ଦିଦିଙ୍କ ପାଇଁ ଥିଲା ଡର

ଦିଦିଙ୍କ ପାଇଁ ଥିଲା ଡର
Ipsita Picture
By: Ipsita
Published On

 

 ସଙ୍ଗୀତ ସାଧନା ସମୟରେ ବଡ଼ ଭଉଣୀ ଲତା ମଙ୍ଗେଶକରଙ୍କ ସହ ତାଙ୍କର ସମ୍ପର୍କ ଅତି ନିବିଡ଼ ଓ ସ୍ୱତନ୍ତ୍ର ରହିଥିଲା । ଏହି ଭଲ ପାଇବାର ସମ୍ପର୍କ ଭିତରେ ସାମାନ୍ୟ ଡର ମଧ୍ୟ ରହିଥିଲା । ଯେତେବେଳେ ସେ ଲତାଜୀଙ୍କ ସହ 'ମନ୍ କ୍ୟୁଁ ବହକା' ଗୀତ ଗାଉଥିଲେ, ସେତେବେଳେ ଦୁହେଁ ପରସ୍ପରର ଆଖିକୁ ଚାହିଁ ତାଳ ମିଳାଇ ଗୀତର ଧାଡ଼ିଗୁଡ଼ିକୁ ଉଠାଉଥିଲେ। ଲତା ଦିଦିଙ୍କ ପ୍ରତି ତାଙ୍କର ଏତେ ସମ୍ମାନ ଥିଲା ଯେ ସେ ସବୁବେଳେ ମନେ ମନେ ଚେଷ୍ଟା କରୁଥିଲେ ଯେପରି ଦିଦିଙ୍କ ସାମ୍ନାରେ ତାଙ୍କର ଗାୟିକୀ କୌଣସି ଗୁଣରେ କମ୍ ନହେଉ। ଯାହା ତାଙ୍କ ମନରେ ସବୁବେଳେ ଭୟ ସହ ସମ୍ମାନ ରଖୁଥିଲା । ବାଲ୍ୟକାଳରେ ଆଶାଜୀ ଖେଳକୁଦ ସହ ଖାଇବା ପିଇବାରେ ବେଶ୍ ଶୌକିନ୍ ଥିଲେ, ବିଶେଷକରି କ୍ଷୀର-ସର ତାଙ୍କର ଅତି ପ୍ରିୟ ଥିଲା ।

Tags: