ଚଳନ୍ତା ଗଣେଶ ପେଣ୍ଡାଲ

ନିକଟରେ ସରିଛି ଗଣେଶ ଚତୁର୍ଥୀ ଯେଉଁଥିରେ ଭାରତର ବିଭିନ୍ନ ସ୍ଥାନରେ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର ଗଜାନନଙ୍କ ମୂର୍ତ୍ତି ସହିତ ପେଣ୍ଡାଲ ଶୋଭା ପାଇଥିଲା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ମୂର୍ତ୍ତିସହିତ ତୋରଣ ଶୋଭା ପାଇଥିଲା । ତେବେ ଏହାରି ଭିତରେ ଏକ ଗଣେଶ ପୂଜା ଡେକୋରେସନ ସମସ୍ତଙ୍କୁ ମନମୋହିଥିଲା । ଜଣେ ଅଟୋ ରିକ୍ସା ଡ୍ରାଇଭର ନିଜ ଅଟୋକୁ ଚଳନ୍ତା ଗଣେଶ ପେଣ୍ଡାଲରେ ପରିବର୍ତ୍ତନ କରିଥିଲେ, ଯାହା ସୋସିଆଲ […]

ଚଳନ୍ତା ଗଣେଶ ପେଣ୍ଡାଲ
Samaya Live Picture
Published On

ନିକଟରେ ସରିଛି ଗଣେଶ ଚତୁର୍ଥୀ ଯେଉଁଥିରେ ଭାରତର ବିଭିନ୍ନ ସ୍ଥାନରେ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର ଗଜାନନଙ୍କ ମୂର୍ତ୍ତି ସହିତ ପେଣ୍ଡାଲ ଶୋଭା ପାଇଥିଲା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ମୂର୍ତ୍ତିସହିତ ତୋରଣ ଶୋଭା ପାଇଥିଲା । ତେବେ ଏହାରି ଭିତରେ ଏକ ଗଣେଶ ପୂଜା ଡେକୋରେସନ ସମସ୍ତଙ୍କୁ ମନମୋହିଥିଲା । ଜଣେ ଅଟୋ ରିକ୍ସା ଡ୍ରାଇଭର ନିଜ ଅଟୋକୁ ଚଳନ୍ତା ଗଣେଶ ପେଣ୍ଡାଲରେ ପରିବର୍ତ୍ତନ କରିଥିଲେ, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସେ କିଛିଦିନ ନିଜ ରୋଜଗାରକୁ ବନ୍ଦ କରି ମୁମ୍ବାଇର ରାସ୍ତାରେ ଏହି ଚଳନ୍ତା ଗଣେଶ ପେଣ୍ଡାଲ ଧରି ବୁଲିଥିଲେ । ସେ ଖୁବ ସୁନ୍ଦରଭାବେ ନିଜ ଅଟୋକୁ ପେଣ୍ଡାଲର ରୂପ ଦେଇଥିଲେ । ଏଥିରେ ଲାଇଟ, ଫଳ, ଫୁଲ ସବୁ ଦେଇ ସଜାଇଥିଲେ । ଜଣେ କଣ୍ଟେଣ୍ଟ କ୍ରିଏଟର ତାଙ୍କ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଖୁବ ଭାଇରାଲ ହୋଇଥିଲା । ଲୋକମାନେ ତାଙ୍କର ଏଭଳି ଭକ୍ତିକୁ ଖୁବ ପ୍ରଶଂସା କରିଥିଲେ ।

Tags: