ଗୋଲ୍ଡ ମ୍ୟାନ
ତ୍ତରପ୍ରଦେଶର ରାଜନେତା ରାଜା ଭୈୟାଙ୍କ ଦ୍ୱାରା ପ୍ରତାପଗଡ଼ର କୁଣ୍ଡାଠାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବିହାରର ‘ଗୋଲ୍ଡ ମ୍ୟାନ୍’ ଭାବେ ପରିଚିତ ଜଣେ ବ୍ୟକ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ବିହାରରୁ ଆସିଥିବା ପ୍ରେମ କୁମାର ସିଂହ ପ୍ରାୟ ୬.୩ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ପିନ୍ଧି ଏହି ଶ୍ରୀରାମ କଥା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ପିନ୍ଧିଥିବା ଅଳଙ୍କାରର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ବେକରେ ମୋଟା ସୁନା ଚେନ୍, ହାତରେ ବ୍ରେସଲେଟ୍ ଏବଂ ଅନ୍ୟାନ୍ୟ ଭାରୀ ଅଳଙ୍କାର ପିନ୍ଧିଥିବା ସିଂହଙ୍କୁ ଦେଖିବା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ଶ୍ରଦ୍ଧାଳୁ ଓ ଆଗନ୍ତୁକମାନଙ୍କର ପ୍ରବଳ ଭିଡ଼ ଜମିଥିଲା । ତାଙ୍କର ଏହି ନିଆରା ବେଶଭୂଷା ସମଗ୍ର ସମାବେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଲୋକ ତାଙ୍କ ସହ ସେଲ୍ଫି ନେବା ଏବଂ ଫଟୋ ଉଠାଇବା ପାଇଁ ଆଗ୍ରହ ଦେଖାଇଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ଗଣମାଧ୍ୟମ ସହ ଆଲୋଚନା କରି ସିଂହ ରାଜା ଭୈୟାଙ୍କ ଦ୍ୱାରା ଆୟୋଜିତ ଏହି ରାମ କଥା ଓ ଧାର୍ମିକ ସମାବେଶ ସମ୍ପର୍କରେ ନିଜର ମତ ରଖିଥିଲେ । ସୂଚନାଯୋଗ୍ୟ ଯେ ବିପୁଳ ପରିମାଣର ସୁନା ଅଳଙ୍କାର ପିନ୍ଧିବାର ସଉକ ପାଇଁ ପ୍ରେମ କୁମାର ସିଂହ ବିହାରରେ ‘ଗୋଲ୍ଡ ମ୍ୟାନ୍’ ନାମରେ ବେଶ୍ ପରିଚିତ ।




