ଘରର ବାୟୁ ବି ହୋଇପାରେ ପ୍ରଦୂଷିତ
ଆଜିକାଲି ବାୟୁ ପ୍ରଦୂଷଣ ଯେପରି ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି । ସମସ୍ତେ ଭାବନ୍ତି କେବଳ ବାହାରେ ହିଁ ଆମେ ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟାରେ ଗ୍ରହଣ କରୁଛେ, ହେଲେ ଏଭଳି ନୁହେଁ । ଘରେ ମଧ୍ୟ ଦୂଷିତ ବାୟୁ ରହିଛି ଯାହାକୁ ଆମେ ଗ୍ରହଣ କରିଥାଉ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ତେଣୁ ଟ୍ରାଫିକ୍ ହେଉ କି ଡାଇନିଂ ଟେବୁଲ ଯେଉଁଠି ବି ଆପଣ ନିଃଶ୍ୱାସ ନେଉଛନ୍ତି ସେଥିରେ ପ୍ରଦୂଷିତ ବାୟୁ ନିଃଶ୍ୱାସରେ ନେବାର […]
ଆଜିକାଲି ବାୟୁ ପ୍ରଦୂଷଣ ଯେପରି ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି । ସମସ୍ତେ ଭାବନ୍ତି କେବଳ ବାହାରେ ହିଁ ଆମେ ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟାରେ ଗ୍ରହଣ କରୁଛେ, ହେଲେ ଏଭଳି ନୁହେଁ । ଘରେ ମଧ୍ୟ ଦୂଷିତ ବାୟୁ ରହିଛି ଯାହାକୁ ଆମେ ଗ୍ରହଣ କରିଥାଉ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ତେଣୁ ଟ୍ରାଫିକ୍ ହେଉ କି ଡାଇନିଂ ଟେବୁଲ ଯେଉଁଠି ବି ଆପଣ ନିଃଶ୍ୱାସ ନେଉଛନ୍ତି ସେଥିରେ ପ୍ରଦୂଷିତ ବାୟୁ ନିଃଶ୍ୱାସରେ ନେବାର ଆଶଙ୍କା ରହିଛି । ବର୍ତ୍ତମାନ ଯେଉଁମାନେ କେବେ ବି ଜୀବନରେ ସିଗାରେଟ୍ ଟାଣିନାହାନ୍ତି ସେମାନଙ୍କ ନିକଟରେ କ୍ରୋନିକ ଫଟିଗୋ, ଷ୍ଟବନ୍ କଫ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହାର କାରଣ ଅଧିକ ଦିନ ଧରି ଘରେ ହେଉ କିମ୍ବା ବାହାରେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସି ଏହି ସମସ୍ୟା ଉପୁଜୁଥିବା ଜଣା ପଡିଛି । ତେଣୁ ସବୁବେଳେ ଘରେ ରହିଲେ ଯେ ଆମେ ପ୍ରଦୂଷଣରୁ ମୁକ୍ତ ରହିବା ତାହା ଠିକ୍ ନୁହେଁ । ଘରେ ଏଭଳି ଅନେକ ସାମଗ୍ରୀ ରହିଛି ଯେପରି ମଶା ଧୂପ, ସେଣ୍ଟେଡ୍ ଧୂପକାଠି, ସେଣ୍ଟେଡ୍ କ୍ଲିନର ଯେଉଁଥିରୁ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ ରହୁଛି । ଏହା ବିଶେଷଭାବେ ଛୋଟ ପିଲା ଓ ବୟସ୍କଙ୍କ ପାଇଁ ବେଶି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଆମକୁ ବାହାର ସହିତ ଘରେ ମଧ୍ୟ ଛୋଟଛୋଟ କଥାର ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ତେଣୁ ବାହାରକୁ ଯିବା ସମୟରେ ଯେପରି ମାସ୍କ ପିନ୍ଧୁଛେ ସେହିପରି ଘରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଘରେ ସବୁବେଳେ ଅଗରବତୀ କିମ୍ବା ବାସ୍ନା ଧୂପକାଠି ବ୍ୟବହାର କରନ୍ତୁ ନାହିଁ । ବିଶେଷଭାବେ ଏହାକୁ ଲଗାଇବା ସମୟରେ ଘରର କବାଟ ଝରକା ଖୋଲା ରଖନ୍ତୁ । ଘରକୁ ସବୁବେଳେ ଆବଶ୍ୟକ ଭେଣ୍ଟିଲେସନ ଦିଅନ୍ତୁ ।




