ଗାଈର କରାଯାଇଥାଏ ଜାତକ
ବିହାରରେ ଗୋପାଳନକୁ ଏକ ନୂଆ ଦିଗ ମିଳିବାରେ ଲାଗିଛି । ବିହାରର ଗୟାଜି ଜିଲ୍ଲାରେ ଗୁଜରାଟର ଗୀର ଜଙ୍ଗଲରୁ ଅଣାଯାଇଥିବା ଗୀର ଗାଈଙ୍କ ପାଳନ ବଢିବାରେ ଲାଗିଛି । ଏଠାରେ ଥିବା ଏକ ସ୍ଥାନୀୟ ଗୌଶାଳା ଚର୍ଚ୍ଚାରେ ରହିଛି । ଏଠାରେ ୨୦୦ରୁ ଅଧିକ ଛୋଟବଡ ଗାଈ ପାଳନ କରାଯାଉଛି । ଏଠାରେ ପ୍ରତିଦିନ ଶହଶହ ଲିଟର ଖୀର ଉତ୍ପାଦନ କରାଯାଇଥାଏ । ତେବେ ଏହି ଗୌଶାଳାର ଏକ ସ୍ୱତନ୍ତ୍ର କଥା ହେଲା ଏହି ଗାଈଙ୍କର ନିଜସ୍ୱ […]
ବିହାରରେ ଗୋପାଳନକୁ ଏକ ନୂଆ ଦିଗ ମିଳିବାରେ ଲାଗିଛି । ବିହାରର ଗୟାଜି ଜିଲ୍ଲାରେ ଗୁଜରାଟର ଗୀର ଜଙ୍ଗଲରୁ ଅଣାଯାଇଥିବା ଗୀର ଗାଈଙ୍କ ପାଳନ ବଢିବାରେ ଲାଗିଛି । ଏଠାରେ ଥିବା ଏକ ସ୍ଥାନୀୟ ଗୌଶାଳା ଚର୍ଚ୍ଚାରେ ରହିଛି । ଏଠାରେ ୨୦୦ରୁ ଅଧିକ ଛୋଟବଡ ଗାଈ ପାଳନ କରାଯାଉଛି । ଏଠାରେ ପ୍ରତିଦିନ ଶହଶହ ଲିଟର ଖୀର ଉତ୍ପାଦନ କରାଯାଇଥାଏ । ତେବେ ଏହି ଗୌଶାଳାର ଏକ ସ୍ୱତନ୍ତ୍ର କଥା ହେଲା ଏହି ଗାଈଙ୍କର ନିଜସ୍ୱ ନାଁ ରଖାଯାଇଥାଏ । କେବଳ ନାଁ ନୁହେଁ ଏହି ଗାଈଙ୍କର ଜାତକ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏହା ପଛରେ ପୌରାଣିକ ବ୍ୟାଖାନ ରହିଛି । ଏଭଳି ବିଶ୍ୱାସ ରହିଛି କି ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀ ଯେଉଁ ନକ୍ଷତ୍ରରେ ଗାଈ ସହିତ ପ୍ରକଟ ହୋଇଥିଲେ ସେହି ନକ୍ଷତ୍ରରେ ଗୀର ପ୍ରଜାତିର ଗାଈଙ୍କର ଜନ୍ମ । ତେଣୁ ଏହାକୁ ଖୁବ ପବିତ୍ର ବୋଲି ବିବେଚନା କରାଯାଇଥାଏ । ସେହିଭଳି ଏହା ପଛରେ ଆହୁରି ଅନେକ ବିଶ୍ୱାସ ମଧ୍ୟ ସେଠିକାର ଲୋକ କରିଥାଆନ୍ତି, ଯାହାକୁ ଆଧାର କରି ଏହି ଗାଈଙ୍କର ନାମକରଣ କରାଯାଇଥାଏ । ଏଠାରେ ଗାଈଙ୍କ ଚାରାରେ ଆୟୁର୍ବେଦର ଉପଯୋଗ ବିଶେଷଭାବେ କରାଯାଇଥାଏ । ଏଠାରେ ଗୋ ପାଳନରେ ଆୟୁର୍ବେଦର ବ୍ୟବହାର ଖୁବ ଅଧିକ ରହିଥାଏ ।




