ତାପମାତ୍ରା ସହ ଶରୀରର ସମ୍ପର୍କ
ଅନେକ ସମୟରେ ଦେଖିବାକୁ ମିଳେ ଅଧିକ ଖରା କାରଣରୁ ଲୋକମାନେ ଅଂଶୁଘାତର ଶିକାର ହୋଇଥାଆନ୍ତି, ଯେଉଁକାରଣରୁ ସେମାନେ ଚେତାଶୂନ୍ୟ ହୋଇ ଯାଆନ୍ତି । ତେବେ ଯେତେବେଳେ ବାହାରର ତାପମାତ୍ରା ଖୁବ ଅଧିକ ବଢିଥାଏ ସେହି ସମୟରେ ଶରୀରର ପ୍ରାକୃତିକ ଥଣ୍ଡା କରିବାର ଶକ୍ତି ବିଫଳ ହୋଇଯାଏ । ଯେଉଁ କାରଣରୁ ବ୍ୟକ୍ତିମାନେ ଚେତାଶୂନ୍ୟ ହେବା ଦେଖିବାକୁ ମିଳିଥାଏ । ତେବେ ସୂଚନା ଅନୁସାରେ ଯଦି ବାହାରର ତାପମାତ୍ରା ୫୦ ଡିଗ୍ରୀ ଛୁଇଁଥାଏ ତେବେ ଶରୀରର ପ୍ରାକୃତିକ ଉପାୟରେ […]
ଅନେକ ସମୟରେ ଦେଖିବାକୁ ମିଳେ ଅଧିକ ଖରା କାରଣରୁ ଲୋକମାନେ ଅଂଶୁଘାତର ଶିକାର ହୋଇଥାଆନ୍ତି, ଯେଉଁକାରଣରୁ ସେମାନେ ଚେତାଶୂନ୍ୟ ହୋଇ ଯାଆନ୍ତି । ତେବେ ଯେତେବେଳେ ବାହାରର ତାପମାତ୍ରା ଖୁବ ଅଧିକ ବଢିଥାଏ ସେହି ସମୟରେ ଶରୀରର ପ୍ରାକୃତିକ ଥଣ୍ଡା କରିବାର ଶକ୍ତି ବିଫଳ ହୋଇଯାଏ । ଯେଉଁ କାରଣରୁ ବ୍ୟକ୍ତିମାନେ ଚେତାଶୂନ୍ୟ ହେବା ଦେଖିବାକୁ ମିଳିଥାଏ । ତେବେ ସୂଚନା ଅନୁସାରେ ଯଦି ବାହାରର ତାପମାତ୍ରା ୫୦ ଡିଗ୍ରୀ ଛୁଇଁଥାଏ ତେବେ ଶରୀରର ପ୍ରାକୃତିକ ଉପାୟରେ ଆଉ ଥଣ୍ଡା କରିପାରିନଥାଏ । ଯାହା ଫଳରେ ଅଂଶୁଘାତ ଭଳି ସମସ୍ୟା ଉପୁଜିଥାଏ । ତେଣୁ ଯଦି ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠିକାର ତାପମାତ୍ରା ୫୦ ଡିଗ୍ରୀ ଛୁଉଁଛି ତେବେ ଥଣ୍ଡା ସ୍ଥାନରେ ରହିବାକୁ ଚେଷ୍ଟା କରନ୍ତୁ । ହିଟ୍ଷ୍ଟ୍ରୋକ ଆମ ଶରୀର ପାଇଁ ଖୁବ ଖରାପ ହୋଇଥାଏ । ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡିଥାଏ । ତେଣୁ ଖରାଦିନେ ସବୁବେଳେ ଥଣ୍ଡା କିମ୍ବା ଛାଇରେ ରହିବାକୁ ଚେଷ୍ଟା କରନ୍ତୁ ।




