍ମଚାରୀ ଭାବେ ଗ୍ରହଣ କରିବା ବଢିଛି । ଯେଉଁଗୁଡିକ ଆଗକୁ ବେକାରୀ ସମସ୍ୟା ବଢାଇବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏଆଇ ସାହାଯ୍ୟରେ ଅଧିକ ସମୟ ଲାଗୁଥିବା କାମକୁ ଖୁବ କମ ସମୟରେ କରିହେଉଛି ଯାହା ଏଆଇର ବ୍ୟବହାରକୁ ବଢାଇବାରେ ଲାଗିଛି । ବିଶେଷଭାବେ ଉତ୍ପାଦନ, ଗ୍ରାହକ ସେବା ଓ ପରିବହନ, ହୋଟେଲ୍‌ ଆଦି କ୍ଷେତ୍ରରେ ବେକାରୀ ସମସ୍ୟା ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ରୋବଟମାନେ ବର୍ତ୍ତମାନ ଖୁବ କମ ସମୟରେ ଏହି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯାହା ମଣିଷଙ୍କ ଆବଶ୍ୟକତାକୁ କମାଉଛି । ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସାମଗ୍ରୀକୁ ଏକାଠି କରିବା, େଓ୍ୱଲïିଂ, ପେଣ୍ଟିଂ, ପ୍ୟାକିଂ ଆଦି କାମରେ ସବୁଠାରୁ ଅଧିକ ମଣିଷଙ୍କର ଆବଶ୍ୟକତା ପଡିଥାଏ । ହେଲେ ସେହି କ୍ଷେତ୍ରରେ ବର୍ତ୍ତମାନ ଅଧିକ ରୋବଟଙ୍କୁ ଦେଖିବାକୁ ମିଳୁଛି, ଯାହା ଫଳରେ ବେକାରୀ ସମସ୍ୟା ବଢିବାରେ ଲାଗିଛି । ସେହିଭଳି କିଛି ଦେଶରେ ବର୍ତ୍ତମାନ ଏଆଇକୁ ବ୍ୟବହାର କରି ଗାଡି ଗୁଡିକୁ ଅଟୋମେଟେଡ କରାଯାଉଛି, ଯାହା ମନକୁ ମନ ବିନା ଡ୍ରାଇଭରରେ ଚାଲି ପାରୁଛି । ତେଣୁ ଡ୍ରାଇଭର ଚାକିରି ମଧ୍ୟ ବିପଦରେ ପଡିଛି । ଆଉ ଏକ ବଡ କ୍ଷେତ୍ର ହେଲା କଷ୍ଟମର ସର୍ଭିସ ବା ଗ୍ରାହକ ସେବା କ୍ଷେତ୍ର ଯେଉଁଥିରେ ବର୍ତ୍ତମାନ ଏଆଇକୁ ବ୍ୟବହାର କରି ରେକର୍ଡ ଭଏସ୍‌ର ବ୍ୟବହାର କରାଯାଉଛି । ରେକର୍ଡ ଭଏସ ସହିତ ଏଆଇ ରୋବଟମାନେ ମଧ୍ୟ ଏହି କ୍ଷେତ୍ରରେ କାମ କରୁଛନ୍ତି କଷ୍ଟମରଙ୍କୁ ଖୁବ ଭଲରେ ହ୍ୟାଣ୍ଡେଲ କରିପାରୁଛନ୍ତି । ସେହି କ୍ଷେତ୍ରରେ ମଧ୍ୟ ବେକାରୀ ସମସ୍ୟା ବଢୁଛି ।

ଭୁଲ ତଥ୍ୟ
ବେଳେବେଳେ ଏଆଇରୁ ଆମକୁ ଭୁଲ ତଥ୍ୟ ମଧ୍ୟ ମିଳିଥାଏ । ଯଦି ଏଆଇର ଡାଟା ବେସ୍‌ରେ ଭୁଲ ତଥ୍ୟ ଥାଏ ତେବେ ଏଆଇରୁ ମଧ୍ୟ ଭୁଲ ତଥ୍ୟ ମିଳିପାରେ । ତେଣୁ ସବୁବେଳେ ଏଆଇ ଉପରେ ଭରଷା କରିବା ଠିକ୍‌ ନୁହେଁ । ଏଆଇରୁ ତଥ୍ୟ ଆଣିବା ପରେ ବି ଏହାର ଯାଞ୍ଚ କରିବାର ଆବଶ୍ୟକତା ରହିଛି ।

ଗୋପନୀୟତା ସୁରକ୍ଷାନେଇ ପ୍ରଶ୍ନ
ବର୍ତ୍ତମାନ ଏଆଇ ଦ୍ୱାରା ପରିଚାଳିତ ଅନେକ ଆପ୍‌କୁ ଆମେ ମୋବାଇଲ, ଲାପଟପ୍‌ , କମ୍ପ୍ୟୁଟର ଆଦିରେ ବ୍ୟବହାର କରୁଛେ । ଏହି ଆପ୍‌ କାରଣରୁ ଆମକୁ ଅନେକ ସୁବିଧା ମିଳୁଛି ହେଲେ ଆମର ଗୋପନୀୟତା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଆପ ମାଧ୍ୟମରେ ଆମର କିଛି ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ସମ୍ଭାବନା ରହିଛି । ସେହିଭଳି ଅନେକ ସମୟରେ ବିଭିନ୍ନ ଟ୍ରେଣ୍ଡ୍‌ ଚାଲିଥାଏ ଯେପରି ଘିବଲି । ଏହି ସମସ୍ତ ଟ୍ରେଣ୍ଡରେ ଭାଗ ନେବା ପାଇଁ ଲୋକମାନେ ନିଜ ଗ୍ୟାଲେରୀକୁ ଏଆଇକୁ ଆକ୍‌ସେସ କରିବାକୁ ସୁଯୋଗ ଦେଇଥାଆନ୍ତି । ଯାହା ଫଳରେ ଆମର ଅନ୍ୟ ବ୍ୟକ୍ତିଗତ ଫଟୋ ମଧ୍ୟ ଲିକ୍‌ ହେବାର ସମ୍ଭାବନା ରହିଛି ।

ବଢୁଛି ସାଇବର ଅପରାଧ
ଅନେକ ସମୟରେ ବିଭିନ୍ନ ସାଇବର କ୍ରାଇମ୍‌ର ଉଦାହରଣ ଦେଖିବାକୁ ମିଳୁଛି, ଯେଉଁଥିରେ ଏଆଇ ମୁଖ୍ୟ ଭୂମିକାରେ ରହୁଛି । ଏଆଇକୁ ବ୍ୟବହାର କରି ଅନେକ କ୍ରାଇମ୍‌ ଯେପରି ଡିପ୍‌ଫେକ, ଫିସିଂ, ହ୍ୟାକିଂ, ଡିଜିଟାଲ ଆରେଷ୍ଟ, ଭଏସ୍‌ କ୍ଲୋନିଂ, କାର୍ଡ ସ୍ୱାଇପିଂ ଭଳି ଅପରାଧକୁ ରୂପ ଦିଆଯାଉଛି । ଡିପ୍‌ଫେକ୍‌ ଭିଡିଓ ପାଇଁ ଏଆଇକୁ ବହୁଳଭାବେ ବ୍ୟବହାର କରାଯାଉଛି । ଏଆଇକୁ ବ୍ୟବହାର କରି ଅନ୍ୟମାନଙ୍କର ବିଶେଷଭାବେ ସେଲିବ୍ରିଟିଙ୍କର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଛଡା ଯାଉଛି । ଯାହା ସେମାନଙ୍କର ଛବି ଉପରେ ନକରାତ୍ମକ ପ୍ରଭାବ ପକାଉଛି । ସେମାନେ ଏଥିପାଇଁ ଅନେକ ମାନସିକ ଅବସାଦରେ ରହୁଥିବାର ଦେଖିବାକୁ ମିଳୁଛି । କେବଳ ସେଲିବ୍ରିଟି ନୁହେଁ ଅନେକ ସମୟରେ ଡିପ୍‌ଫେକ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ମଧ୍ୟ ହଇରାଣି କରାଯାଉଛି । ଅନେକ ଲୋକଙ୍କୁ ଅପରାଧୀମାନେ ବ୍ଲାକମେଲ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଅନେକ ସମୟରେ ଇମେଲ୍‌ ହ୍ୟାକ୍‌ କରି ମଧ୍ୟ ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଇ ଥାଆନ୍ତି । ଇମେଲ ହ୍ୟାକ୍‌ କରିବା ଫଳରେ ବିଭିନ୍ନ ତଥ୍ୟ ଲିକ୍‌ ହେବାର ଡର ରହିଥାଏ । ଯେଉଁ ବ୍ୟକ୍ତିଗତ ତଥ୍ୟକୁ ବ୍ୟବହାର କରି ଅପରାଧୀ ବିଭିନ୍ନ ଲୋକଙ୍କୁ ସମସ୍ୟାରେ ପକାଇଥାଆନ୍ତି । ଏଆଇକୁ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟରୁ ଠକେଇ କରି ଅର୍ଥ ନେବାର ଉଦାହରଣ ଢେର ଅଧିକା ବଢି ଯାଇଛି । ପ୍ରତିଦିନ ଏଭଳି ଘଟଣା ସାମନାକୁ ଆସୁଛି ଯେଉଁଠାରେ ଲୋକଙ୍କୁ ପାଖକୁ ଏକ ଲିଙ୍କ ଆସୁଛି, ଯେଉଁଥିରେ କ୍ଲିକ୍‌ କରିବା କ୍ଷଣି ସେମାନଙ୍କର ଆକାଉଣ୍ଟ ଖାଲି ହୋଇ ଯାଉଛି । ଏହି ଲିଙ୍କ ଗୁଡିକୁ ସାଇବର ଅପରାଧୀମାନେ ଖୁବ ଚତୁରତାର ସହିତ ପ୍ରସ୍ତୁତ କରୁଛନ୍ତି ଯେପରି ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ଖାଲି କରିପାରିବେ । ଆଉ ଏକ ଅପରାଧ ଯାହା ବର୍ତ୍ତମାନ ଅଧିକ ଦେଖିବାକୁ ମିଳୁଛି, ଭଏସ୍‌ କ୍ଲୋନିଂ । ଭଏସ୍‌ କ୍ଲୋନିଂ ସାହାଯ୍ୟରେ ବିଶେଷଭାବେ ବୁଢାବୁଢିଙ୍କୁ ଲୁଟ କରାଯାଉଛି । ଏଥିରେ ସେମାନେ ବୟସ୍କ ଲୋକଙ୍କର କେହି ସମ୍ପର୍କୀୟଙ୍କ ଟୋନ୍‌ରେ ସମସ୍ୟାରେ ଥିବା କହି ଅର୍ଥ ଦାବି କରି ଥାଆନ୍ତି । ସେମାନେ ଜାଣି ନପାରି ଅର୍ଥ ଦେଇଥାଆନ୍ତି । ହେଲେ ସମ୍ପର୍କୀୟଙ୍କ ଟୋନ୍‌ରେ ଅପରାଧୀମାନେ ଏହି ମିଛ ଫୋନ୍‌ କରିଥାଆନ୍ତି, ଯାହାକୁ ଭଏସ୍‌ କ୍ଲୋନିଂ କୁହାଯାଇଥାଏ । ତେବେ ଏଆଇ ବ୍ୟବହାରକୁ ନେଇ ଆମକୁ ସତର୍କ ହେବାର ଆବଶ୍ୟକତା ରହିଛି । ତେବେ ଯାଇ ଆମେ ଏହାର ଲାଭ ଉଠାଇ ପାରିବା । ସବୁବେଳେ ଏହାକୁ ନିଜର ବୁଦ୍ଧି ଲଗାଇ ଭଲ କାମ ପାଇଁ ବ୍ୟବହାର କରିବା ଦରକାର ।

Tags: