ଧାରାବୀର ଲକ୍ଜୁରୀ ବ୍ୟୁଟି
ଅଭିଳାଷ ସଫଳତାର ମୂଳ ଆଧାର ଏହା ଅନସ୍ୱୀକାର୍ଯ୍ୟ । ପରିସ୍ଥିତି ଯାହା ହେଉ ନା କାହିଁକି ଧୈର୍ଯ୍ୟ ଓ ଭରସା କାଏମ ରହିଲେ ସଫଳ ହେବା ସୁନିଶ୍ଚିତ, ଯାହା ପ୍ରମାଣ କରିଛନ୍ତି ମୁମ୍ବାଇ ସହରତଳି ବସ୍ତି ‘ଧାରାବୀ’ର ୧୪ ବର୍ଷୀୟା ବାଳିକା ମଲିଶା ଖାରବା । ମଲିଶାଙ୍କୁ ନେଚୁରାଲ ଫ୍ୟାଶନ୍ ପ୍ରଡକଫ କମ୍ପାନୀ ‘ଫରେଷ୍ଟ ଏସେନ୍ସିଆଲ୍’ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଚୟନ କରିଛି । ଫରେଷ୍ଟ ଏନ୍ସିଆଲ୍ର ନୂଆ ଅଭିଯାନ ‘ଯୁବତୀ କଲେକ୍ସନ୍’ର ମୁଖ୍ୟ ଚେହରା ଘୋଷଣା […]
ଅଭିଳାଷ ସଫଳତାର ମୂଳ ଆଧାର ଏହା ଅନସ୍ୱୀକାର୍ଯ୍ୟ । ପରିସ୍ଥିତି ଯାହା ହେଉ ନା କାହିଁକି ଧୈର୍ଯ୍ୟ ଓ ଭରସା କାଏମ ରହିଲେ ସଫଳ ହେବା ସୁନିଶ୍ଚିତ, ଯାହା ପ୍ରମାଣ କରିଛନ୍ତି ମୁମ୍ବାଇ ସହରତଳି ବସ୍ତି ‘ଧାରାବୀ’ର ୧୪ ବର୍ଷୀୟା ବାଳିକା ମଲିଶା ଖାରବା । ମଲିଶାଙ୍କୁ ନେଚୁରାଲ ଫ୍ୟାଶନ୍ ପ୍ରଡକଫ କମ୍ପାନୀ ‘ଫରେଷ୍ଟ ଏସେନ୍ସିଆଲ୍’ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଚୟନ କରିଛି । ଫରେଷ୍ଟ ଏନ୍ସିଆଲ୍ର ନୂଆ ଅଭିଯାନ ‘ଯୁବତୀ କଲେକ୍ସନ୍’ର ମୁଖ୍ୟ ଚେହରା ଘୋଷଣା କରାଯାଇଛି । କମ୍ପାନୀର ଉତ୍ପାଦ ପରୀକ୍ଷଣ ଭିଡିଓରେ ନଜର ଆସୁଛନ୍ତି ମଲିଶା । ଏହି ଭିଡିଓରେ ମଲିଶାଙ୍କ ମାଧ୍ୟମରେ ସମାଜକୁ ମେସେଜ୍ ଦିଆଯାଇଛି ‘ସମସ୍ତଙ୍କ ସ୍ୱପ୍ନର ମୂଲ୍ୟ ରହିଛି’ । ବ୍ରାଣ୍ଡ୍ ପକ୍ଷରୁ କୁହାଯାଇଛି, ମଲିଶାଙ୍କ ମୁଖମଣ୍ଡଳରେ ଶୁଦ୍ଧ ଖୁସି ଭରିରହିଛି, ଯାହାକୁ ଖାଲି ଚମକର ଆବଶ୍ୟକତା ଥିଲା । ଖାସ୍ ଏଥିଲାଗି ତାଙ୍କୁ ଯୁବତୀ କଲେକ୍ସନ୍ର ଫେସ୍ ଭାବେ ବଛାଯାଇଛି । ମଲିଶାଙ୍କ ଜୀବନଶୈଳୀକୁ ପ୍ରଦର୍ଶନ କରି କମ୍ପାନୀ ଦର୍ଶାଇଛି ସ୍ୱପ୍ନ ବି ସତ ହୋଇପାରେ । ଫରେଷ୍ଟ ଏନ୍ସିଆଲ୍ର ସଂସ୍ଥାପକ ଓ ମୁଖ୍ୟ ପ୍ରବନ୍ଧକ ମୀରା କୁଲ୍କର୍ଣ୍ଣି କହିଛନ୍ତି- ଯୁବତୀ କଲେକ୍ସନ୍ ମାଧ୍ୟମରେ କେବଳ ମଲିଶାଙ୍କ ସ୍ୱପ୍ନକୁ ସମର୍ଥନ କରାଯାଉ ନାହିଁ, ଏହାସହିତ ଯୁବ ମାନସିକତାକୁ ସଶକ୍ତ କରିବା ଲାଗି ପ୍ରୋଜେକଫ ପାଠଶାଳକୁ ପ୍ରମୋଟ କରାଯାଉଛି । ଯୁବତୀ କଲେକ୍ସନ୍ରୁ ପ୍ରାପ୍ତ ଲାଭାଂଶର ୧୦ ପ୍ରତିଶତ ପାଠଶାଳା ପାଇଁ ଦାନ କରାଯିବ । ଭାରତର ଅପହଞ୍ଚ ଅଞ୍ଚଳର ଯୁବବର୍ଗଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ହିଁ ଆମର ମୂଳ ଲକ୍ଷ୍ୟ ।

ସୂଚନାଯୋଗ୍ୟ ଏଥିପୂର୍ବରୁ ଧାରାବୀର ମଲିଶା ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରଥମଥର ପାଇଁ ୨୦୨୦ରେ ହଲିଉଡ୍ ଅଭିନେତା ରୋବର୍ଟ ହାଫ୍ମ୍ୟାନ୍ ମଲିଶାଙ୍କୁ ଲୋକଲୋଚନକୁ ଆଣିଥିଲେ । ମଲିଶାଙ୍କ ଜୀବନକୁ ନେଇ ରବର୍ଟ ‘ଗୋ ଫଣ୍ଡ୍ ମି ପେଜ୍’ ଫିଲ୍ମ ପ୍ରସ୍ତୁତ କରିଥିଲେ ଯେଉଁଥିରେ ମଲିଶା ମଧ୍ୟ ଅଭିନୟ କରିଥିଲେ । ଏହାପରଠୁ ଅନେକ ମଡେଲିଂ ଶୋରେ ମଲିଶାଙ୍କୁ ଦେଖିବାକୁ ମିଳିଥିଲା । ନିକଟରେ ମଲିଶା ‘ଲିଭ୍ ୟୋର୍ ଫେୟରିଟେଲ’ ନାମକ ଶଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।




