ଜଳଚରଙ୍କ ପାଇଁ କ୍ଷତିକାରକ ଜିଙ୍କ୍
କୌଣସି ସାମଗ୍ରୀ ସଜାଇବାକୁ ହେଲେ ଜିଙ୍କ୍ର ବ୍ୟବହାର ହୋଇଥାଏ । ଏପରିକି ମେକଅପରେ ମଧ୍ୟ ଏହାର ବ୍ୟବହାର ରହିଛି । ମେକଅପ୍ ଆର୍ଟିଷ୍ଟ, ଚିତ୍ରକର, କୌଣସି ଘରସଜା ସାମଗ୍ରୀ ନିର୍ମାଣ ସମୟରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ଏପରିକି ଏଗୁଡିକ ସମୁଦ୍ର ପାଣିରେ ମଧ୍ୟ ବେଳେବେଳେ ଦେଖିବାକୁ ମିଳିଥାଏ । ଏହା ସାଧାରଣତଃ ଦେଖିଲେ କୌଣସି କ୍ଷତିକାରକ ଭଳି ଜଣା ପଡିନଥାଏ, ହେଲେ ବର୍ତ୍ତମାନର ଏକ ଗବେଷଣା ଅନୁସାରେ ଏହାକୁ ଏକପ୍ରକାର ପ୍ଲାଷ୍ଟିକ୍ରୁ ପ୍ରସ୍ତୁତ କରାଯାଉଛି, […]
କୌଣସି ସାମଗ୍ରୀ ସଜାଇବାକୁ ହେଲେ ଜିଙ୍କ୍ର ବ୍ୟବହାର ହୋଇଥାଏ । ଏପରିକି ମେକଅପରେ ମଧ୍ୟ ଏହାର ବ୍ୟବହାର ରହିଛି । ମେକଅପ୍ ଆର୍ଟିଷ୍ଟ, ଚିତ୍ରକର, କୌଣସି ଘରସଜା ସାମଗ୍ରୀ ନିର୍ମାଣ ସମୟରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ଏପରିକି ଏଗୁଡିକ ସମୁଦ୍ର ପାଣିରେ ମଧ୍ୟ ବେଳେବେଳେ ଦେଖିବାକୁ ମିଳିଥାଏ । ଏହା ସାଧାରଣତଃ ଦେଖିଲେ କୌଣସି କ୍ଷତିକାରକ ଭଳି ଜଣା ପଡିନଥାଏ, ହେଲେ ବର୍ତ୍ତମାନର ଏକ ଗବେଷଣା ଅନୁସାରେ ଏହାକୁ ଏକପ୍ରକାର ପ୍ଲାଷ୍ଟିକ୍ରୁ ପ୍ରସ୍ତୁତ କରାଯାଉଛି, ଯାହା ହେଲା ପ୍ଲାଷ୍ଟିକ ପଲିମର ପଲିଥିନ ଟେରିପିଥାଲେଟ୍ । ତେବେ ଏହି ଜିଙ୍କ୍ର ପ୍ରଭାବ ବିଶେଷଭାବେ ସମୁଦ୍ରରେ ବାସ କରୁଥିବା ଜୀବ ଜଗତ ଉପରେ ରହିଥାଏ ବୋଲି ଜଣା ପଡିଛି । ଏହି ଜିଙ୍କ୍ କାରଣରୁ ସମୁଦ୍ରରେ ଏକ ପ୍ରକାର ସ୍ପଟିକର ନିର୍ମାଣ ହୋଇଥାଏ ଯାହା ପ୍ରକୃତିର ଇଚ୍ଛା ବିରୋଧରେ ନିର୍ମାଣ ହୋଇଥାଏ । ଏହି ସ୍ପଟିକ ବା ଖ୍ରୀଷ୍ଟାଲ ଗୁଡିକ ଜିଙ୍କକୁ ଆହୁରି ଭାଙ୍ଗି ଛୋଟଛୋଟ କରିଥାଏ, ଯାହା ସମୁଦ୍ରର ପ୍ରଦ୍ୟୁଷଣକୁ ବଢାଇଥାଏ । ଏହାକୁ ସମୁଦ୍ରରୁ ସଫା କରିବା ସହଜ ହୋଇନଥାଏ ଏବଂ ଏହାକୁ ଜଳଚରପ୍ରାଣୀମାନେ ସହଜରେ ଖାଦ୍ୟରେ ଗ୍ରହଣ କରିଥାଆନ୍ତି । ଏହି ଜିଙ୍କ୍ ସମୁଦ୍ରରେ ଏକ ପ୍ରକ୍ରିୟା ଯାହାର ନାଁ ଜୈବ ଖଣିଜକରଣକୁ ପ୍ରୋତ୍ସାହିତ କରିଥାଏ । ତେବେ ଏହିଭଳି ଜିଙ୍କ୍ର ଅନେକ ନକାରାତ୍ମକ ପ୍ରଭାବ ରହିଛି ଯାହା ସମୁଦ୍ରରେ ବାସ କରୁଥିବା ଜଳଚର ପ୍ରାଣୀଙ୍କର ଖରାପ ସ୍ୱାସ୍ଥ୍ୟ ଅବସ୍ଥାର କାରଣ ସାଜିଥାଏ ।




