ଜୀବନରେ ବିଫଳତାରୁ ଶିକ୍ଷା
ଅନେକ ସମୟରେ ଦେଖିବାକୁ ମିଳେ କିଛି ଲୋକ ଲଗାତାର ବିଫଳ ହେଲେ ମଧ୍ୟ ପୁଣି ସାହସ ଜୁଟାଇ ସଫଳତା ଆଡକୁ ଅଗ୍ରସର ହୋଇ ଥାଆନ୍ତି । ତେବେ ସେମାନଙ୍କୁ ସଫଳତାର ଶିକ୍ଷା ବିଫଳତାରୁ ହିଁ ମିଳିଥାଏ । ସବୁବେଳେ କେବଳ ସଫଳତାକୁ ପାଥେୟ କରି ଚାଲି ହୋଇ ନଥାଏ । ଜୀବନରେ ବିଫଳତାର ମଧ୍ୟ ଭୂମିକା ରହିଛି । ଜୀବନର ଦୁଇଟି ସ୍ତର ହୋଇଥାଏ ଗୋଟିଏ ସଫଳତା ଓ ବିଫଳତା । ସେହିଭଳି ବିଫଳତା ସବୁବେଳେ ଜୀବନର […]
ଅନେକ ସମୟରେ ଦେଖିବାକୁ ମିଳେ କିଛି ଲୋକ ଲଗାତାର ବିଫଳ ହେଲେ ମଧ୍ୟ ପୁଣି ସାହସ ଜୁଟାଇ ସଫଳତା ଆଡକୁ ଅଗ୍ରସର ହୋଇ ଥାଆନ୍ତି । ତେବେ ସେମାନଙ୍କୁ ସଫଳତାର ଶିକ୍ଷା ବିଫଳତାରୁ ହିଁ ମିଳିଥାଏ । ସବୁବେଳେ କେବଳ ସଫଳତାକୁ ପାଥେୟ କରି ଚାଲି ହୋଇ ନଥାଏ । ଜୀବନରେ ବିଫଳତାର ମଧ୍ୟ ଭୂମିକା ରହିଛି । ଜୀବନର ଦୁଇଟି ସ୍ତର ହୋଇଥାଏ ଗୋଟିଏ ସଫଳତା ଓ ବିଫଳତା । ସେହିଭଳି ବିଫଳତା ସବୁବେଳେ ଜୀବନର ବଡ ଶିକ୍ଷକ ହୋଇଥାଏ । ଜଣେ ବ୍ୟକ୍ତି ନିଜ ବିଫଳତାରୁ ଅନେକ କିଛି ଶିକ୍ଷା କରିଥାଆନ୍ତି । ବିଫଳତା ପାଇବା ପୂର୍ବରୁ କରିଥିବା ପରିଶ୍ରମ ଆମକୁ ଅନେକ କିଛି ଶିଖାଇଥାଏ । ସେହି ପରିଶ୍ରମ ଆମ ଭିତରେ ଆତ୍ମବିଶ୍ୱାସ ଭରି ଦେଇଥାଏ । ସେହିଭଳି ବିଫଳତା ହେବା ପରେ ଆମକୁ ନିଜ ଭିତରେ ଥିବା ଅଭାବର ସୂଚନା ମିଳିଥାଏ । ତେଣୁ ସେହି ଅଭାବକୁ ଦୂର କରିବା ପାଇଁ ଆମେ ଆହୁରି ପରିଶ୍ରମ କରିଥାଉ ଯାହା ଆମକୁ ଆଉ ଏକ ପାଦ ଆଗକୁ ବଢାଇଥାଏ । ତେଣୁ ଜୀବନରେ କିଛି ବି କରିବା ସମୟରେ ଯଦି ବିଫଳ ହେଉଛନ୍ତି ତେବେ ଅଧର୍ଯ୍ୟ ନହୋଇ ସଫଳ ହେବା ପାଇଁ ଚେଷ୍ଟା ଜାରି ରଖନ୍ତୁ । ବିଫଳତାରୁ ସବୁବେଳେ କିଛି ଶିକ୍ଷା କରିବାକୁ ଚେଷ୍ଟା କରନ୍ତୁ ।




