ଗୋଟିଟିଏ ଟାୟାରରେ ସାଇକେଲ ଚାଳନା
By: Ipsita
ସୋସିଆଲ ମିଡିଆରେ ଜଣେ ଫ୍ରାନ୍ସର ଯୁବକ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଏହି ଯୁବକ ଜଣଙ୍କ ଗୋଟିଏ ଟାୟାରରେ ସାଇକେଲ ଚଳାଇ ରେକର୍ଡ କରିଛନ୍ତି । ୧୯ ବର୍ଷରେ ଏହି ଯୁବକ ଜଣଙ୍କ ସାଇକେଲର କେବଳ ପଛ ଟାୟାର ବ୍ୟବହାର କରି ୧୫୦ କିମି ସାଇକେଲ ଚଳାଇଛନ୍ତି । ଯାହାପରେ ତାଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡି ହୋଇଛି । ଗିନିଜ ରେକର୍ଡ ଅଫ୍ ଟେକ୍ନୋଲୋଜିର ଛାତ୍ର ଙ୍କର ଏହି ନିଆରା ରେକର୍ଡ ପାଇଁ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି । ସେ ଲଗାତାର ୬ଘଣ୍ଟା ୩୧ ମିନିଟ ପର୍ଯ୍ୟନ୍ତ ଏହି ସାଇକେଲକୁ ଗୋଟିଏ ଚକରେ ଚାଳନା କରିଥିଲେ, ଯାହା ବିଶ୍ୱର ସବୁଠାରୁ ଲମ୍ବା ସମୟ । ଏହା ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଏକାଧିକ ପୁରୁଣା ରେକର୍ଡ ରହିଛି ।
Read More ବଲ୍ଡିବିଲ୍ଡର ରେସ୍ତୋରାଁ
Tags:


