ଦାରୁ ଦିଅଁ ଖାଇବେ ପୋଡପିଠା

ଓଡିଆ ଘରର ଅଳଙ୍କାର ଓ ଓଡିଆ ଘରର ଖାଦ୍ୟ ବିଶ୍ୱରେ ବିରଳା ଓଡିଆ ଜାତିର ଜାତୀୟ ଦେବତା ଜଗନ୍ନାଥ ବି ଅଳଙ୍କାର ଓ ଖାଦ୍ୟ ପ୍ରିୟା ପ୍ରତିଦିନ ଷାଠିଏ ପଉଟି ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏା ଉଭୟ ଅନ୍ନ ଓ ଶୁଖିଲା ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏା ଯାହାକୁ କି ମହାପ୍ରସାଦ କୁହାଯାଏା ପିଠା ଖାଇବା ପାଇଁ ମହାପ୍ରଭୁଙ୍କର ବିଶେଷ ରୁଚି ଥିବାରୁ ପ୍ରତିଦିନ ପିଠା ଭୋଗ କରାଯାଏା ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖ […]

ଦାରୁ ଦିଅଁ ଖାଇବେ ପୋଡପିଠା
Samaya Live Picture
Published On

ଓଡିଆ ଘରର ଅଳଙ୍କାର ଓ ଓଡିଆ ଘରର ଖାଦ୍ୟ ବିଶ୍ୱରେ ବିରଳା ଓଡିଆ ଜାତିର ଜାତୀୟ ଦେବତା ଜଗନ୍ନାଥ ବି ଅଳଙ୍କାର ଓ ଖାଦ୍ୟ ପ୍ରିୟା ପ୍ରତିଦିନ ଷାଠିଏ ପଉଟି ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏା ଉଭୟ ଅନ୍ନ ଓ ଶୁଖିଲା ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏା ଯାହାକୁ କି ମହାପ୍ରସାଦ କୁହାଯାଏା ପିଠା ଖାଇବା ପାଇଁ ମହାପ୍ରଭୁଙ୍କର ବିଶେଷ ରୁଚି ଥିବାରୁ ପ୍ରତିଦିନ ପିଠା ଭୋଗ କରାଯାଏା ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖ ଭୋଗ ଲାଗିଥାଏ ପୋଡପିଠା । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପୋଡପିଠା ପ୍ରସ୍ତୁତ କରାଯାଏା ଏହା ଏକ ପାରମ୍ପରିକ ଓଡିଆ ପିଠାା ପ୍ରତ୍ୟେକ ଓଡିଆ ଘରେ ବିଭିନ୍ନ ପର୍ବପର୍ବାଣୀରେ ଏହି ପୋଡ ପିଠା ତିଆରି ହୁଏା ଶ୍ରୀମନ୍ଦିର କୋଠଭୋଗରେ ଲାଗି ହେଉଥିବା ପୋଡପିଠା ଏହାଠୁ ଭିନ୍ନା ଶ୍ରୀମନ୍ଦିର ଭାଷାରେ ଏହାକୁ କୁହାଯାଇଥାଏ ହାତପୋଡା ଅମାଲୁା ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଏହି ପୋଡପିଠାା ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ସାତ ମୂର୍ତ୍ତି ହାତପପୋଡା ଅମାଲୁ ଭୋଗ ଲାଗିଥାଏା ଦିବ୍ୟ ମହକ ଯୁକ୍ତ ଏହି ପୋଡପିଠା ଖୁବ୍‌ ସ୍ୱାଦପୂର୍ଣ୍ଣା ବାହୁଡା ଦିନ ଦାରୁଦିଅଁ ରଥାରୂଢ ହେବା ପରେ ନୀଳାଚଳ ଅଭିମୁଖେ ଯାତ୍ରା କରନ୍ତିା କିଛି ବାଟ ଗଡିବା ପରେ ରଥ ବଳଗଣ୍ଡି ଠାରେ ଅଟକିଯାଏା ସେହି ସ୍ଥାନ ହେଉଛି ମାଉସୀ ମା’ ମନ୍ଦିରା ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡପିଠା ପ୍ରସ୍ତୁତ କରିଥାନ୍ତି ସ୍ନେହମୟୀ ମାଉସୀା ମହାପ୍ରଭୁଙ୍କର ମାଉସୀ ହେଉଛନ୍ତି ଅର୍ଦ୍ଧାସିନୀ ଦେବୀା ବହୁ ବର୍ଷ ପୂର୍ବରୁ ବଡଦାଣ୍ଡ ମାଳିନୀ ନଦୀ ଦ୍ୱାରା ଦୁଇ ଭାଗରେ ବିଭକ୍ତ ହୋଇଥିଲାା ସେତେବେଳେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ଯିବାକୁ ରଥଯାତ୍ରା ସମୟରେ ଛଅଟି ରଥ ନିର୍ମାଣ ହେଉଥିଲାା ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ତିନୋଟି ରଥରେ ଆସି ନଦୀ ନିକଟରେ ଓହ୍ଲାଉଥିଲୋ ତାଙ୍କୁ ନଦୀ ପାର କରାଯାଇ ପୁନଶ୍ଚ ଆରପଟେ ତିନି ରଥରେ ବିଜେ କରାଯାଉଥିଲାା ମହାପ୍ରଭୁ ନଦୀ ପାର ହୋଇ ଯିବା ପରେ ସେହି ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲୋ ଏହି ନବ ଦିନାତ୍ମକ ଯାତ୍ରା ମଧ୍ୟରୁ ରଥ ଅଦଳବଦଳରେ ଛଅରୁ ସାତ ଦିନ ବିତୁଥିଲାା ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀକୁ ଶୋଷି ଦେଇଥିଲୋ ଯେଉଁଥିପାଇଁ ତାଙ୍କୁ କୁହାଯାଏ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀା ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ନେଇଥିବାରୁ ମହାପ୍ରଭୁ ଜଗନ୍ନାଥ ମାଉସୀ କଥା ରକ୍ଷା କରି ବାହୁଡିବା ବେଳେ ମାଉସୀମା ମନ୍ଦିରରେ ପୋଡପିଠା ଖାଇ ଯାଇଥାନ୍ତି ବୋଲି କିମ୍ବଦନ୍ତୀ ରହିଛିା ମାଦଳା ପାଞ୍ଜି ମୂତାବକ ବୀର ନରସିଂହଦେବ ରାଜାଙ୍କ ରାଜତ୍ୱ କାଳରେ ବାଙ୍କି ମୁହାଣ ପୋତା ହୋଇଥିଲାା ନଦୀ ପୋତାଯିବାରୁ ଛଅ ରଥ ବଦଳରେ ତିନି ରଥ କରାଯାଇଥିଲାା କେତେକ ଗବେଷକଙ୍କ ମତରେ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମଦେବଙ୍କ ପୁତ୍ର ପ୍ରଥମ ଭାନୁଦେବଙ୍କ ଶାସନ କାଳରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରିଥିଲୋ ରଥଯାତ୍ରା ସମୟରେ ଦୁଇ ପ୍ରକାର ରଥ ବ୍ୟବସ୍ଥା ଶାସ୍ତ୍ର ବିରେଧୀ ବୋଲି ମତ ଦେବାରୁ ପ୍ରଥମ ଭାନୁଦେବ ମାଳିନୀ ନଦୀକୁ ପୋତି ବଡଦାଣ୍ଡରେ ମିଶାଇ ଦେଇଥିଲୋ ତେବେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝି ଭାଗରେ ମାଉସୀ ମା’ ମନ୍ଦିର ଅବସ୍ଥିତା କେଶରୀ ବଂଶ ରାଜାଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲାା ହେରା ପଞ୍ଚମୀ ଠାରୁ ପୋଡପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏା ଏହି ଦିନ ଇଟାରେ ଚୁଲି ନିର୍ମାଣ କରାଯାଏା ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ , କିିସ୍‌ମିସ୍‌ ଏବଂ ଘିଅ ମିଶାଯାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏା ଚୁଲିରେ ପାଣି ହାଣ୍ଡି ବସାଯାଇ ଗରମ କରାଯାଏା ହାଣ୍ଡି ଉପରେ ପଡିଥିବା ଜାଲିରେ ଏକ ଖଲି ପତ୍ର ପକାଯାଇ ଏହି ଅଟା ମିଶ୍ରଣକୁ ରଖାଯାଏ ଓ ତା ଉପରେ ଏକ ଖଲି ପତ୍ର ରଖାଯାଏା ଗରମ ପାଣିରୁ ନିର୍ଗତ ବାମ୍ଫରେ ସାତରୁ ଆଠ ଘଣ୍ଟା ଏହି ମିଶ୍ରଣ ସିଝିଥାଏା ଏହା ସଂପୂର୍ଣ୍ଣ ସିଝି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ଡା କରାଯାଏା ଥଣ୍ଡା ହେବା ପରେ ତାହାକୁ ସାଇଜ୍‌ କରି କଟାଯାଇ ଦେଶୀ ଗୁଆଘିଅରେ ଛଣା ଯାଇଥାଏା ତପିରେ ଏହା ନୈðବେଦ୍ୟ ଉପଯୋଗୀ ହୋଇଥାଏା ତିନୋଟ ମାଟିି କୁଡୁଆରେ ଏହା ରଖା ଯାଇଥାଏା ବାହୁଡା ଦିନ ପ୍ରତି ରଥ ମାଉସୀମା’ ମନ୍ଦିର ନିକଟରେ ଅଟକିଥାଏା ପୂଜାପଣ୍ଡା ସାମନ୍ତ ଆସି ମାଉସୀ ମା’ଙ୍କ ନିକଟରେ ପୋଡପିଠା ଭୋଗ କରିବା ପରେ ରଥାରୁଢ ଠାକୁରଙ୍କୁ ସମର୍ପଣ କରିଥାନ୍ତିା ଏହାକୁ ସର୍ପମଣୋହି ଭୋଗ କୁହାଯାଏା ମାଉସୀ ଅର୍ଦ୍ଧଶୋଷିନୀଦେବୀଙ୍କ ପ୍ରସ୍ତୁତ ସ୍ୱାଦିଷ୍ଠ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ମହାପ୍ରଭୁା ବହୁ କଥା ଓ ଗାଥାକୁ ନେଇ ଏହି ପୋଡପିଠା ଭୋଗ ପରମ୍ପରା ଉଜ୍ଜୀବିତା ପୋଡପିଠା ଭୋଗରୁ କାଣିଚାଏ ପାଇବାକୁ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତିା
ପ୍ରେମାନନ୍ଦ ପାଣିଗ୍ରାହୀ
ମୋ-୯୪୩୭୭୨୯୩୮୪

Tags: