ଘରେ ଫଟୋଫ୍ରେମ୍‌ ଲଗାଉଥିଲେ

ଘରେ ଫଟୋ ଫ୍ରେମ ଲଗାଇବାକୁ ସମସ୍ତେ ଭଲ ପାଇଥାଆନ୍ତି । ତେବେ ବାସ୍ତୁ ଅନୁସାରେ କେତେକ ଫଟୋ ଘରେ ଲଗାଇଲେ ଶୁଭ ହୋଇଥିବାବେଳେ କେତେକ ଅଶୁଭ ହୋଇଥାଏ । କେତେକ ଘରର ସୁଖ ସମୃଦ୍ଧି ବଢିବାରେ ସହାୟକ ହେଉଥିବାବେଳେ କେତେକ ଏଥିରେ ବାଧକ ସାଜିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ଫଟୋ ଘରେ ଲଗାଇଲେ ଘରର ବାସ୍ତୁ ଉପରେ କଣ ପ୍ରଭାବ ପଡିଥାଏ । ଅନେକଙ୍କ ଘରେ ଘୋଡା ଦୌଡୁଥିବାର ଫଟୋ ଲାଗିଥାଏ । ତେବେ […]

ଘରେ ଫଟୋଫ୍ରେମ୍‌ ଲଗାଉଥିଲେ
Samaya Live Picture
Published On

ଘରେ ଫଟୋ ଫ୍ରେମ ଲଗାଇବାକୁ ସମସ୍ତେ ଭଲ ପାଇଥାଆନ୍ତି । ତେବେ ବାସ୍ତୁ ଅନୁସାରେ କେତେକ ଫଟୋ ଘରେ ଲଗାଇଲେ ଶୁଭ ହୋଇଥିବାବେଳେ କେତେକ ଅଶୁଭ ହୋଇଥାଏ । କେତେକ ଘରର ସୁଖ ସମୃଦ୍ଧି ବଢିବାରେ ସହାୟକ ହେଉଥିବାବେଳେ କେତେକ ଏଥିରେ ବାଧକ ସାଜିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ଫଟୋ ଘରେ ଲଗାଇଲେ ଘରର ବାସ୍ତୁ ଉପରେ କଣ ପ୍ରଭାବ ପଡିଥାଏ । ଅନେକଙ୍କ ଘରେ ଘୋଡା ଦୌଡୁଥିବାର ଫଟୋ ଲାଗିଥାଏ । ତେବେ ବାସ୍ତୁ ଅନୁସାରେ ଏଭଳି ମାନତ୍ୟା ଅଛି କି ଘରେ କିମ୍ବା ଅଫିସରେ ଦୌଡୁଥିବା ଘୋଡାର ଫଟୋ ଲଗାଇବା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ । ତେବେ ଏଥିସହିତ ଘରର ଲୋକଙ୍କୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ସେହିଭଳି ଏଭଳି କେତେକ ଫଟୋ ରହିଛି, ଯାହାକୁ ଘରେ ଲଗାଇବା ଅଶୁଭ ହୋଇଥାଏ । କେବେ ବି ଘରେ ତାଜମହଲ, ମହାଭାରତ, ବୁଡି ଯାଉଥିବା ଜାହାଜ, ହିଂସ୍ର ଜନ୍ତୁ ଆଦିଙ୍କର ଫଟୋ ରଖନ୍ତୁ ନାହିଁ । ଏହା ଘର ପାଇଁ ଅଶୁଭ ହୋଇଥାଏ । ଘରେ ଏଭଳି ଫଟୋ ରହିବା ଦ୍ୱାରା ନକରାତ୍ମକତା ବଢିବା ସହ ଘରେ ଅଶାନ୍ତି ଲାଗି ରହିଥାଏ । ତେଣୁ ଚେଷ୍ଟା କରନ୍ତୁ ଘରେ ସବୁବେଳେ ସକରାତ୍ମକତା ବଢାଉଥିବା ଫଟୋ ଲଗାଇବାକୁ ।

Tags: