ଡ୍ରପ ଦୂର କରିବ ଚଷମାର ଆବଶ୍ୟକତା

ଅନେକ ସମୟରେ ଚଷମା ପିନ୍ଧି କୌଣସି କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ତେଣୁ କିଛି ବ୍ୟକ୍ତି ଚଷମା ପିନ୍ଧିବାକୁ ପସନ୍ଦ କରିନଥାନ୍ତି । ତେବେ ନିକଟରେୟୁରୋପିଆନ ସୋସାଇଟି ଅଫ କାଟାକର୍ଫ ଆଣ୍ଡ ରିଫ୍ରାକଫିଭ ସର୍ଜନରେ ପ୍ରସ୍ତୁତ ହୋଇଥିବା ତଥ୍ୟ ଅନୁସାରେ ବୈଜ୍ଞାନିକମାନେ ଏଭଳି ଏକ ଡ୍ରପର ଉଦ୍ଭୁାବନ କରିଛନ୍ତି ଯାହା ଆଖିର କିଛି ସାଧାରଣ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ । ଏପରିକି ଏହାକୁ ପକାଇବା ପରେ ରୋଗୀଙ୍କୁ ଆଉ ଚଷମା ମଧ୍ୟ ପିନ୍ଧିବାକୁ […]

ଡ୍ରପ ଦୂର କରିବ ଚଷମାର ଆବଶ୍ୟକତା
Samaya Live Picture
Published On

ଅନେକ ସମୟରେ ଚଷମା ପିନ୍ଧି କୌଣସି କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ତେଣୁ କିଛି ବ୍ୟକ୍ତି ଚଷମା ପିନ୍ଧିବାକୁ ପସନ୍ଦ କରିନଥାନ୍ତି । ତେବେ ନିକଟରେୟୁରୋପିଆନ ସୋସାଇଟି ଅଫ କାଟାକର୍ଫ ଆଣ୍ଡ ରିଫ୍ରାକଫିଭ ସର୍ଜନରେ ପ୍ରସ୍ତୁତ ହୋଇଥିବା ତଥ୍ୟ ଅନୁସାରେ ବୈଜ୍ଞାନିକମାନେ ଏଭଳି ଏକ ଡ୍ରପର ଉଦ୍ଭୁାବନ କରିଛନ୍ତି ଯାହା ଆଖିର କିଛି ସାଧାରଣ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ । ଏପରିକି ଏହାକୁ ପକାଇବା ପରେ ରୋଗୀଙ୍କୁ ଆଉ ଚଷମା ମଧ୍ୟ ପିନ୍ଧିବାକୁ ପଡିବ ନାହିଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଚଷମା ପିନ୍ଧୁଥିବା ଲୋକଙ୍କ ପାଇଁ ଖୁବ ସହାୟକପୂର୍ଣ୍ଣ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ଗବେଷଣାରେ ପାଖାପାଖି ୭୦୦ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଯେଉଁମାନେ ଏହି ଡ୍ରପକୁ ବ୍ୟବହାର କରିଥିଲେ । ଗବେଷଣା ସମୟରେ ଦେଖିବାକୁ ମିଳିଥିଲା ଯେଉଁମାନେ ଡ୍ରପ ବ୍ୟବହାର କରିଥିଲେ ସେମାନଙ୍କ ଆଖିରେ ଉନ୍ନତି ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ବର୍ତ୍ତମାନ ଆହୁରି ଗବେଷଣା ଜାରି ରହିଛି । ବର୍ତ୍ତମାନ ଏହା କିଛି ନିର୍ଦ୍ଧିଷ୍ଟ ସମସ୍ୟା ପାଇଁ ପ୍ରସ୍ତୁତ କରାଯାଇଛି । ଆଗକୁ ଏହାକୁ ଆହୁରି ଅଧିକ ସମସ୍ୟା ପାଇଁ ଡିଜାଇନ କରାଯିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Tags: