ଜୀବନର ଅୂଲ୍ୟ ସମ୍ପଦ ବନ୍ଧୁତ୍ୱ

ବନ୍ଧୁ ବିନା ଜୀବନ ଯେପରି ଅଂସମ୍ପୂର୍ଣ୍ଣ ହୋଇଥାଏ । ଜୀବନର ସବୁ ପାଦରେ ଆମର ଗୋଟିଏ ବନ୍ଧୁର ଆବଶ୍ୟକତା ରହିଥାଏ । ଛୋଟ ବେଳେ ଖେଳିବା ପାଇ ହେଉ କିମ୍ବା ବଡ଼ ହେଲେ ନିଜ ମନକଥା ଖୋଲି କହିବା ପାଇଁ ହେଉ ବନ୍ଧୁଙ୍କର ଆବଶ୍ୟକତା ପଡିଥାଏ । ପାଖରେ ବନ୍ଧୁଟିଏ ଥିଲେ ଯେପରି ଜୀବନର ସମସ୍ୟାଭରା ରାସ୍ତା ଚାଲିବା ସହଜ ହୋଇପଡେ । ବନ୍ଧୁତ୍ୱକୁ ସେଲିବ୍ରେଟ କରିବା ପାଇଁ ସେଭଳି କୌଣସି ଦିନର ଆବଶ୍ୟକ ହୋଇନଥାଏ, ତଥାପି […]

ଜୀବନର ଅୂଲ୍ୟ ସମ୍ପଦ ବନ୍ଧୁତ୍ୱ
Samaya Live Picture
Published On

ବନ୍ଧୁ ବିନା ଜୀବନ ଯେପରି ଅଂସମ୍ପୂର୍ଣ୍ଣ ହୋଇଥାଏ । ଜୀବନର ସବୁ ପାଦରେ ଆମର ଗୋଟିଏ ବନ୍ଧୁର ଆବଶ୍ୟକତା ରହିଥାଏ । ଛୋଟ ବେଳେ ଖେଳିବା ପାଇ ହେଉ କିମ୍ବା ବଡ଼ ହେଲେ ନିଜ ମନକଥା ଖୋଲି କହିବା ପାଇଁ ହେଉ ବନ୍ଧୁଙ୍କର ଆବଶ୍ୟକତା ପଡିଥାଏ । ପାଖରେ ବନ୍ଧୁଟିଏ ଥିଲେ ଯେପରି ଜୀବନର ସମସ୍ୟାଭରା ରାସ୍ତା ଚାଲିବା ସହଜ ହୋଇପଡେ ।
ବନ୍ଧୁତ୍ୱକୁ ସେଲିବ୍ରେଟ କରିବା ପାଇଁ ସେଭଳି କୌଣସି ଦିନର ଆବଶ୍ୟକ ହୋଇନଥାଏ, ତଥାପି ଅଗଷ୍ଟ ମାସର ପ୍ରଥମ ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ଏହାକୁ ପ୍ରତିବର୍ଷ ସାରାବିଶ୍ୱର ଅନେକ ରାଷ୍ଟ୍ରରେ ପାଳନ କରାଯାଇଥାଏ । ମୁଖ୍ୟତଃ ପରାଗୁଏରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ । ଏଠାରେ ପ୍ରଥମଥର ପାଇଁ ୧୯୫୮ ମସିହାରେ ବିଶ୍ୱ ବନ୍ଧୁ ଦିବସ ପାଳନ କରାଯାଇଥିଲା । ଏହି ଦିନ ସମସ୍ତେ ନିଜର ନିଜର ସାଙ୍କ ସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗ୍ରୀଟିଂ କାର୍ଡ ଦେଇ ଅଭିବାଦନ ଜଣାଇଥାଆନ୍ତି । ବର୍ତ୍ତମାନ ଶୁଭେଚ୍ଛାର ଜରିଆ ବଦଳିଛି । ଆଗ ଭଳି ଆଉ କାର୍ଡ କିଣା ହେଉନାହିଁ । ମୋବାଇଲ ମେସେଜ୍‌ରେ ଦିଆଯାଉଛି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା । ତଥାପି ସାଙ୍ଗସାଥୀଙ୍କ ପାଇଁ ସମସ୍ତେ ଏହି ଦିନଟିକୁ ପାଳନ କରୁଥିବାର ଦେଖିବାକୁ ମିଳିଥାଏ । ଏହି ଦିନ ବିଭିନ୍ନ ସ୍ଥାନରେ ସାଙ୍ଗସାଥୀମାନେ ମିଳିମିଶି ଭୋଜି ଭାତ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ସମସ୍ତେ ଏହି ଦିନ ନିଜର ପୁରୁଣା ସ୍ମୃତିକୁ ଉଦ୍‌ଜୀବିତ କରିବା ପାଇଁ ଚେଷ୍ଟା କରିଥାଆନ୍ତି ।

ସଙ୍ଗେ ସଙ୍ଗେ ଦିଅନ୍ତୁ ଉପହାର
ଏଭଳି ଅନେକ ଥର ହୋଇଥାଏ କି ଆପଣ ହଠାତ୍‌ ସାଙ୍ଗଙ୍କ ସହ ଦେଖାହେବା ପାଇଁ ଯୋଜନା କରନ୍ତି । ତେବେ ଏହି କ୍ଷେତ୍ରରେ ଭାବି ଚିନ୍ତି ଗିଫଫ କିଣିବାକୁ ସମୟ ମିଳେ ନାହିଁ । ତେଣୁ ଏହି ସମୟରେ ଆପଣ କିଛି ଇନ୍‌ଷ୍ଟାଣ୍ଟ ଗିଫଫ ସେମାନଙ୍କୁ ଦେଇପାରିବେ । ଯଦି ଆପଣ କୌଣସି ଝିଅ ସାଙ୍ଗଙ୍କୁ ଦେଖା କରିବାକୁ ଯାଉଛନ୍ତି ତେବେ ତାଙ୍କ ପାଇଁ ପର୍ଫ୍ୟୁମ ଏକ ଭଲ ଗିଫଫ ହୋଇପାରିବ । ସେହିଭଳି ଭଲ ବୁକେ ସହିତ ଚକୋଲେଟ୍‌ ଓ ଟେଡି ଦେଇପାରିବେ । ସେହିଭଳି ଯଦି ପୁଅ ସାଙ୍ଗ ତେବେ ଏକ ଭଲ ପେନ୍‌ କିମ୍ବା ଟାଏ ଦେଇପାରିବେ, ଯାହା ସେମାନଙ୍କ କାମରେ ଆସିବ । ସେହିଭଳି ଯଦି ଆପଣଙ୍କ ସାଙ୍ଗଙ୍କୁ ମ୍ୟୁଜିକ୍‌ ପସନ୍ଦ ତେବେ ଇୟରପଡ କିମ୍ବା ସ୍ପିକର ଗିଫଫ କରିପାରିବେ । ସେହିଭଳି ଯଦି ଆପଣଙ୍କ ସାଙ୍କ ଖାଦ୍ୟ ପ୍ରିୟ ତେବେ ତାଙ୍କୁ ରାଇସ୍‌ କୁକର, ସାଣ୍ଡଉଇଚ୍‌ ମେକର ଭଳି କିଚେନ୍‌ ଗ୍ୟାଜେଟ୍‌ ମଧ୍ୟ ଦେଇପାରେବେ । ଅନ୍ୟ ସାମଗ୍ରୀ ଭିତରେ ଘଣ୍ଟା, ଚଷମା, ବ୍ୟାଗ୍‌ ଆଦି ଗିଫଫ ମଧ୍ୟ ଅସନରେ ରହିଛି ।

Tags: