ଗାତ ଥିବା ଘର

ଗାତ ଥିବା ଘର
Ipsita Picture
By: Ipsita
Published On

 

ତାମିଲନାଡୁର କୋଏମ୍ବାଟୁର ନିକଟସ୍ଥ ମୋଲାପଲୟମ ଅଞ୍ଚଳରେ ପ୍ରତ୍ନତତ୍ତ୍ୱବିତ୍ ମାନେ ପ୍ରାୟ ୩୫୦୦ ବର୍ଷ ପୁରୁଣା ନବପାଷାଣ ଯୁଗର କିଛି ଅନନ୍ୟ ଗାତ ଥିବା ଘର ଆବିଷ୍କାର କରିଛନ୍ତି । ଯାହା ସେହି ସମୟର ଲୋକଙ୍କର ନିଆରା ଜୀବନ ଯାପନ ପ୍ରଣାଳୀକୁ ପ୍ରତିପାଦିତ କରୁଛି । ଏହି ଘରଗୁଡ଼ିକ ମଧ୍ୟରେ ଥିବା ଗାତଗୁଡ଼ିକୁ ସେ ସମୟର ଲୋକମାନେ ବୋଧହୁଏ ଶସ୍ୟ ସଂରକ୍ଷଣ କରିବା ପାଇଁ କିମ୍ବା ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିଲେବୋଲି ଗବେଷକମାନେ ଆଶା ପ୍ରକାଶ କରିଛନ୍ତି । ଏହା ସହିତ କିଛି ଗାତରୁ ଚକି ଏବଂ ପେଷିବା ପଥର ମଧ୍ୟ ମିଳିଛି, ଯାହା ସୂଚାଉଛି ଯେ ଏହି ସ୍ଥାନଗୁଡ଼ିକ ରୋଷେଇ ଘର ଭାବରେ ବ୍ୟବହାର ହେଉଥିଲା । ଏହି ଖନନ ସମୟରେ ଦୁଇଟି ଶିଶୁଙ୍କ କଙ୍କାଳ ମଧ୍ୟ ମିଳିଛି, ଯେଉଁଥିରୁ ଜଣାପଡ଼ୁଛି ଯେ ସେହି ସମୟର ଲୋକମାନେ ମୃତକଙ୍କୁ ନିଜ ଘର ପାଖରେ ହିଁ କବର ଦେଉଥିଲେ । ଆଗକୁ ଅଧିକ ଗବେଷଣା ହେଲେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଗବେଷକମାନେ ଆଶା ରଖିଛନ୍ତି ।

Tags: