ଘୁଞ୍ଚିଲା ରିଲିଜ

ଘୁଞ୍ଚିଲା ରିଲିଜ
Ipsita Picture
By: Ipsita
Published On

 

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ପେଦ୍ଦି’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ଏବଂ ଦର୍ଶକଙ୍କୁ ଏକ ଉନ୍ନତ ସିନେମା ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ପୂର୍ବରୁ ମାର୍ଚ୍ଚ ୨୭ ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମ ଏବେ ଆସନ୍ତା ଜୁନ୍ ମାସରେ ପ୍ରେକ୍ଷାଳୟକୁ ଆସିବ ବୋଲି ନିର୍ଦ୍ଦେଶକ ବୁଚି ବାବୁ ସୂଚନା ଦେଇଛନ୍ତି । ଏହି ସିନେମାରେ ରାମ ଚରଣ ଏକ ଦମଦାର୍ ପହିଲମାନ ଚରିତ୍ରରେ ନଜର ଆସିବେ ।  ସେହିଭଳି ପୂର୍ବରୁ ଏ.ଆର୍. ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ 'ଚିକିରି ଚିକିରି' ଏବଂ 'ରାୟ ରାୟ ରା ରା' ଭଳି ଗୀତଗୁଡ଼ିକ  ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଛି । ଏହି ଫିଲ୍ମରେ ଜାହ୍ନବୀ କପୁର ମୁଖ୍ୟ ନାୟିକା ସାଜିଥିବା ବେଳେ କନ୍ନଡ ସୁପରଷ୍ଟାର ଶିବ ରାଜକୁମାର, ଦିବ୍ୟେନ୍ଦୁ ଶର୍ମା ଏବଂ ଜଗପତି ବାବୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମକୁ ନେଇ ଏବେ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି ।

Tags: