ଜନ୍ମବେଦୀରୁ କର୍ମବେଦୀକୁ ଯାତ୍ରା

ଶ୍ରୀ ଗୁଣ୍ଡିଚା ଓ ବାହୁଡାଯାତ୍ରାକୁ ବାଦ୍‌ ଦେଲେ ଆଡପ ମଣ୍ଡପରେ ମହାପ୍ରଭୁଙ୍କର ସପ୍ତାହବ୍ୟାପୀ ଅବସ୍ଥାନ ହେଉଛି ଆଡପ ଅବସ୍ଥାନା ଆଷାଢ଼ ଶୁକ୍ଳ ନବମୀରେ ସଂଧ୍ୟା ଦର୍ଶନର ଦୁର୍ଲଭ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ମିଳେ ବୋଲି ମତ ରହିଛିା ଏହାପରେ ଆରମ୍ଭ ହୁଏ ଶ୍ରୀଜୀଉମାନଙ୍କର ବାହୁଡା ଯାତ୍ରାା ଜନ୍ମ୍ନବେଦୀରୁ କର୍ମବେଦୀକୁ ପ୍ରତ୍ୟାବର୍ତ୍ତନର ଯାତ୍ରାା ଆଡପ ମଣ୍ଡପରୁ ନିଳାଦ୍ରୀ ବିଜେର ଯାତ୍ରା ନୃସିଂହ କ୍ଷେତ୍ରରୁ ନିଳାଦ୍ରୀ ବିଜୋ ରଥଯାତ୍ରା ଓ ବାହୁଡାଯାତ୍ରା ଦୁଇ ଦିନକୁ ବାଦ୍‌ ଦେଲେ […]

ଜନ୍ମବେଦୀରୁ କର୍ମବେଦୀକୁ ଯାତ୍ରା
Samaya Live Picture
Published On

ଶ୍ରୀ ଗୁଣ୍ଡିଚା ଓ ବାହୁଡାଯାତ୍ରାକୁ ବାଦ୍‌ ଦେଲେ ଆଡପ ମଣ୍ଡପରେ ମହାପ୍ରଭୁଙ୍କର ସପ୍ତାହବ୍ୟାପୀ ଅବସ୍ଥାନ ହେଉଛି ଆଡପ ଅବସ୍ଥାନା ଆଷାଢ଼ ଶୁକ୍ଳ ନବମୀରେ ସଂଧ୍ୟା ଦର୍ଶନର ଦୁର୍ଲଭ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ମିଳେ ବୋଲି ମତ ରହିଛିା ଏହାପରେ ଆରମ୍ଭ ହୁଏ ଶ୍ରୀଜୀଉମାନଙ୍କର ବାହୁଡା ଯାତ୍ରାା ଜନ୍ମ୍ନବେଦୀରୁ କର୍ମବେଦୀକୁ ପ୍ରତ୍ୟାବର୍ତ୍ତନର ଯାତ୍ରାା ଆଡପ ମଣ୍ଡପରୁ ନିଳାଦ୍ରୀ ବିଜେର ଯାତ୍ରା ନୃସିଂହ କ୍ଷେତ୍ରରୁ ନିଳାଦ୍ରୀ ବିଜୋ ରଥଯାତ୍ରା ଓ ବାହୁଡାଯାତ୍ରା ଦୁଇ ଦିନକୁ ବାଦ୍‌ ଦେଲେ ଠାକୁରମାନେ ଏହି ଗୁୁଣ୍ଡିଚାମଣ୍ଡପରେ ସାତଦିନ ରହିବାର ବିଧାନ ରହିଛିା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ପରେ ଅଶ୍ୱମେଧ ଯଜ୍ଞ କରାଯାଇ ଦାରୁମୂର୍ତ୍ତିମାନ ନିର୍ମାଣ ପରେ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲାା ତେଣୁ ଏହି ଯଜ୍ଞମଣ୍ଡପ ହିଁ ଜଗନ୍ନାଥଙ୍କର ଆଦିସ୍ଥାନ ବା ଜନ୍ମସ୍ଥାନା ଆଡ ଶବ୍ଦର ଅର୍ଥ କଡ, ପାଖ, ପାଶ୍ୱର୍ା ଶ୍ରୀ ମନ୍ଦିର ଉତରପୂର୍ବ ଦିଗରେ ପ୍ରବାହିତ ମାଳିନୀ ନଦୀର ଅନ୍ୟପାଶ୍ୱର୍ରେ ଗୁଣ୍ଡିଚା ମନ୍ଦିରଟି ଥିଲାା ପୂର୍ବରୁ ଏହି ନଦୀର ଉଭୟ ପାଶ୍ୱର୍ରେ ତିନିଗୋଟି ଲେଖାଏଁ ଛଅଗୋଟି ରଥ ନିର୍ମାଣ କରି ନଦୀର ଏପଟରୁ ତିନି ଠାକୁରଙ୍କୁ ପାରି କରି ଆରପଟେ ଥିବା ଗୁଣ୍ଡିଚା ମନ୍ଦିରକୁ ନିଆ ଯାଉଥିଲାା ତେଣୁ ଆଡପଟ ବା ଆରପଟ ଶବ୍ଦରୁୁ ଏହାକୁ ଆଡପ ମଣ୍ଡପ ବୋଲି କୁହାଯାଏା ଶ୍ରୀମନ୍ଦିରରେ ମୂର୍ତ୍ତିମାନଙ୍କର ପ୍ରତିଷ୍ଠା ପରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେ ପ୍ରତିବର୍ଷ ଶ୍ରୀମନ୍ଦିରରୁ ବାହାରି ଆସି ତାଙ୍କର ଜନ୍ମସ୍ଥାନ ଜନକପୁରୀରେ ସାତଦିନ ଅବସ୍ଥାନ କରିବୋ ଜନକପୁରୀରେ ସାତଦିନ ଅବସ୍ଥାନ କାଳରେ ଶ୍ରୀ ମନ୍ଦିରରେ ଭଳି ସେଠାରେ ମଧ୍ୟ ଠାକୁରଙ୍କର ବିଭିନ୍ନ ନୀତି କରାଯାଏା ତିନି ଠାକୁର ଗୁଣ୍ଡିଚା ମନ୍ଦିର ପ୍ରବେଶ ଠାରୁ ପତ୍ୟାବର୍ତ୍ତର୍ନ ବା ବାହୁଡା ଯାତ୍ରା ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ ତାହାକୁ ଆଡପ ଅଭଢ଼ା କୁହାଯାଏା
ଅଷ୍ଟମୀ ଦିନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନିରଥଙ୍କୁ ଦକ୍ଷିଣାଭିମୁଖୀ କରାଇ ବୁଲାଇ ଦିଆଯାଏା ନବମୀ ଦିନ ଗୁଣ୍ଡିିଚା ମନ୍ଦିରରେ ଶ୍ରଜୀଉମାନଙ୍କର ପ୍ରସିଦ୍ଧ ନବମୀ ଦର୍ଶନ ଅନୁଷ୍ଠିତ ହୁଏା ଆଡପରେ ନବମୀ ସନ୍ଧ୍ୟା ଦର୍ଶନ ପରେ ପ୍ରଭୁ ବାହୁଡା ପାଇଁ ପ୍ରସ୍ତୁତ ହୁଅନ୍ତିା ଠାକୁରଙ୍କ ଠାରେ ବାହୁଡା ଓ ସେନାପଟା ପ୍ରଭୃତି ଲାଗୋ ପ୍ରଭୁଙ୍କ ନୀଳାଚଳ ବିଜେ ପାଇଁ ସବୁ ବନ୍ଦୋବସ୍ତ ହୁଏା ଏହାପରେ ବାହୁଡା ଯାତ୍ରା ଆରମ୍ଭ ହୁଏା ଆଷାଢ଼ ଶୁକ୍ଳ ଦଶମୀ ସକାଳେ ମନ୍ଦିରରେ ମଙ୍ଗଳ ଆରତୀ, ମଇଲମ, ତଡପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ, ଗୋପାଳବଲ୍ଲଭ, ସକାଳଧୂପ ପରେ ସେନାପଟା ଲାଗି ଓ ମଙ୍ଗଳାର୍ପଣ ଆଦ ନୀତିମାନ କରାଯାଏା ଠାକୁରମାନେ ପହଣ୍ଡି ହୋଇ ଗୁଣ୍ଡିଚା ଘରର ଉତର ଦ୍ୱାର ଦେଇ ସ୍ୱ- ସ୍ୱ ରଥରେ ବିଜେ କରନ୍ତି । ପୁରୀର ଗଜପତି ରାଜା ତିନିରଥର ଛେରାପହଁରା କରିସାରିବା ପରେ ଚାରମାଳ ଫିଟା, ଅଶ୍ୱଯୋଚା, ଡୋରବନ୍ଧା , ରଥଟଣା ପାଇଁ ଅନ୍ୟାନ୍ୟ କାର୍ଯ୍ୟ ଶେଷ ହେବାପରେ ଘଂଟ, କାହାଳୀ, ମୃଦଙ୍ଗ ଧ୍ୱନି ସହିତ ଆରମ୍ଭ ହୁଏ ରଥଟଣା କାର୍ଯ୍ୟା ଫେରିବା ବେଳେ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ମାଉସୀମା ମନ୍ଦିରରେ ପୋଡପିଠା ମଣୋହି କରନ୍ତିା

ପୁରୀ ବଡଦାଣ୍ଡଟି ମାଳିନୀ ନଦୀ ଦ୍ୱାରା ଦୁଇଭାଗରେ ବିଭଚ୍ଛ ଥିଲା ଶ୍ରୀ ମନ୍ଦିରରୁ ଚତୁର୍ଦ୍ଧା ମୂରତୀ ତିନି ରଥରେ ଆସି ନଦୀ ନିକଟରେ ଓହ୍ଲାଇ ପାରି କରି ପୁଣି ଆରପଟେ ଥିବା ତିନିରଥରେ ବିଜେ କରାଯାଉଥିଲାା ଏହି ଅସୁବିଧା ଦେଖି ଦେବୀ ଅର୍ଦ୍ଧାଶନୀ ମାଳିନୀ ନଦୀର ମହାପ୍ରଳୟ ଜଳକୁ ଶୋଷଣ କରିଥିବାରୁ ତାଙ୍କୁୁ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶନୀ ଆଖ୍ୟା ଦିଆଯାଇଛିା ଏହି ଅର୍ଦ୍ଧାଶନୀ ମହାପ୍ରଳୟ କାଳରେ ବନ୍ୟାଜଳକୁ ଶୋଷଣ କରି କ୍ଷେତ୍ରକୁ ରକ୍ଷା କରିଥିଲେ । ପୁଣି ଦେବୀ ଯୋଗମାୟାଙ୍କ ସ୍ୱ-ଗାତ୍ରରୁ ରୂପ ନେଇଥିବା ହେତୁ ତାଙ୍କ ଭଗ୍ନୀଭାବେ ମାଉସୀ ମା ହେବା ବିଧେୟା ଦେବୀ ଅର୍ଦ୍ଧାଶନୀ ଅଖିଳ ଲୋକ ଜନନୀ ସୁଭଦ୍ରାଙ୍କ ଭଗ୍ନୀ ଭାବରେ ମାତୃଭଗ୍ନୀ ମାଉସୀ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତିା ପୂରାଣରୁ ଜଣାଯାଏ ଯେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଯିବା ସମୟରେ ମାତା କୈକେୟୀଙ୍କୁ କହିଥଲେ ତୁମର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ରହିବା ତ୍ରେତୟା ଯୁଗର ଅବସାନ ପରେ ଦ୍ୱାପର ରେ ତୁମେ ହେବ ଯଶୋଦା ମାତା ମୁଁ ନଟନାଗରା ତାପରେ କଳି ଆସିବ ମୁଁ ହେବି ଦାରୁବ୍ରହ୍ମ ଜଗନ୍ନାଥ, ଆଉ ତୁମେ ହେବ ମୋ ମାଉସୀା ବାହୁଡା ଦଶମୀ ଦିନ ଶ୍ରୀଜଗନ୍ନାଥଙ୍କ ରଥ ଗଜପତିଙ୍କ ନଅର ପାଖରେ ପହଁଚିଯାଏା ଚାହାଣି ମଣ୍ଡପରୁ ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରନ୍ତିା ମହାଲକ୍ଷ୍ମୀ ଅଭିମାନରେ ରଥର କିଛି ଅଂଶ ଭାଙ୍ଗି ଆସିଥିବାରୁ ଗଜପତି ରାଜାଙ୍କ ମଧ୍ୟସ୍ଥିରେ ଚାହାଣି ମଣ୍ଡପରେ ଲକ୍ଷ୍ମୀ ନାରାୟଣ ଭେଟ ହୁଏା ଏକାଦଶୀ ଦିନ ଠାକୁରମାନଙ୍କ ସୁନାବେଶ କରାଯାଏା ଶ୍ରୀଜୀଉମାନଙ୍କର ସୁନାବେଶ ବର୍ଷକୁ ପ୍ରାୟ ପାଂଚଥର ଅନୁଷ୍ଠିତ ହୁଏା ବିଜୟା ଦଶମୀ, ପୋðଷ ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ ଓ ଆଷାଢ଼ ଶୁକ୍ଳ ଏକାଦଶୀରେ ରଥଉପରେ ଅନୁଷ୍ଠିତ ହୁଏା ରଥ ଉପରେ ଏହି ବେଶକୁ ବଡତଢ଼ାଉ ବେଶ , ରାଜ ରାଜେଶ୍ୱର ବେଶ ମଧ୍ୟ କୁହାଯାଏା ୍‌ଏହା ପରଦିନ ଅଧରପଣା ଆଷାଢ ଶୁକ୍ଳ ଦ୍ୱାଦଶୀରେ ଅନୁଷ୍ଠିତ ହୁଏ ଓ ଅନ୍ୟାନ୍ୟ ନୀତି ସରିବା ପରେ ଚତୁର୍ଦ୍ଦଶୀରେ ନିଳାଦ୍ରୀ ବିଜେ ହୁଏା ମହାଲକ୍ଷ୍ମୀ ଙ୍କୁ ନେଇ ନ ଥିବାରୁ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀ ଅଭିମାନ କରି ଦ୍ୱାର ବନ୍ଦ କରିଦିଅନ୍ତିା ଦେବୀଙ୍କ ମାନଭଞ୍ଜନ ପାଇଁ ପାଟଶାଢ଼ୀ ଓ ରସଗୋଲା ଅର୍ପଣ ପରେ ଦ୍ୱାର ଖୋଲେ ତାପରେ ପ୍ରଭୁ ରତ୍ନ ସିଂହାସନକୁ ପହଣ୍ଡି ବିଜେ କରନ୍ତିା ଶେଷ ହୁଏ ଜନ୍ମବେଦୀରୁ କର୍ମବେଦୀକୁ ପ୍ରତ୍ୟାବର୍ତ୍ତନର ଯାତ୍ରାା

ଜୟଶ୍ରୀ ପଟ୍ଟନାୟକ
ଗଙ୍ଗନଗର, ଭୁବନେଶ୍ୱର
୭୯୭୮୧୧୦୪୭୪

Tags: