ଦୋଷର ୪୫ ବର୍ଷ ପରେ ଗିରଫ
By: Ipsita
ସମ୍ବନ୍ଧିତ ଖବର ଓଟର ପାସପୋର୍ଟ
ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଦୀର୍ଘ ୪୫ ବର୍ଷତଳେ ସେ ୧୦୦ ଟଙ୍କାର ଗହମ ଚୋରି କରିଥିଲେ । ଯେଉଁ ଅଭିଯୋଗ ହେବାପରେ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲେ । ସେ ଏହି ଗହମ ୧୯୮୦ ମସିହାରେ ଚୋରି କରିଥିଲେ ଏବଂ ଚୋରି କରିବାବେଳେ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ୪୫ ବର୍ଷ ଖୋଜିବା ପରେ ବର୍ତ୍ତମାନ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏତେ ବର୍ଷ କିଭଳି ପୋଲିସ ତାଙ୍କୁ ଖୋଜି ପାଇନଥିଲା, ତାହାକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରଶ୍ନ ଉଠୁଥିବାର ଦେଖିବାକୁ ମିଳିଛି ।
ସମ୍ବନ୍ଧିତ ଖବର ଫିଲ୍ମ ଦେଖିବାରୁ ଫାଶୀ !
Tags:



