ଘରକୁ ରଖନ୍ତୁ କୀଟପତଙ୍ଗ ମୁକ୍ତ
ଘରେ ଅନେକ ସମୟରେ କୀଟପତଙ୍ଗ ହୋଇଯାଆନ୍ତି ଯାହା ଘରର ବିଭିନ୍ନ ଆସବାବ ପତ୍ରକୁ ନଷ୍ଟ କରିବାର ଭୟ ରହିଥାଏ । ଏହି କୀଟପତଙ୍ଗକୁ ଦୂରରେ ରଖିବାକୁ ଅନେକ ପ୍ରକାରର ଚେଷ୍ଟା ସବୁବେଳେ ସମସ୍ତେ କରିଥାଆନ୍ତି । ତେବେ କେବଳ କୌଣସି କେମିକାଲ ଔଷଧ ନୁହେଁ ବରଂ କିଛି ଘରୋଇ ଟି« ସାହାଯ୍ୟରେ ମଧ୍ୟ ଆମେ ଏହି କୀଟମାନଙ୍କୁ ଘର ଭିତରୁ ଦୂରେଇ ପାରିବା । – ଘରେ ଥିବା ସମସ୍ତ ଝରକା ଓ କବାଟକୁ ସିଲ୍ କରିନିଅନ୍ତୁ, […]
ଘରେ ଅନେକ ସମୟରେ କୀଟପତଙ୍ଗ ହୋଇଯାଆନ୍ତି ଯାହା ଘରର ବିଭିନ୍ନ ଆସବାବ ପତ୍ରକୁ ନଷ୍ଟ କରିବାର ଭୟ ରହିଥାଏ । ଏହି କୀଟପତଙ୍ଗକୁ ଦୂରରେ ରଖିବାକୁ ଅନେକ ପ୍ରକାରର ଚେଷ୍ଟା ସବୁବେଳେ ସମସ୍ତେ କରିଥାଆନ୍ତି । ତେବେ କେବଳ କୌଣସି କେମିକାଲ ଔଷଧ ନୁହେଁ ବରଂ କିଛି ଘରୋଇ ଟି« ସାହାଯ୍ୟରେ ମଧ୍ୟ ଆମେ ଏହି କୀଟମାନଙ୍କୁ ଘର ଭିତରୁ ଦୂରେଇ ପାରିବା ।
– ଘରେ ଥିବା ସମସ୍ତ ଝରକା ଓ କବାଟକୁ ସିଲ୍ କରିନିଅନ୍ତୁ, ଯେପରି ଏହି ପୋକମାନ ରହିପାରିବେ ନାହିଁ ।
– ଝରକା କବାଟରେ ମଶା ରୋକିବା ପାଇଁ ବ୍ୟବହାର ହେଉଥିବା ଜାଲିକୁ ଲଗାଇ ଦିଅନ୍ତୁ । ଏହି ଜାଲି ଲାଗିବା ଫଳରେ କୀଟ ପତଙ୍ଗମାନେ ଭିତରକୁ ଆସିପାରିବେ ନାହିଁ ।
– ଘରର ଆଖପାଖ, ଛାତ, ବାଲକୋନି ଆଦି ସ୍ଥାନକୁ ସଫା ରଖନ୍ତୁ । ଏଠାରେ କୌଣସି ଆବର୍ଜନା କିମ୍ବା ପାଣି ଯମିବାକୁ ଦିଅନ୍ତୁ ନାହିଁ ।
– ଘରେ କୌଣସି ଗାତ ରଖନ୍ତୁ ନାହିଁ, ଏହାକୁ ମୁଜି ଦିଅନ୍ତୁ । କିମ୍ବା କାନ୍ଥରେ ଫାଟ ଥିଲେ ମଧ୍ୟ ଏହାକୁ ନିବୁଜ କରନ୍ତୁ । ଏହି ସବୁ ଫାଟରେ କୀଟପତଙ୍ଗ ରହିବାର ଭୟ ଥାଏ ।
– ଘର ପାଖରେ ପାଣି ଯମିବାକୁ ଦିଅନ୍ତୁ ନାହିଁ । ଏଥିରେ କୀଟ ପତଙ୍ଗ କିମ୍ବା ପୋକଯୋକ ହେବାର ଭୟ ରହିଥାଏ । ତେଣୁ ଏଗୁଡିକୁ ସଫା ରଖନ୍ତୁ ।
– ଘରେ ରଖୁଥିବା ପ୍ରତିଦିନର ଅଳିଆକୁ ଖୋଲା ରଖନ୍ତ ନାହିଁ ଏଗୁଡିକ ଖୋଲା ରଖିବା ଦ୍ୱାରା ଏଥିରେ ପୋକ ହେବାର ସମ୍ଭାବନା ସବୁଠାରୁ ଅଧିକ ଥାଏ ।
– ସବୁଦିନ ଘରର ଡଷ୍ଟବିନ୍ ଫୋପାଡନ୍ତୁ । ଏହାକୁ ଯମା କରି ଘରେ ରଖନ୍ତୁ ନାହିଁ । ଘର ଅପରିଷ୍କାର ହେବାର ସମ୍ଭାବନା ବଢିଥାଏ ।




