ଜାପାନର ସବୁଠାରୁ ବୟସ୍କ ବ୍ୟକ୍ତି
ଶିଗେକୋ କଗଓ୍ୱା ନାମକ ଜଣେ ଅବସରପ୍ରାପ୍ତ ଡାକ୍ତର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହି ମହିଳା ଜଣଙ୍କ ବର୍ତ୍ତମାନ ଜାପାନର ସବୁଠାରୁ ବୟସ୍କ ବ୍ୟକ୍ତି ପାଲଟିଛନ୍ତି । ତାଙ୍କର ବୟସ ୧୧୪ ଏବଂ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଔପଚାରିକଭାବେ ଏନେଇ ଘୋଷଣା କରାଯାଇଛି । ୨୦୨୧ରେ ୧୦୯ ବୟସରେ ସେ ଟୋକିଓ ଅଲମ୍ପିକ୍ ଭାଗ ନେଇ ରେକର୍ଡ କରିଥିଲେ । ଯାହା ପରେ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ । ନିଜେ ଜଣେ […]
ଶିଗେକୋ କଗଓ୍ୱା ନାମକ ଜଣେ ଅବସରପ୍ରାପ୍ତ ଡାକ୍ତର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହି ମହିଳା ଜଣଙ୍କ ବର୍ତ୍ତମାନ ଜାପାନର ସବୁଠାରୁ ବୟସ୍କ ବ୍ୟକ୍ତି ପାଲଟିଛନ୍ତି । ତାଙ୍କର ବୟସ ୧୧୪ ଏବଂ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଔପଚାରିକଭାବେ ଏନେଇ ଘୋଷଣା କରାଯାଇଛି । ୨୦୨୧ରେ ୧୦୯ ବୟସରେ ସେ ଟୋକିଓ ଅଲମ୍ପିକ୍ ଭାଗ ନେଇ ରେକର୍ଡ କରିଥିଲେ । ଯାହା ପରେ ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ । ନିଜେ ଜଣେ ଡାକ୍ତର ହୋଇଥିବାର ନିଜ ସ୍ୱାସ୍ଥ୍ୟର ସେ ସଠିକ୍ ଧ୍ୟାନ ରଖିପାରୁଛନ୍ତି । ସେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଆଖିରେ ଦେଖିବା ସହିତ ସେ ଏହି ସମୟରେ ଡାକ୍ତରଖାନାରେ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ନିଜର ଏକ କ୍ଲିନିକ୍ କରି ପ୍ରାୟ ୮୬ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅବସର ଜୀବନ ବଞ୍ଚୁଛନ୍ତି । ସୋସିଆଲ ମିଡିଆରେ ଲୋକ ତାଙ୍କୁ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି ।




