ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ
Ipsita Picture
By: Ipsita
Published On

 

ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ପୁରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ଦିନ ସମସ୍ତେ ବେଶ୍ଶ୍ରଦ୍ଧାରେ କୃଷ୍ଣ ଜନ୍ମ ପାଳନ କରିଥାଆନ୍ତି । ପ୍ରତିବର୍ଷ ଏହା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହୋଇଥାଏ । ପୂରାଣରେ ବର୍ଣ୍ଣିତ କଥା ଅନୁସାରେ ଯେତେବେଳେ ବି ଧରାରେ ଅସୁରଶକ୍ତି ଓ ଦୁଷ୍ଟ ଶକ୍ତିଙ୍କ ପ୍ରାର୍ଦୁଭାବ ବଢିଥାଏ ସେହି ସମୟରେ ଭଗବାନ ଅବତାର ନେଇଥାଆନ୍ତି । ବିଷ୍ଣୁଙ୍କର ଅନେକ ଅବତାର ମଧ୍ୟରୁ ଗୋଟିଏ ହେଲା କୃଷ୍ଣ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀ ବସୁଦେବ ଓ ଦେବକୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକୃଷ୍ଣ ରୂପରେ । କୃଷ୍ଣ ଲୀଳାକୁ ନେଇ ପୂରାଣରେ ଅନେକ କଥା ବର୍ଣ୍ଣିତ । ତେବେ ସେହିସମୟରେ କଂସ ରାଜା ବହୁ ଅନ୍ୟାୟ ଅତ୍ୟାଚାର କରିବାରୁ ତା' ଭୟରେ ଦେବତା ଓ ପୃଥିବୀବାସୀ ସମସ୍ତେ ଭୟଭୀତ ହୋଇଥିଲେ । ଯାହାଫଳରେ କଂସର ବିନାଶ ପାଇଁ ପ୍ରଭୁ ଅବତାର ନେଇଥିଲେ । ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ରାତ୍ରିର ଅନ୍ଧକାରରେ ପ୍ରଭୁ ଯଶୋଦାଙ୍କ କୋଳରୁ ପ୍ରକଟ ହେଲୋ ତେବେ କଂସ ପୂର୍ବରୁ ଜାଣିଥିଲା ଯଶୋଦାଙ୍କର ଅଷ୍ଟମ ଗର୍ଭ ତା ମୃତ୍ୟୁର କାରଣ । ତେଣୁ ସେ ନିଜ ଭଉଣୀ ଯଶୋଦାଙ୍କୁ ବନ୍ଦୀ ବନାଇ ରଖି ତାଙ୍କର ସମସ୍ତ ଛୁଆଙ୍କୁ ଜନ୍ମ ହେବା କ୍ଷଣି ମାରିଦେଉଥିଲା । ହେଲେ କୃଷ୍ଣ ଜନ୍ମ ହେବା ପରେ ତାଙ୍କୁ ବସୁଦେବ ନେଇ ଗୋପରେ ନନ୍ଦ ରାଜା ଓ ଯଶୋଦାଙ୍କ ପାଖରେ ଛାଡି ଆସିଥିଲେ । କୃଷ୍ଣଙ୍କ ବଦଳରେ ସେହିସ୍ଥାନରେ ବିଜୁଳୀ କନ୍ୟାଙ୍କୁ ରଖିଦିଆଯାଇଥିଲା । ପରଦିନ କଂସ ଛୁଆକୁ ମାରିବା ସମୟରେ କୃଷ୍ଣଙ୍କ ସ୍ଥାନରେ ବିଜୁଳି କନ୍ୟାଙ୍କୁ ମାରିଥିଲା, ଯିଏ ତା ହାତରୁ ଖସିଯାଇ ଏକ ଭବିଷ୍ୟ ବାଣୀ ଜରିଆରେ ତାର ମୃତ୍ୟୁର ସୂଚନା ତାକୁ ଦେଇଥିଲେ । ଏହାପରେ ଶ୍ରୀକୃଷ୍ଣ ଗୋପପୁରରେ ବଢିବା ସହିତ କଂସର ସଂହାର ମଧ୍ୟ କରିଥିଲେ । ଏହିପରି ଭାବେ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣିତ । ଜନ୍ମାଷ୍ଟମୀ ଦିନ ମଧ୍ୟରାତ୍ରୀରେ କୃଷ୍ଣଙ୍କର ପୂଜା କରାଯାଇଥାଏ । କୃଷ୍ଣଙ୍କୁ କ୍ଷୀରରେ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ । ଏହାପରେ ରୀତିନୀତି ଅନୁସାରେ ପୂଜା କରାଯାଇ ଭୋଗ କରାଯାଇଥାଏ । ଏହାପରେ ଆଣ୍ଠୁଆ ଗୋପାଳଙ୍କୁ ଦୋଳିରେ ଝୁଲା ଯାଇଥାଏ । ଏହି ପୂଜା ଅତ୍ୟନ୍ତ ଆନ୍ଦଦାୟକ ହୋଇଥାଏ । ଏଥିରେ କୃଷ୍ଣଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତିଙ୍କୁ ପୂଜା କରାଯାଇଥାଏ ।

Tags: