ଗରମରୁ ରକ୍ଷା ଦେଉଛି କୁକୁର ମାଂସ ସୁପ

ଗରମରୁ ରକ୍ଷା ଦେଉଛି କୁକୁର ମାଂସ ସୁପ
Ipsita Picture
By: Ipsita
Published On

 

ଉତ୍ତର କୋରିଆରେ ସାମ୍ପ୍ରତିକ ସମୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ କେତେକ ଅଞ୍ଚଳରେ ତାପମାତ୍ରା ୩୫ ରୁ ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏହି ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ସେଠାକାର ସରକାର ଓ ଡାକ୍ତରମାନେ ସାଧାରଣ ଲୋକଙ୍କୁ କୁକୁର ମାଂସ ସୁପ୍ପିଇବାକୁ ପରାମର୍ଶ ଦେଉଛନ୍ତି । ଡାକ୍ତରଙ୍କ ମତାମତ ଅନୁଯାୟୀ, ଅତ୍ୟଧିକ ଗରମ ଯୋଗୁଁ ହୃଦ୍ରୋଗ, ମଧୁମେହ ଓ ଥାଇରଏଡ୍ ରୋଗୀଙ୍କ ଅସୁବିଧା ବୃଦ୍ଧି ପାଇପାରେ । ଏଣୁ ଏହି ସୁପ୍ ଶରୀରକୁ ବଳ ଦେବା ସହ କ୍ଲାନ୍ତି ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ତରଭୁଜ, କାକୁଡ଼ି ଓ ମୁଗ ଭଳି ଥଣ୍ଡା ପଦାର୍ଥ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ୧୯୯୦ ଦଶକର ଦୁର୍ଭିକ୍ଷ ପୂର୍ବରୁ ଏହି ସୁପ୍ସାଧାରଣ ଲୋକଙ୍କ ପାଇଁ ଖୁବ ସହଜ ଥିଲା । ପୂର୍ବରୁ କୁକୁର ମାଂସର ଦାମ୍ ୧୫୦-୩୦୦ ଉତ୍ତର କୋରିଆନ୍ ୱନ୍ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୩୦ ହଜାର ୱନ୍ (ପ୍ରାୟ ୩,୨୦୦ ଟଙ୍କା) ହୋଇଯାଇଛି । ଯାହା ଫଳରେ ଏହା ଏବେ କେବଳ ଧନୀ ଲୋକଙ୍କ ପହଞ୍ଚି ମଧ୍ୟରେ ସୀମିତ ରହିଯାଇଛି । ଉତ୍ତର କୋରିଆରେ କୁକୁର ସୁପ୍ ପିଇବାର ପରମ୍ପରା ବହୁ ଦଶନ୍ଧି ପୁରୁଣା ହୋଇଥିବା ବେଳେ ୧୯୮୦ ମସିହାରେ ତତ୍କାଳୀନ ନେତା କିମ୍ ଇଲ୍ ସଙ୍ଗ୍ ଏହାର ନାମ ବଦଳାଇ 'ଡାଙ୍ଗୋଗୀ' (ମିଠା ମାଂସର ସୁପ୍) ରଖିଥିଲେ, ଯେପରି ବିଦେଶୀ ପର୍ଯ୍ୟଟକମାନେ ଏହା ଶୁଣି ଅସହଜ ଅନୁଭବ ନକରନ୍ତି ।

Tags: