ଟିପ୍ସ
ରିଲ୍ସ କରିବା ହେଉ କିମ୍ବା ଦେଖିବା ବର୍ତ୍ତମାନ ଯେପରି ଏକ ସମସ୍ୟାରେ ପରିଣତ ହୋଇଛି, ଏହାକୁ ନିୟନ୍ତ୍ରଣ କରିବାପାଇଁ କିଛି ପଦକ୍ଷେପ ନେବାକୁ ପଡିବ । ଯାହା ଖୁବ ସହଜ ହେବାସହ ପ୍ରଭାବଶାଳୀ । ଏଭଳି ଛୋଟଛୋଟ କଥାକୁ ଉଭୟ ପିଲା ଓ ଅଭିଭାବକ ମାନିଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ବର୍ତ୍ତମାନ ଏକ ନୂଆ ନିଶା ପାଲଟିଥିବା ରିଲ୍ସକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମେ ନିଜର ଦୌନନ୍ଦିନ ଜୀବନକୁ ସଜାଡିବାକୁ ପଡିବ । ଆସନ୍ତୁୁ […]
ରିଲ୍ସ କରିବା ହେଉ କିମ୍ବା ଦେଖିବା ବର୍ତ୍ତମାନ ଯେପରି ଏକ ସମସ୍ୟାରେ ପରିଣତ ହୋଇଛି, ଏହାକୁ ନିୟନ୍ତ୍ରଣ କରିବାପାଇଁ କିଛି ପଦକ୍ଷେପ ନେବାକୁ ପଡିବ । ଯାହା ଖୁବ ସହଜ ହେବାସହ ପ୍ରଭାବଶାଳୀ । ଏଭଳି ଛୋଟଛୋଟ କଥାକୁ ଉଭୟ ପିଲା ଓ ଅଭିଭାବକ ମାନିଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ବର୍ତ୍ତମାନ ଏକ ନୂଆ ନିଶା ପାଲଟିଥିବା ରିଲ୍ସକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମେ ନିଜର ଦୌନନ୍ଦିନ ଜୀବନକୁ ସଜାଡିବାକୁ ପଡିବ । ଆସନ୍ତୁୁ ଜାଣିବା ସେହିଭଳି କିଛି ଟିପ୍ସ ସମ୍ପର୍କରେ…..
ସ୍କ୍ରିନ୍ ଟାଇମ୍କୁ ଦିଅନ୍ତୁ ଧ୍ୟାନ
ପ୍ରଥମେ ପିଲାର ହେଉ କିମ୍ବା ନିଜର ସ୍କ୍ରିନ୍ ଟାଇମ୍କୁ ଧ୍ୟାନ ଦିଅନ୍ତୁୁ । ଦିନକୁ କେତେ ସମୟ ମୋବାଇଲ ଦେଖୁଛନ୍ତି ତାହାକୁ ପ୍ରଥମେ ଜାଣନ୍ତୁୁ । ଏହାପରେ ଟାଇମ୍ ଲିମିଟ୍ ସେଟ କରନ୍ତୁୁ, ଯାହା ପ୍ରାଥମିକ ପାହାଚ ହେବ ଏହି ସମସ୍ୟାରୁ ମୁକୁଳିବାକୁ । ତେବେ ଏହି ପ୍ରକ୍ରିୟାକୁ ଧୀରେଧୀରେ କମାନ୍ତୁୁ ଏକାଥରେ ପୁରା କମାଇଲେ ଆପଣ ସମସ୍ୟାରେ ପଡିପାରନ୍ତି ।
ଅନ୍ୟ କାର୍ଯ୍ୟରେ ମନ ଦିଅନ୍ତୁୁ
ପ୍ରଥମେ ନିଜର ଭିନ୍ନ ସଉକ ବଢାନ୍ତୁୁ । ରିଲ୍ସ ଦେଖିବା କମାଇବା ପାଇଁ ପ୍ରଥମେ ଭଲଲାଗୁଥିବା କାମ ଆରମ୍ଭ କରନ୍ତୁୁ ଯେପରି ଚିତ୍ର ଆଙ୍କିବା, ବହି ପଢିବା, ସାଙ୍ଗଙ୍କ ସହିତ ବୁଲିବାକୁ ଯିବା, ଖେଳିବା, ଗୀତ ଶୁଣିବା, ଡ୍ୟାନ୍ସ କରିବା ଭଳି । ଏହି ସମସ୍ତ କାମରେ ସମୟ ବିତାନ୍ତୁୁ ଯେପରି ରିଲ୍ସ ଦେଖିବା ପାଇଁ ସମୟ ହିଁ ବଳିବନି । ଏହା ଏକ ଖୁବ ଗୁରୁତ୍ବପୂର୍ଣ୍ଣ ଷ୍ଟେପ ଅଟେ, ଏହା ବିଶେଷଭାବେ ସହାୟକ ମଧ୍ୟ ହୋଇଥାଏ ରିଲ୍ସ ଦେଖିବା ନିଶାକୁ କମାଇବାରେ । ସବୁଠାରୁ ବେଶି ସହାୟକ ହେବ ବ୍ୟାୟାମ । ବ୍ୟାୟାମ କରିବାଦ୍ବାରା ମନ ପ୍ରଫୁଲ ରହିବା ସହିତ ରିଲ୍ସ ଦେଖିବା ପାଇଁ ସମୟ ମଧ୍ୟ ମିଳିବ ନାହିଁ । ଏହିଭଳି ଛୋଟଛୋଟ ଷ୍ଟେପ ନେବା ଫଳରେ ଆପଣ ଏହି ନିଶା ଠାରୁ ଦୂରେଇ ପାରିବେ ।

ନୋଟିଫିକେସନ ବନ୍ଦ କରନ୍ତୁୁ
ନିଜ ମୋବାଇଲରେ କିଛି ସେଟିଂ ପରିବର୍ତ୍ତନ କରିବାକୁ ପଡିବ । ପ୍ରଥମେ ନିଜ ମୋବାଇଲର ନୋଟିଫିକେସନକୁ ବନ୍ଦ କରନ୍ତୁ । ରିଲ୍ସ କିମ୍ବା ପୋଷ୍ଟ ହେଲେ ଯେପରି ଆପଣ ଜାଣି ପାରିବେ ହିଁ ନାହିଁ । ନୋଟିଫିକେସନ ମିଳିବା ଫଳରେ ଆପଣ ଏହାକୁ ଦେଖିବାକୁ ମନ ବଳାଇବେ, ଏବଂ ପୁଣି ରିଲ୍ସ ଦେଖିବା ଆରମ୍ଭ କରିଦେବେ । ସେହିଭଳି ସସ୍କ୍ରାଇବ କରିଥିବା ଚ୍ୟାନେଲଠାରୁ ଦୂରରେ ରୁହନ୍ତୁ । ସବୁବେଳେ କେବଳ ମନୋରଞ୍ଜନ ପାଇଁ ଯେତିକି ସମୟ ସେତିକି ସମୟ ଏହାକୁ ଦେଖନ୍ତୁ, ଅଯଥାରେ ନିଜ ସମୟ ନଷ୍ଟ କରନ୍ତୁ ନାହିଁ ।

ଶିକ୍ଷଣୀୟ ରିଲ୍ସ ଦେଖନ୍ତୁ
ଅଯଥା ରିଲ୍ସ ପରିବର୍ତ୍ତେ ଭଲ ଶିକ୍ଷଣୀୟ ରିଲ୍ସ ଦେଖନ୍ତୁ, ଯେପରି ଆପଣଙ୍କୁ କିିଛି ଶିଖିବାକୁ ମିଳିବ । ସେହିଭଳି ଏହି ରିଲ୍ସ ଦେଖିବା ପରେ କିଛି ସମୟପରେ ଆପଣ ବନ୍ଦ ମଧ୍ୟ କରିପାରିବେ । ଶିକ୍ଷଣୀୟ ରିଲ୍ସ କେବେ ବି ନିଶାରେ ପରିଣତ ହେବ ନାହିଁ । ଏଥିରେ ଆପଣ ସ୍ବାସ୍ଥ୍ୟ, ବିଜ୍ଞାନ ଭଳି ଶିକ୍ଷଣୀୟ ବିଷୟକୁ ସାମିଲ କରିପାରିବେ ।

ରୁଟିନ୍ ପ୍ରସ୍ତୁତ କରନ୍ତୁ
ରିଲ୍ସକୁ ପୂରା ଦେଖିବା ବନ୍ଦ ନକରି ଏଥିପାଇଁ ଟାଇମ୍ ଟେବୁଲ ତିଆରି କରନ୍ତୁ । କେତେ ସମୟ ରିଲ୍ସ ଦେଖିବେ, କେଉଁ ସମୟରେ ଏହାକୁ ଦେଖିବା ବନ୍ଦ କରିବେ ଏନେଇ ଏକ ଷ୍ଟ୍ରିଟ ରୁଟିନ୍ ପ୍ରସ୍ତୁତ କରନ୍ତୁ । ଏହି ରୁଟିନ୍କୁ ଫଲୋ ମଧ୍ୟ କରନ୍ତୁ । ଚେଷ୍ଟା କରନ୍ତୁ ନିଜେ ପ୍ରସ୍ତୁତ କରୁଥିବା ଟାଇମ୍ ଟେବଲ ଯେପରି ମାନିବେ ।
ପରିବାର ସଦସ୍ୟଙ୍କ ସାହାଯ୍ୟ ନିଅନ୍ତୁ
ବେଳେବେଳେ ରିଲ୍ସ ଦେଖିବା ନିଶା ଏତେ ବଢିଯାଇଥାଏ କି ଏହାକୁ ଛଡାଇବା ସହଜ ହୋଇନଥାଏ । ଏପରି ସ୍ଥଳେ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସାହାଯ୍ୟ ନେଇ ପାରିବେ । ସେମାନଙ୍କ ସାହାଯ୍ୟ ଫଳରେ ଏହାକୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ । ସେମାନଙ୍କ ସହିତ ସମୟ ବିତାନ୍ତୁ, ସମସ୍ତ କଥା ଆଲୋଚନା କରନ୍ତୁ ଯାହାଫଳରେ ସହଜରେ ଆପଣ ଏହି ସମସ୍ୟାରୁ ବାହାରିପାରିବେ ।




