ଦରଦାମ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ
ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦରଦାମ ବଢିବାରେ ଲାଗିଛି, ଯାହା ଲୋକଙ୍କ ଗ୍ରସରୀ ବିଲ୍ ବଢାଇବାରେ ଲାଗିଛି । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲୀୟ ଲେଟୁସ୍ର ଦାମ ୩୦୦ ପ୍ରତିଶତ ବଢିଥିବାବେଳେୟୁରୋପୀଅ ଅଲିଭ୍ ତେଲର ଦାମ ୫୦ ପ୍ରତିଶତ ବଢିଛି । ସେହିଭଳି ଆମେରିକାର ପନିପରିବାର ଦାମ ୮୦ ପ୍ରତିଶତ ବଢିଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ବିଲ୍ଉପରେ ପଡୁଛି । ସୂଚନାଅନୁସାରେ ବାର୍ସେଲୋନା ସୁପରକମ୍ପ୍ୟୁଟିଂ ସେଣ୍ଟର ଓୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ […]
ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦରଦାମ ବଢିବାରେ ଲାଗିଛି, ଯାହା ଲୋକଙ୍କ ଗ୍ରସରୀ ବିଲ୍ ବଢାଇବାରେ ଲାଗିଛି । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲୀୟ ଲେଟୁସ୍ର ଦାମ ୩୦୦ ପ୍ରତିଶତ ବଢିଥିବାବେଳେୟୁରୋପୀଅ ଅଲିଭ୍ ତେଲର ଦାମ ୫୦ ପ୍ରତିଶତ ବଢିଛି । ସେହିଭଳି ଆମେରିକାର ପନିପରିବାର ଦାମ ୮୦ ପ୍ରତିଶତ ବଢିଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ବିଲ୍ଉପରେ ପଡୁଛି । ସୂଚନାଅନୁସାରେ ବାର୍ସେଲୋନା ସୁପରକମ୍ପ୍ୟୁଟିଂ ସେଣ୍ଟର ଓୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଏକ ସର୍ଭେ କରାଯାଇ ଏ ସମ୍ପର୍କିତ କିଛି ତଥ୍ୟ ସାମନାକୁ ଅଣାଯାଇଛି । ଏହି ଗ୍ରୁପ ୨୦୨୨ରୁ ୨୦୨୪ ଭିତରେ ସାରା ବିଶ୍ୱର ଅନେକ ସ୍ଥାନରେ ଏ ସମ୍ପର୍କରେ ଗବେଷଣା କରିଥିଲେ । ଏହି ଗବେଷଣାର ତଥ୍ୟ ଅନୁସାରେ ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକ ତାପମାତ୍ରା ସହିତ ଅତ୍ୟଧୀକ ବର୍ଷା ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଉତ୍ପାଦନ ଉପରେ ପ୍ରଭାବ ପଡୁଛି । ତେଣୁ ବିଭିନ୍ନ ସ୍ଥାନରେ ମିଳୁଥିବା ପନିପରିବା ହେଉ କିମ୍ବା ଅନ୍ୟସାମଗ୍ରୀ ସେସବୁର ଦରଦାମ ବଢୁଛି ବୋଲି ଏହି ଗବେଷଣାରେ ଜଣା ପଡିଛି । ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିବା ସହିତ କିଭଳି ଏହି ପରିସ୍ଥିତିରୁ ମୁକୁଳି ହେବ ସେନେଇ କାର୍ଯ୍ୟ କରିବା ଆରମ୍ଭ କରିବାକୁ ପଡିବବୋଲି ସମସ୍ତେ ପରିବେଶବିଦ୍ ମତ ଦେଉଛନ୍ତି ।




