ଟମାଟୋ ଚାଟ୍
ସାମଗ୍ରୀ – କଟା ଟମାଟୋ ଏକ କପ, ଘିଅ, ପିଆଜ କଟା, କଞ୍ଚା ଲଙ୍କା, ସିଝା ଆଳୁ, ଧନିଆ ପତ୍ର, ଜିରା ଗୁଣ୍ଡ, ଲେମ୍ବୁ ରସ, କଳା ଲୁଣ, କିସ୍ମିସ୍, ଚିନି, ଚାଟ ମସଲା, ଶୁଖିଲା ଲଙ୍କା, ପୋଦିନା ଚଟଣି, ପନିର । ପ୍ରଣାଳୀ- ପ୍ରଥମେ ପ୍ୟାନ୍ରେ ଘିଅ ଗରମ କରନ୍ତୁ । ଏହାପରେ ଏଥିରେ କଞ୍ଚାଲଙ୍କା ଓ ଅଦା ପକାଇ ଭାଜନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଟମାଟୋ ଓ ଲୁଣ ପକାଇ […]
ସାମଗ୍ରୀ – କଟା ଟମାଟୋ ଏକ କପ, ଘିଅ, ପିଆଜ କଟା, କଞ୍ଚା ଲଙ୍କା, ସିଝା ଆଳୁ, ଧନିଆ ପତ୍ର, ଜିରା ଗୁଣ୍ଡ, ଲେମ୍ବୁ ରସ, କଳା ଲୁଣ, କିସ୍ମିସ୍, ଚିନି, ଚାଟ ମସଲା, ଶୁଖିଲା ଲଙ୍କା, ପୋଦିନା ଚଟଣି, ପନିର ।
ପ୍ରଣାଳୀ- ପ୍ରଥମେ ପ୍ୟାନ୍ରେ ଘିଅ ଗରମ କରନ୍ତୁ । ଏହାପରେ ଏଥିରେ କଞ୍ଚାଲଙ୍କା ଓ ଅଦା ପକାଇ ଭାଜନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଟମାଟୋ ଓ ଲୁଣ ପକାଇ ଭାଜନ୍ତୁ । ଏହାପରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହା ଅଳ୍ପ ସମୟ ସିଝିବା ପରେ ଏଥିରେ ପାଣି ଦେଇ ଫୁଟାନ୍ତୁ । ଏହାପରେ ଅନ୍ୟ ଏକ ପାତ୍ରରେ ପାଣି ଫୁଟିବା ପରେ ଏଥିରେ ଚିନି ପକାଇ ମିଳାଇବା ଯାଏଁ ଫୁଟାନ୍ତୁ । ଫୁଟିବା ପରେ ଏଥିରେ ଅନ୍ୟ ସମସ୍ତ ସାମଗ୍ରୀକୁ ପକାଇ ଗୋଳାନ୍ତୁ । ଏହାପରେ ଗୋଟିଏ ପ୍ଲେଟରେ ଟମାଟୋ ମିଶ୍ରଣକୁ ରଖନ୍ତୁ ଏହା ଉପରେ ଚିନିର ପ୍ରସ୍ତୁତ ସିରା ପକାନ୍ତୁ । ଶେଷରେ ଏଥିରେ ଭଜା କାଜୁ, ଛଣା ସେଉ, ଧନିଆ ପତ୍ର ଦେଇ ପ୍ରସ୍ତୁତ କରନ୍ତୁ ଟମାଟୋ ଚାଟ୍ ।




