ଗଛକୁ ଖୁଆଉଛନ୍ତି ଚିକେନ୍
ଚୀନର ଲୋକମାନେ ଭଲ ଫସଲ ହେବା ପାଇଁ ଗଛକୁ ଚିକେନ ଖୁଆଉଥିବା ଜଣା ପଡିଛି । ସୂଚନା ଅନୁସାରେ ଚୀନରେ ରହୁଥିବା ଗେଲାଓ ଜନଜାତିରେ ଏହି ପରମ୍ପରା ଅନେକ ଦିନ ଧରି ପାଳନ ହେଉଛି । ଏହା ସେଠିକାର ଏକ ସ୍ୱତନ୍ତ୍ର ପରମ୍ପରା ଯାହା ଅନେକ ଦିନ ଧରି ପାଳନ ହୋଇଆସୁଛି । ଏହି ପ୍ରଥର ଚୀନ ଭାଷାରେ ବୈଇ ଶୁ କୁହାଯାଇଥାଏ, ଯାହାର ଅର୍ଥ ଗଛଙ୍କୁ ଖାଇବାକୁ ଦେବା । ପରମ୍ପରା ଅନୁସାରେ ଏହି ସମ୍ପ୍ରଦାୟର […]
ଚୀନର ଲୋକମାନେ ଭଲ ଫସଲ ହେବା ପାଇଁ ଗଛକୁ ଚିକେନ ଖୁଆଉଥିବା ଜଣା ପଡିଛି । ସୂଚନା ଅନୁସାରେ ଚୀନରେ ରହୁଥିବା ଗେଲାଓ ଜନଜାତିରେ ଏହି ପରମ୍ପରା ଅନେକ ଦିନ ଧରି ପାଳନ ହେଉଛି । ଏହା ସେଠିକାର ଏକ ସ୍ୱତନ୍ତ୍ର ପରମ୍ପରା ଯାହା ଅନେକ ଦିନ ଧରି ପାଳନ ହୋଇଆସୁଛି । ଏହି ପ୍ରଥର ଚୀନ ଭାଷାରେ ବୈଇ ଶୁ କୁହାଯାଇଥାଏ, ଯାହାର ଅର୍ଥ ଗଛଙ୍କୁ ଖାଇବାକୁ ଦେବା । ପରମ୍ପରା ଅନୁସାରେ ଏହି ସମ୍ପ୍ରଦାୟର ଲୋକ ଗଛକୁ ଛୁରିରେ ହାଲୁକା କାଟି ଥାଆନ୍ତି । ଏହାପରେ ଏହି କଟା ସ୍ଥାନରେ ମାଂସ, ଚାଉଳ ଓ ମଦ ଦେଇଥାଆନ୍ତି । ଏହା ଗଛକୁ ଧନ୍ୟବାଦ ଦେବାର ଏକ ପ୍ରକ୍ରିୟା ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଏଭଳି କରିବା ଦ୍ୱାରା ଫସଲ ଭଲ ହୋଇଥାଏ । ଗଛକୁ ବର୍ଷରେ ଦୁଇଥର ଏଭଳି ଖାଇବାକୁ ଦିଆଯାଇଥାଏ । ଗୋଟିଏ ଥର ବସନ୍ତ ଉତ୍ସବ ଓ ଗୋଲାଓ ନବବର୍ଷରେ ଏହି ପରମ୍ପରା କରାଯାଇଥାଏ । ଚୀନରେ ପାଖାପାଖି ୭ଲକ୍ଷ ଲୋକ ଏହି ସମ୍ପ୍ରଦାୟର ଅଛନ୍ତି ।




