ଥଣ୍ଡାପାନୀୟ ପିଉଥିଲେ ସାବଧାନ

ସାଧାରଣତଃ ଘରକୁ କେହି ବନ୍ଧୁ ଆସିଲେ କିମ୍ବା ଆମକୁ ଗରମ ଲାଗିଲେ ଆମେ ସମସ୍ତେ କୋଲïଡ୍ରିଙ୍କର ଗୋଟିଏ ବୋତଲ ପିଇଥାଉ । ହେଲେ ଯଦି ଆପଣଙ୍କୁ ମଧ୍ୟ କୋଲïଡ୍ରିଙ୍କ ପସନ୍ଦ ତେବେ ସାବଧାନ ହୋଇ ଯାଆନ୍ତୁ । ନିକଟରେ ମିଳିଥିବା ସୂଚନା ଅନୁସାରେ ଦିନକୁ ଗୋଟିଏ କ୍ୟାନ୍‌ ଡାଏଟ୍‌ ସୋଡା ପିଇବା ଦ୍ୱାରା ଆମର ମଧୁମେହ ହେବାର ଆଶଙ୍କା ୩୮ ପ୍ରତିଶତ ବଢିଯାଇଥାଏ । ତେଣୁ ଯେଉଁ ପାନୀୟ ଗୁଡିକ କୃତ୍ରିମ ମିଠା ଦେଇ ପ୍ରସ୍ତୁତ କରାଯାଉଛି […]

ଥଣ୍ଡାପାନୀୟ ପିଉଥିଲେ ସାବଧାନ
Samaya Live Picture
Published On

ସାଧାରଣତଃ ଘରକୁ କେହି ବନ୍ଧୁ ଆସିଲେ କିମ୍ବା ଆମକୁ ଗରମ ଲାଗିଲେ ଆମେ ସମସ୍ତେ କୋଲïଡ୍ରିଙ୍କର ଗୋଟିଏ ବୋତଲ ପିଇଥାଉ । ହେଲେ ଯଦି ଆପଣଙ୍କୁ ମଧ୍ୟ କୋଲïଡ୍ରିଙ୍କ ପସନ୍ଦ ତେବେ ସାବଧାନ ହୋଇ ଯାଆନ୍ତୁ । ନିକଟରେ ମିଳିଥିବା ସୂଚନା ଅନୁସାରେ ଦିନକୁ ଗୋଟିଏ କ୍ୟାନ୍‌ ଡାଏଟ୍‌ ସୋଡା ପିଇବା ଦ୍ୱାରା ଆମର ମଧୁମେହ ହେବାର ଆଶଙ୍କା ୩୮ ପ୍ରତିଶତ ବଢିଯାଇଥାଏ । ତେଣୁ ଯେଉଁ ପାନୀୟ ଗୁଡିକ କୃତ୍ରିମ ମିଠା ଦେଇ ପ୍ରସ୍ତୁତ କରାଯାଉଛି ଏହାକୁ ପିଇବା ଦ୍ୱାରା ଟାଇପ ୨ ଡାଇବେଟିସ୍‌ ବଢିବାର ସମ୍ଭାବନା ଖୁବ ଅଧିକ ରହିଛି । ମୋନାସ ବିଶ୍ୱବିଦ୍ୟାଳୟ, ଆର୍‌ଏମ୍‌ଆଇଟି ବିଶ୍ୱବିଦ୍ୟାଳୟ ଓ କ୍ୟାନ୍ସର କାଉଂସିଲ୍‌ ଭିକେଫାରିଆ ପକ୍ଷରୁ ପାଖାପାଖି ୧୪ ବର୍ଷଧରି ୩୬ ହଜାରରୁ ଅଧିକ ଅଷ୍ଟେଲୀୟଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା । ଯାହାପରେ ଏହି ରିପୋର୍ଟ ଆସିଥିବା ଜଣା ପଡିଛି । ତେଣୁ ଯେଉମାନେ କୋଲïଡ୍ରିଙ୍କ ଲଭର ସେମାନଙ୍କୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ପଡିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Tags: