ଚଳିତ ବର୍ଷ ମାର୍ଚ୍ଚ ୩୦ ରେ ପଡୁଛି ଶ୍ରୀ ରାମ ନବମୀ

ଚୈତ୍ର ମାସରୁ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ I ଏହି ଚୈତ୍ର ମାସ ନବମୀ ତିଥିରେ ରାମ ନବମୀ ପଡିଥାଏ I ଏହି ଦିନରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଧରା ପୃଷ୍ଠରେ ଅବତରଣ କରିଥିଲେ ଇରମ ନବମୀ ପୂର୍ବରୁ ଚୈତ୍ର ମାସର ୯ ଦିନ ଧରି ନବରାତ୍ରୀ ପାଳନ କରାଯାଇଥାଏ I ନବରାତ୍ରୀ ସମୟରେ ଶକ୍ତି ସାଧନା ନଅ ଦିନ ପାଇଁ କରାଯାଇଥାଏ I ଚୈତ୍ର ନବରାତ୍ରୀର ନବମ ଦିନଟି ବିଶେଷ ମହତ୍ତ୍ୱ ରଖିଥାଏ କାରଣ […]

Samaya Live Picture
Published On

ଚୈତ୍ର ମାସରୁ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ I ଏହି ଚୈତ୍ର ମାସ ନବମୀ ତିଥିରେ ରାମ ନବମୀ ପଡିଥାଏ I ଏହି ଦିନରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଧରା ପୃଷ୍ଠରେ ଅବତରଣ କରିଥିଲେ ଇରମ ନବମୀ ପୂର୍ବରୁ ଚୈତ୍ର ମାସର ୯ ଦିନ ଧରି ନବରାତ୍ରୀ ପାଳନ କରାଯାଇଥାଏ I ନବରାତ୍ରୀ ସମୟରେ ଶକ୍ତି ସାଧନା ନଅ ଦିନ ପାଇଁ କରାଯାଇଥାଏ I ଚୈତ୍ର ନବରାତ୍ରୀର ନବମ ଦିନଟି ବିଶେଷ ମହତ୍ତ୍ୱ ରଖିଥାଏ କାରଣ ଶ୍ରୀ ରାମ ଏହି ଦିନ ଜନ୍ମ ହୋଇଥିଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ I ସେ ରାଜା ଦଶରଥଙ୍କ ଓ ମାତା କୌଶଲ୍ୟାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ପଡୁଛି ରାମ ନବମୀ I ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା I ରାମ ନବମୀ ପାଇଁ ସଜେଇ ହେଲାଣି ଅଯୋଦ୍ଧା ନଗରୀ I ରାମ ନବମୀ ପୂର୍ବରୁ ସେଠାରେ ସ୍ୱତନ୍ତ୍ର ଭାବରେ ଚାଲିଛି ପୂଜା ଅର୍ଚ୍ଚନା,ହୋମ ଯଜ୍ଞ I

ପଞ୍ଚIଙ୍ଗ ଅନୁଯାୟୀ, ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀ ତିଥି ମାର୍ଚ୍ଚ ୨୯ତାରିଖ ରାତି ୦୯ .୦୭ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ରାତି ୧୧ .୩୦ରେ ଶେଷ ହେବ। ରାମନବମୀ ପୂଜା ପାଇଁ ବିଶେଷ ମୁହୂର୍ତ୍ତ ହେଉଛି ସକାଳ ୧୧.୧୭ ମିନିଟରୁ ଦିନ ୧.୪୭ ମିନିଟ ପର୍ଯ୍ୟନ୍ତ I

ପୌରାଣିକ ମତ ଅନୁସାରେ “ରମନ୍ତେ ସର୍ବତ୍ର ଇତି ରାମ” ଯାହାର ଅର୍ଥ ହେଉଛି ରାମ ଯିଏକି ସର୍ବବ୍ୟାପି Iସନାତନ ଧର୍ମର ସୁରକ୍ଷା ପାଇଁ ଭଗବାନ ବିଷ୍ଣୁ ଶ୍ରୀ ରାମଙ୍କ ରୂପରେ ମାନବ ରୂପରେ ଜନ୍ମ ହୋଇଥିଲେ। ତେଣୁ ଶ୍ରୀ ରାମ ନବମୀରେ ଭଗବାନ ରାମଙ୍କୁ ପୂଜା କଲେ ଯଶ ଖ୍ୟାତି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ I ଭଗବାନ ରାମଙ୍କୁ ପୂଜା କଲେ ଜୀବନରେ ସକରାତ୍ମକତା ଆସିଥାଏ ଏବଂ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୁଏ I ଏହି ଦିନ ବିଶେଷ କରି ରାମ ରକ୍ଷା ସ୍ତୋତ୍ର ପାଠଂ କରିବା ଦ୍ୱାରା ସର୍ବ କାର୍ଯ୍ୟ ଅନୁକୂଳ ହୋଇ ଥାଏ I

‘ଶ୍ରୀ ରାମ ଜୟ ରାମ, ଜୟ ଜୟ ରାମ
ଜୟ ସିୟା ରାମ ଜୟ,ଜୟ ଜୟ ସିୟା ରାମ’

Tags: RAMNAVAMI