ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ଅତି ଆନନ୍ଦ ଓ କୋଟି ଓଡିଆଙ୍କ ଉତ୍କଣ୍ଠା ର ଦିନ ମହାପ୍ରଭୁଙ୍କର ନିଳାଦି୍ର ବିଜେ । ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରନ୍ତି ତିନି ଠାକୁର । ବର୍ଷକୁ ଗୋଟିଏ ଦିନ ନୀଳାଦ୍ରିି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀଜୀଉ ମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରନି ସିଂହାସନାଧିଷ୍ଠିତ ହୋଇଥାନ୍ତି । […]

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ
Samaya Live Picture
Published On

ଅତି ଆନନ୍ଦ ଓ କୋଟି ଓଡିଆଙ୍କ ଉତ୍କଣ୍ଠା ର ଦିନ ମହାପ୍ରଭୁଙ୍କର ନିଳାଦି୍ର ବିଜେ । ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରନ୍ତି ତିନି ଠାକୁର । ବର୍ଷକୁ ଗୋଟିଏ ଦିନ ନୀଳାଦ୍ରିି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀଜୀଉ ମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରନି ସିଂହାସନାଧିଷ୍ଠିତ ହୋଇଥାନ୍ତି । ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ ଓ ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରନି ସିଂହାସନକୁ ବିଜେ କରାଯାଏ । ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ । ଶାସ୍ତ୍ରରେ ଯଦିଓ ଉଲ୍ଲେଖ ରହିଛି ଦ୍ୱାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦି୍ର ବିଜେ ହୋଇଥାଏ । ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ଅନୁସୃତ ହୋଇ ଆସୁଅଛି । ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଜୀଉଙ୍କର ଅନେକ ଅନ୍ତରଙ୍ଗ ନୀତି ଗୋପନୀୟ ଓ ଅବର୍ଣ୍ଣନୀୟ ।

ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ନୀଳାଦ୍ରିବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିର ପରଂପରାର ଗୋଟିଏ ବିଶେଷତ୍ୱ ହେଉଛି “ରଥଯାତ୍ରା’ର ଅନ୍ତିମ ଉତ୍ସବ “ନୀଳାଦି୍ରବିଜେ’ରେ ରସଗୋଲା ଭୋଗର ପାରମ୍ପରିକ ପ୍ରଚଳନ ଅଛି । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ । ପରମ୍ପରା ଅନୁସାରେ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯାଏ । ନୀଳାଦି୍ର ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି । ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ । ପହଣ୍ଡି ବିଜେ ପୂର୍ବରୁ ରନିସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ । ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢିଥାଏ । ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ । ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରନିସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ପାଳନ ହୋଇଥାଏ, ଠିକ୍‌ ସେହିପରି ସିଂହଦ୍ୱାରଠାରେ ନୀଳାଦ୍ରି ବିଜେ ପହଣ୍ଡିରେ ସମ ନୀତି ପାଳିତ ହୁଏ ।

ଶ୍ରୀମନ୍ଦିରର ପାରମ୍ପରିକ ପ୍ରଥା ଅନୁସାରେ ନୀଳାଦ୍ରି ବିଜେରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଦେବୀ ଲକ୍ଷ୍ମୀଙ୍କ ଆଦେଶରେ ଦାସୀମାନେ ଶ୍ରୀମନ୍ଦିର ଦ୍ୱାର ରୁଦ୍ଧ କରି ଦିଅନ୍ତି । ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରି ନପାରି ଶ୍ରୀଜଗନ୍ନାଥ ଦାସୀଙ୍କ ମାଧ୍ୟମରେ ଦେବୀ ଲକ୍ଷ୍ମୀଙ୍କୁ ବିନୟ ବଚନ ସମ୍ବଳିତ ଅନୁରୋଧ କରିବା ପରେ ଦେବୀ ଲକ୍ଷ୍ମୀ ଦ୍ୱାର ଖୋଲନ୍ତି । ସହଚରୀମାନେ ଯାଇ ଦେବୀ ଲକ୍ଷ୍ମୀଙ୍କୁ ବିନୟ ବଚନ ସମ୍ବଳିତ ଶ୍ରୀଜଗନ୍ନାଥଙ୍କ ଅନୁରୋଧ ଜଣାଇବା ପରେ, ଲକ୍ଷ୍ମୀଦେବୀ ତାଙ୍କର ଛଦ୍ମ କଠୋରତା ପରିହାର କରି, ଆନନ୍ଦ ବିହ୍ୱଳ ଚିତ୍ତରେ ଶ୍ରୀମନ୍ଦିରର ଦ୍ୱାର ଖୋଲି ଦେବାପାଇଁ ସେମାନଙ୍କୁ ଆଦେଶ ଦେଇଛନ୍ତି । ଶ୍ରୀମନ୍ଦିରରେ ନୀଳାଦି୍ର ବିଜେ ନୀତିର ପାରମ୍ପରିକ ପ୍ରଥା ଅନୁଯାୟୀ । ଏହା ପରେ ଦାସୀ ବା ସହଚରୀ ଭୂମିକାରେ ଥିବା ସେବକମାନେ ଶ୍ରୀମନ୍ଦିରର କବାଟ ଖୋଲି ଦିଅନ୍ତି ଏବଂ ପ୍ରଭୁ ଭିତରକୁ ବିଜେ କରନ୍ତି । ଭଣ୍ଡାର ଦ୍ୱାର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ସହିତ ବିବାହ ଗଇ=ାଳ ଫିଟା ହୁଏ ଏବଂ ସେହି ଅପୂର୍ବ ମିଳନ ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଲକ୍ଷ୍ମୀଦେବୀଙ୍କ ମାନଭଞ୍ଜନ ଜନିତ ମଧୁର ନିଦର୍ଶନ ସ୍ୱରୂପ ରସଗୋଲା ଭୋଗ ଅର୍ପିତ ହୁଏ । ଏହା ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରନିସିଂହାସନକୁ ବିଜେ କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ । ଗଇଁଠାଳର ଏକ ବିଶେଷତ୍ୱ ହେଉଛି, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ରୁକ୍ମିଣୀ ହରଣ ପରେ ଶ୍ରୀଜଗନ୍ନାଥଙ୍କର ଯେଉଁ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ, ତାହା ପରେ ପରେ ପ୍ରଭୁ ସ୍ନାନଯାତ୍ରାକୁ ଆସି ସ୍ନାନନୀତି ପରେ ଜ୍ୱରରେ ପଡ଼ି ଅଣସରରେ ରୁହନ୍ତି ଏବଂ ସେବକଙ୍କ ଦ୍ୱାରା ଗୁପ୍ତ ନୀତି ତଥା ଚିକିତ୍ସା ପରେ ମହାପ୍ରଭୁ ଜ୍ୱରରୁ ଉଠିବା ପରେ ନବଯୌବନ ଦର୍ଶନ ଦେଇ ମାଆ ଲକ୍ଷ୍ମୀଙ୍କୁ ମନ୍ଦିରରେ ଏକାକୀ ଛାଡି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚାଘରକୁ ଘୋଷଯାତ୍ରାରେ ବାହାରି ଯାଆନ୍ତି । ତେଣୁ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ପଡ଼ିଥିବା ବିବାହ ଗଇଁଠାଳ ଫିଟିପାରି ନଥାଏ । ସେହି ଗଇଁଠାଳ ଫିଟେ ରଥଯାତ୍ରାର ଶେଷ ପର୍ବ “ନୀଳାଦ୍ରି ବିଜେ’ ଦିନ ।

ପ୍ରଭୁଙ୍କୁ ଭୋଗ ଲାଗିଥାଏ ରସଗୋଲା
ନୀଳାଦ୍ରି ବିଜେ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନର ମଧୁର ନୈବେଦ୍ୟ ଭାବରେ ରସଗୋଲା ଭୋଗ ଅର୍ପିତ ହୋଇ ଆସୁଅଛି । କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସହିତ ଜଡ଼ିତ ବଡ଼ ଓଡ଼ିଆ ମଠ, ଉତ୍ତର ପାଶ୍ୱର୍ ମଠ, ରାଧାବଲ୍ଲଭ ମଠ, କଟକୀ ମଠ, ନେବଳ ଦାସ ମଠ ଓ ରାଧାଶ୍ୟାମ ମଠ ଆଦିରେ ମଧ୍ୟ ରସଗୋଲା ଭୋଗ ୩୦୦ ବର୍ଷ ହେଲା ପ୍ରଚଳିତ ଥିବା ଜଣାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀକ୍ଷେତ୍ରର ଏହି ମଠ, ଯାହାରକି ରସଗୋଲା ଭୋଗ ଜଗମୋହନକୁ ଆସି ଶ୍ରୀଜଗନ୍ନାଥ ଓ ଶ୍ରୀଦେବୀ (ମହାଲକ୍ଷ୍ମୀ)ଙ୍କର ବିବାହ ଗଇଁଠାଳ ଫିଟିବା ସମୟରେ ଜନୈକ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କୁ ନିବେଦିତ ହୋଇଥାଏ । ଏହାର ପରଂପରା ପ୍ରାୟ ୩୦୦ ବର୍ଷର କୁହଯାଏ । ତେବେ ଦାଣ୍ଡି ରାମାୟଣ ରସଗୋଲା ଉକ୍ତି ଅନୁସାରେ ଓଡ଼ିଶା ରସଗୋଲାର ୫୦୦ ବର୍ଷର ପ୍ରମାଣ । ଏହା ସହିତ ନୀନାଦ୍ରି ବିଜେ ଦିନ ଏହା ପରଂପରା କ୍ରମେ ଶ୍ରୀଜଗନ୍ନାଥ ଓ ମାଆ ମହାଲକ୍ଷ୍ମୀଙ୍କୁ ଭୋଗ ରୂପେ ଅର୍ପିତ ହେବା ମଧ୍ୟ ସ୍ପଷ୍ଟ ଓ ଦୃଢ ଭାବରେ ପ୍ରମାଣ କରେ ଯେ ଓଡ଼ିଶା ହିଁ ରସଗୋଲାର ଆଦିଭୂମି । ତେଣୁ ଏହି ତିଥିରେ ଓଡ଼ିଶାରେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ ।

ଅମୂଲ୍ୟ କୁମାର ପଣ୍ଡା

ମୋବାଇଲ: ୮୨୪୯୫୦୨୭୭୬

Tags: