ରାଖି ପୂର୍ଣ୍ଣିମା ଅବସରରେ ନଡିଆ ଲଢେଇ

ରାଖି   ପୂର୍ଣ୍ଣିମା ଅବସରରେ ନଡିଆ ଲଢେଇ
Ipsita Picture
By: Ipsita
Published On

 

ପ୍ରତିବର୍ଷ ଗହ୍ମା ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳେ ଏକ ନିଆରା ଖେଳ, ନଡିଆ ଲଢେଇ । ଏହି ଖେଳରେ ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇମାନେ ରାକ୍ଷୀ ବାନ୍ଧି, ପିଠା ଖାଇ ହାତରେ ନଡିଆ ଧରି ଦାଣ୍ଡକୁ ବାହାରି ଯାଆନ୍ତି । ଗାଁରେ ଯୁବକମାନଙ୍କ ମଧ୍ୟରେ ଖେଳାଯାଇଥାଏ ଏହି ସ୍ବତନ୍ତ୍ର ଖେଳଟି । ସମସ୍ତେ ନିଜନିଜର ହାତରେ ନଡିଆ ଧରି ନଡିଆର ମୁଣ୍ଡକୁ ମୁଣ୍ଡ ବାଡେଇ ଲଢେଇ ପକାନ୍ତି । ଯାହାର ନଡିଆ ସେହି ମାଡରେ ଫାଟିଯାଏ ସିଏ ହାରିଥାଏ ଏବଂ ଯାହାର ନଡିଆ ସୁରକ୍ଷିତ ରୁହେ ସେ ଜିତେ । ଏହିପରି ଖେଳ ଗାଁଗାଁରେ ଦେଖିବାକୁ ମିଳିଥାଏ । ଏହା ଖୁବ ପୁରାତନ ପାରମ୍ପରିକ ଖେଳ । ପ୍ରତିବର୍ଷ ଏହି ନିଆରା ଦୃଶ୍ୟ ବିଭିନ୍ନ ଗାଁରେ ଦେଖିବାକୁ ମିଳିଥାଏ ।

Tags: