ଛୋଟ ଜେସିବି ମେସିନ

ଭାରତରେ ଜେସିବିର ବ୍ୟବହାର ଖୁବ ଅଧିକ ରହିଥାଏ । ତେବେ ଏହି ମେସିନ୍‌ର ଆକାର ଖୁବ ବଡ ହୋଇଥାଏ ଏବଂ ଦାମ ମଧ୍ୟ ଖୁବ ଅଧିକ ରହିଥାଏ । ସୋସିଆଲମିଡିଆରେ କିନ୍ତୁ ଏକ ଜେସିବି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାତ୍ର ୩୦ ଟଙ୍କାରେ ନିର୍ମାଣ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ ଛୋଟ ଜେସିବି ମେସିନ ଦେଖିବାକୁ ମିଳିଛି, ଯାହାକୁ ଟେବୁଲ ଉପରେ ରଖି କାମ କରିହେଉଛି । […]

ଛୋଟ ଜେସିବି ମେସିନ
Samaya Live Picture
Published On

ଭାରତରେ ଜେସିବିର ବ୍ୟବହାର ଖୁବ ଅଧିକ ରହିଥାଏ । ତେବେ ଏହି ମେସିନ୍‌ର ଆକାର ଖୁବ ବଡ ହୋଇଥାଏ ଏବଂ ଦାମ ମଧ୍ୟ ଖୁବ ଅଧିକ ରହିଥାଏ । ସୋସିଆଲମିଡିଆରେ କିନ୍ତୁ ଏକ ଜେସିବି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାତ୍ର ୩୦ ଟଙ୍କାରେ ନିର୍ମାଣ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ ଛୋଟ ଜେସିବି ମେସିନ ଦେଖିବାକୁ ମିଳିଛି, ଯାହାକୁ ଟେବୁଲ ଉପରେ ରଖି କାମ କରିହେଉଛି । ତେବେ ଏହି ମେସିନ୍‌ ଯେ କେବଳ ଏକ ମଡେଲ ଏହା ନୁହେଁ, ଏହା ସମ୍ପୂର୍ଣ୍ଣଭାବେ କାର୍ଯ୍ୟ ମଧ୍ୟ କରୁଛି । ଭିଡିଓରେ ଥିବା ସୂଚନା ଅନୁସାରେ ଏହି ଜେସିବି ମେସିନ୍‌କୁ ତିଆରି କରିବାକୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି ତଥ୍ୟ ସତ କି ମିଛ ସେନେଇ କିଛି ପ୍ରମାଣ ନାହିଁ, କିନ୍ତୁ ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେଉଛି ।

Tags: