ତାପମାତ୍ରା ବୃଦ୍ଧିର ପ୍ରଭାବ
ତାପମାତ୍ରା ବୃଦ୍ଧି ମଣିଷ ଶରୀର ଉପରେ ଅତ୍ୟଧିକ ପ୍ରଭାବ ପକାଇଥାଏ । ଅଧିକ ଖରା ହେବା ଯୋଗୁ ଲୋକେ ଚିଡଚିଡା ହେବା ସହିତ ବିରକ୍ତି ଭାବ ପ୍ରକାଶ କରନ୍ତି । କେବଳ ମଣିଷ ନୁହଁନ୍ତି, ବର୍ଦ୍ଧିତ ତାପମାତ୍ରା କାରଣରୁ କୁକୁରମାନଙ୍କୁ ବି ଅଧିକ ରାଗ ଆସିଥାଏ ବୋଲି ଏକ ନୂତନ ସର୍ଭେରୁ ଜଣାପଡିଛି । ଏହି ସମୟରେ କୁକୁରମାନଙ୍କ ନିକଟରେ ଅଧିକ ବିରକ୍ତି ଭାବ ଦେଖିବାକୁ ମିଳିଥାଏ । ଯାହାଫଳରେ ଲୋକେ ଖରାଦିନେ କୁକୁର କାମୁଡାର ଅଧିକ […]
ତାପମାତ୍ରା ବୃଦ୍ଧି ମଣିଷ ଶରୀର ଉପରେ ଅତ୍ୟଧିକ ପ୍ରଭାବ ପକାଇଥାଏ । ଅଧିକ ଖରା ହେବା ଯୋଗୁ ଲୋକେ ଚିଡଚିଡା ହେବା ସହିତ ବିରକ୍ତି ଭାବ ପ୍ରକାଶ କରନ୍ତି । କେବଳ ମଣିଷ ନୁହଁନ୍ତି, ବର୍ଦ୍ଧିତ ତାପମାତ୍ରା କାରଣରୁ କୁକୁରମାନଙ୍କୁ ବି ଅଧିକ ରାଗ ଆସିଥାଏ ବୋଲି ଏକ ନୂତନ ସର୍ଭେରୁ ଜଣାପଡିଛି । ଏହି ସମୟରେ କୁକୁରମାନଙ୍କ ନିକଟରେ ଅଧିକ ବିରକ୍ତି ଭାବ ଦେଖିବାକୁ ମିଳିଥାଏ । ଯାହାଫଳରେ ଲୋକେ ଖରାଦିନେ କୁକୁର କାମୁଡାର ଅଧିକ ଶିକାର ହୋଇଥା’ନ୍ତି । ଡାକ୍ତରମାନଙ୍କ କହିବା ମୁତାବକ ଶୀତ ଏବଂ ବର୍ଷାଦିନ ତୁଳନାରେ ଖରାଦିନେ ଡଗ୍ ବାଇଟ୍ ବା କୁକୁର କାମୁଡାର ମାମଲା ୧୧% ବଢିଯାଏ । ପ୍ରତିଦିନର ତାପମାତ୍ରା ସହିତ ଡଗ୍ ବାଇଟ୍ ରେଟ୍ ମଧ୍ୟରେ ଥିବା ସମ୍ବନ୍ଧ ବିଷୟରେ ଜାଣିବା ପାଇଁ ଗବେଷକମାନେ ଏହି ଷ୍ଟଡି କରିଥିଲେ । ସେହିପରି ତାପମାତ୍ରା ବୃଦ୍ଧିର ପ୍ରଭାବ ମଣିଷଙ୍କ ଉପରେ ମଧ୍ୟ ପଡେ । ଆମେରିକାରେ ଏରିଜୋନା ରିସର୍ଚ୍ଚ ସେଣ୍ଟରର ଏକ ଷ୍ଟଡିରୁ ଜଣାପଡିଛି ଯେ, ବର୍ଦ୍ଧିତ ତାପମାତ୍ରା କାରଣରୁ ଲୋକେ ଅଧିକ ରାଗିଯାଆନ୍ତି ଏବଂ ପରସ୍ପର ସହିତ ଝଗଡା କରନ୍ତି । ସେହିପରି ଆମେରିକାର ଅନ୍ୟ ଏକ ସର୍ଭେରୁ ଜଣାପଡିଛି ଯେ, ତାପମାତ୍ରା ବଢିବାରୁ ହିଂସା ୪% ଏବଂ ସାମୂହିକ ହିଂସା ୧୪% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହାସହ ସ୍ପେନ୍ରେ ସଡକ ଦୁର୍ଘଟଣାର ବିପଦ ମଧ୍ୟ ୭.୭% ପର୍ଯ୍ୟନ୍ତ ବଢିଥିବା ଜଣାପଡିଛି ।




