ଚିକେନ୍‌ ମସଲା ଭାତ

ସାମଗ୍ରୀ- ୨୦୦ ଗ୍ରାମ ଚାଉଳ, ୨୦୦ ଗ୍ରାମ ଚିକେନ,୩୦ ଗ୍ରାମ ଆଳୁ, ୨୦ଗ୍ରାମ ନଡିଆ କୋରା, ୫ଗ୍ରାମ ଖସଖସ,୫ ଗ୍ରାମ ରାଶି, ଗୋଟିଏ ଲେମ୍ବୁ, ୩୦ଗ୍ରାମ ଅଦାରସୁଣ ପେଷ୍ଟ, ୧୫୦ ଗ୍ରାମ ପିଆଜ, କଞ୍ଚା ଲଙ୍କା, ଧନିଆ ଗୁଣ୍ଡ, ଜୀରା ଗଣk, ଗୋଟା ଗରମ ମସଲା , ଲୁଣ, ଧନିଆ ପତ୍ର, ପୋଦିନା ପତ୍ର । ପ୍ରଣାଳୀ ପ୍ରଥମେ ଡାଲଚିନି ଖଣ୍ଡ, ଧନିଆ, ରାଶି, ନଡିଆକୁ ପ୍ୟାନରେ ଭାଜି ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡରେ ଚୁରି […]

ଚିକେନ୍‌ ମସଲା ଭାତ
Samaya Live Picture
Published On

ସାମଗ୍ରୀ- ୨୦୦ ଗ୍ରାମ ଚାଉଳ, ୨୦୦ ଗ୍ରାମ ଚିକେନ,୩୦ ଗ୍ରାମ ଆଳୁ, ୨୦ଗ୍ରାମ ନଡିଆ କୋରା, ୫ଗ୍ରାମ ଖସଖସ,୫ ଗ୍ରାମ ରାଶି, ଗୋଟିଏ ଲେମ୍ବୁ, ୩୦ଗ୍ରାମ ଅଦାରସୁଣ ପେଷ୍ଟ, ୧୫୦ ଗ୍ରାମ ପିଆଜ, କଞ୍ଚା ଲଙ୍କା, ଧନିଆ ଗୁଣ୍ଡ, ଜୀରା ଗଣk, ଗୋଟା ଗରମ ମସଲା , ଲୁଣ, ଧନିଆ ପତ୍ର, ପୋଦିନା ପତ୍ର ।
ପ୍ରଣାଳୀ
ପ୍ରଥମେ ଡାଲଚିନି ଖଣ୍ଡ, ଧନିଆ, ରାଶି, ନଡିଆକୁ ପ୍ୟାନରେ ଭାଜି ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡରେ ଚୁରି ନିଅନ୍ତୁ । ବର୍ତ୍ତମାନ ପ୍ୟାନ ବସାଇ ଏଥିରେ ତେଲ ଓ ଗୋଟା ମସଲା ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ କଟା ପିଆଜ, କଞ୍ଚଲଙ୍କା, ଅଦା ରସୁଣ ପେଷ୍ଟ, ପକାଇ ୨ରୁ୩ ମିନିଟ୍‌ ଭାଜନ୍ତୁ । ଏହାପରେ ଏଥିରେ ପୂର୍ବ ପ୍ରସ୍ତୁତ ମସଲା ଗୁଣ୍ଡ ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ ଚିକେନ ପକାଇ ୧୫ ମିନିଟ ଭାଜନ୍ତୁ । ଭାଜିବା ପରେ ଏଥିରେ ଚାଉଳ ପକାଇ ୧୦ରୁ ୧୫ ମିନିଟ ସିଝାନ୍ତୁ । ଚାଉଳକୁ ଆଗରୁ ଭିଜାଇ ରଖିଥିବେ । ଚାଉଳ ସିଝି ଭାତ ହେବା ପରେ ଏଥିରେ ପୋଦିନା ଓ ଧନିଆ ପତ୍ର ପକାଇ ପରଷନ୍ତୁ ଚିକେନ ମସଲା ଭାତ ।

Tags: