ଗାଧୁଆ ଘରକୁ ନିଅନ୍ତୁ ନାହିଁ ମୋବାଇଲ

ଆଜିକାଲିର ଯୁଗକୁ ମୋବାଇଲର ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁସମୟରେ ମୋବାଇଲର ଆବଶ୍ୟକ ପଡୁଛି । ତେବେ ଆମର ମୋବାଇଲ ବ୍ୟବହାର ଆମକୁ ଯେତିକି ସହାୟକ ହେଉଛି ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଆଜିକାଲି ଅଧିକାଂଶ ଲୋକ ମୋବାଇଲ ସହିତ ବାଥ୍‌ରୁମ୍‌କୁ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗାଧୁଆଘରକୁ ମୋବାଇଲ ନେବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଖରାପ ବୋଲି […]

ଗାଧୁଆ ଘରକୁ ନିଅନ୍ତୁ ନାହିଁ ମୋବାଇଲ
Samaya Live Picture
Published On

ଆଜିକାଲିର ଯୁଗକୁ ମୋବାଇଲର ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁସମୟରେ ମୋବାଇଲର ଆବଶ୍ୟକ ପଡୁଛି । ତେବେ ଆମର ମୋବାଇଲ ବ୍ୟବହାର ଆମକୁ ଯେତିକି ସହାୟକ ହେଉଛି ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଆଜିକାଲି ଅଧିକାଂଶ ଲୋକ ମୋବାଇଲ ସହିତ ବାଥ୍‌ରୁମ୍‌କୁ ଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗାଧୁଆଘରକୁ ମୋବାଇଲ ନେବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଖରାପ ବୋଲି ବିଭିନ୍ନ ରିସର୍ଚ୍ଚରୁ ଜଣା ପଡିଛି । ବିଭିନ୍ନ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ଅଧିକ ସମୟର ବାଥ୍‌ରୁମରେ ଫୋନ ରଖି ରହିବା ଦ୍ୱାରା ଲୋକଙ୍କ ମଧ୍ୟରେ ଅର୍ଶ ରୋଗର ଆଶଙ୍କା ବଢୁଛି । ଆମେରିକାରେ ହୋଇଥିବା ଏକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ଯେଉଁ ବ୍ୟକ୍ତିମାନେ ଟଏଲେଟ ସିଟ୍‌ରେ ଅଧିକ ସମୟ ଫୋନ ଧରି ବସି ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଏହି ରୋଗ ହେବାର ଆଶଙ୍କା ୪୬ ପ୍ରତିଶତ ଅଧିକ ରହିଥାଏ । କେବଳ ଏହି ସମସ୍ୟା ନୁହେଁ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଏହି କାରଣରୁ ହୋଇଥାଏ । ତେଣୁ ଶୌଚାଳୟ ବା ଗାଧୁଆଘରକୁ ଫୋନ ନେଇ ନଯିବାକୁ ବୈଜ୍ଞାନିକମାନେ ଅନୁରୋଧ କରୁଛନ୍ତି ।

Tags: