ଚପଲ ପିନ୍ଧିବାବେଳେ ଦିଅନ୍ତୁ ଧ୍ୟାନ
ସମସ୍ତ ସାମଗ୍ରୀର ଏକ ବୟସ ରହିଛି, ଯାହା ନିର୍ଦ୍ଧାରିତ ସାମଗ୍ରୀର ବ୍ୟବହାରକୁ ନେଇ ସୂଚନା ଦେଇଥାଏ । ସାମଗ୍ରୀକୁ କେତେ ଦିନ ଯାଏଁ ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପଯୋଗୀ ରହିବ ସେନେଇ ଏଥିରୁ ଜଣାଯାଇଥାଏ । ତେବେ ଆମେ ଚପଲ ବ୍ୟବହାର କରିବା ସମୟରେ ଏହାର କୌଣସି ଏକ୍ସପାରୀ ଡେଟ ଦେଖିନଥାଉ । ଯେତେଦିନ ଯାଏ ଏହା ନଷ୍ଟ ହୋଇନଥାଏ ସେତେଦିନ ଯାଏଁ ଆମେ ଏହାକୁ ପିନ୍ଧିଥାଉ । ହେଲେ ଏଭଳି ନୁହେଁ ସୂଚନା ଅନୁସାରେ ଚପଲର […]
ସମସ୍ତ ସାମଗ୍ରୀର ଏକ ବୟସ ରହିଛି, ଯାହା ନିର୍ଦ୍ଧାରିତ ସାମଗ୍ରୀର ବ୍ୟବହାରକୁ ନେଇ ସୂଚନା ଦେଇଥାଏ । ସାମଗ୍ରୀକୁ କେତେ ଦିନ ଯାଏଁ ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପଯୋଗୀ ରହିବ ସେନେଇ ଏଥିରୁ ଜଣାଯାଇଥାଏ । ତେବେ ଆମେ ଚପଲ ବ୍ୟବହାର କରିବା ସମୟରେ ଏହାର କୌଣସି ଏକ୍ସପାରୀ ଡେଟ ଦେଖିନଥାଉ । ଯେତେଦିନ ଯାଏ ଏହା ନଷ୍ଟ ହୋଇନଥାଏ ସେତେଦିନ ଯାଏଁ ଆମେ ଏହାକୁ ପିନ୍ଧିଥାଉ । ହେଲେ ଏଭଳି ନୁହେଁ ସୂଚନା ଅନୁସାରେ ଚପଲର ମଧ୍ୟ ଏକ୍ସପାରୀ ଡେଟ୍ ରହିଥାଏ । ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ଚପଲକୁ ଆମେ ପ୍ରତିଦିନ ପିନ୍ଧୁଚେ ଏହାକୁ ପ୍ରତି ୬ରୁ ୮ମାସ ମଧ୍ୟରେ ବଦଳାଇବାର ଆବଶ୍ୟକତା ରହିଛି । ସେହିଭଳି ଚପଲର ତଳ ସରିବା ଓ ଏହାର ଆକାରରେ ପରିବର୍ତ୍ତନ ହେବା କ୍ଷଣି ଏହାକୁ ବଦଳାଇବାର ଆବଶ୍ୟକତା ରହିଛି । ଚପଲର ଆକାର ବଦଳିବା ପରେ ଏହାକୁ ପିନ୍ଧିଲେ ଏହାର ଖରାପ ପ୍ରଭାବ ଆମର ଅଣ୍ଟା ଓ ଗୋଡ ଉପରେ ପଡିଥାଏ । ଏହି କାରଣରୁ ପାଦରେ ଯନ୍ତ୍ରଣା ହେବାର ଆଶଙ୍କା ବଢିଥାଏ । ଏପରିକି ପୂରା ଶରୀରରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି । ସେହଭଳି ପାଦକୁ କମ୍ଫର୍ଟ ଦେଉନଥିବା ଚପଲ ଅଧିକ ସମୟ ପିନ୍ଧିବା ଫଳରେ ଗୋଇଠିରେ ଯନ୍ତ୍ରଣା ହୋଇଥାଏ । ତେଣୁ ଚପଲ କିଣିବା ପୂର୍ବରୁ ଏହା କିଭଳି ଆପଣଙ୍କ ପାଦକୁ ଆରାମ ପ୍ରଦାନ କରିବ ସେନେଇ ଧ୍ୟାନ ଦିଅନ୍ତୁ ।




