ଗାଟିଏ ଷ୍ଟ୍ରବେରୀକୁ ୨୯ ହଜାର

କିଛିଦିନ ଆଗରୁ ଏକ ପ୍ରଜାତିର ଆମ୍ବ ନିଜର ଲକ୍ଷାଧୀକ ମୂଲ୍ୟକୁ ନେଇ ଆଲୋଚନାର ବିଷୟ ପାଲଟିଥିଲା । ସେହିଭଳି ବର୍ତ୍ତମାନ ଚର୍ଚ୍ଚାରେ ଅଛି ଏକ ସ୍ୱତନ୍ତ୍ର ପ୍ରଜାତୀର ଷ୍ଟ୍ରବେରୀ । ଏହି ଷ୍ଟ୍ରବେରୀର ଦାମ୍‌ ସାଧାରଣ ଷ୍ଟ୍ରବେରୀର ଦାମ ଠାରୁ ବେଶ ଅଧିକ ରହିଛି । ଏହି ବିଜିନ୍‌ ହାଇମ୍‌୍‌ ନାମକ ଷ୍ଟ୍ରବେରୀର ରଙ୍ଗ, ସ୍ୱାଦ ଏବଂ ଆକାର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପଲଟିଛି । ଏହାକୁ ପ୍ରାୟ ୪୫ ବର୍ଷ ଧରି ଷ୍ଟ୍ରବେରୀ ଚାଷ […]

Samaya Live Picture
Published On

କିଛିଦିନ ଆଗରୁ ଏକ ପ୍ରଜାତିର ଆମ୍ବ ନିଜର ଲକ୍ଷାଧୀକ ମୂଲ୍ୟକୁ ନେଇ ଆଲୋଚନାର ବିଷୟ ପାଲଟିଥିଲା । ସେହିଭଳି ବର୍ତ୍ତମାନ ଚର୍ଚ୍ଚାରେ ଅଛି ଏକ ସ୍ୱତନ୍ତ୍ର ପ୍ରଜାତୀର ଷ୍ଟ୍ରବେରୀ । ଏହି ଷ୍ଟ୍ରବେରୀର ଦାମ୍‌ ସାଧାରଣ ଷ୍ଟ୍ରବେରୀର ଦାମ ଠାରୁ ବେଶ ଅଧିକ ରହିଛି । ଏହି ବିଜିନ୍‌ ହାଇମ୍‌୍‌ ନାମକ ଷ୍ଟ୍ରବେରୀର ରଙ୍ଗ, ସ୍ୱାଦ ଏବଂ ଆକାର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପଲଟିଛି । ଏହାକୁ ପ୍ରାୟ ୪୫ ବର୍ଷ ଧରି ଷ୍ଟ୍ରବେରୀ ଚାଷ କରୁଥିବା ଜାପାନର ଚାଷୀ ମେକିଓ ଓକୁଦା ୧୫ ବର୍ଷର ପରିଶ୍ରମ କରି ବିକଶିତ କରିଛନ୍ତି । ସେ ଫଳାଇଥିବା ଗୋଟିଏ ଷ୍ଟ୍ରବେରୀର ଓଜନ ୧୦୦ ଗ୍ରାମ ପାଖାପାଖି ବୋଲି ଜଣାପଡିଛି । ଏହା ଦେଖିବାକୁ ଏକ ଟେନିସ୍‌ ବଲ୍‌ ଭଳି । ହେଲେ ଏହାର ଆକାର ଓ ଓଜନ ଏହାର ସ୍ୱାଦ ଉପରେ କୌଣସି ପ୍ରଭାବ ପକାଇ ନଥାଏ, ଏହା ଖୁବ ମିଠା । ଏହାର ଏପରି କିଛି ସ୍ୱତନ୍ତ୍ରତା ପାଇଁ ଏହାର ମୂଲ୍ୟ ୨୯ ହଜାର ଧାର୍ଯ୍ୟ କରାଯାଇଛି ।

Tags: