ଚଣା ପାଳଙ୍ଗ ଖେଚୁଡି

ସାମଗ୍ରୀ – ଏକ କପ ଚଣା, ଏକକପ ପାଳଙ୍ଗ ରସ, ଚାଉଳ, ଗୋଟିଏ କଟା ପିଆଜ, ଗୋଟା ଗରମ ମସଲା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ଅଦାରସୁଣ ପେଷ୍ଟ । ପ୍ରଣାଳୀ – ପ୍ରଥମେ ଚଣାକୁ ସିଝାଇ ନିଅନ୍ତୁ । ଅନ୍ୟଏକ ପାତ୍ରରେ ପାଳଙ୍ଗ ଶାଗକୁ ଅଳ୍ପ ସିଝାଇ ଏହାର ରସ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନ୍‌ରେ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ । କିଛି ସମୟ ପରେ ଏଥିରେ କଟା […]

ଚଣା ପାଳଙ୍ଗ ଖେଚୁଡି
Samaya Live Picture
Published On

ସାମଗ୍ରୀ – ଏକ କପ ଚଣା, ଏକକପ ପାଳଙ୍ଗ ରସ, ଚାଉଳ, ଗୋଟିଏ କଟା ପିଆଜ, ଗୋଟା ଗରମ ମସଲା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ଅଦାରସୁଣ ପେଷ୍ଟ ।
ପ୍ରଣାଳୀ – ପ୍ରଥମେ ଚଣାକୁ ସିଝାଇ ନିଅନ୍ତୁ । ଅନ୍ୟଏକ ପାତ୍ରରେ ପାଳଙ୍ଗ ଶାଗକୁ ଅଳ୍ପ ସିଝାଇ ଏହାର ରସ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନ୍‌ରେ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ । କିଛି ସମୟ ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦାରସୁଣ ପେଷ୍ଟ ପକାଇ ଗୋଳାନ୍ତୁ । କିଛି ସମୟ ପରେ ଏଥିରେ ପାଳଙ୍ଗ ରସକୁ ପକାଇ ଭାଜନ୍ତୁ । ଭାଜିହେବା ପରେ ଏଥିରେ ସିଝା ଚଣା ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ଏହାପରେ ଏଥିରେ ଚାଉଳ ପକାଇ ପାଣି ଏବଂ ଲେମ୍ବୁ ରସ ଦେଇ ଘୋଡାଇ ଦିଅନ୍ତୁ । ଭାତ ହୋଇଯିବା ପରେ ପ୍ରସ୍ତୁତ ହୋଇଯିବ ଚଣା ପାଳଙ୍ଗ ଖେଚୁଡି ।

Tags: