କ୍ଲାଇମେଟ ଚେଞ୍ଜ ପାଇଁ ଚୀନ୍‌ର ପ୍ରସ୍ତୁତି

ଚୀନ୍‌ ନିକଟରେ ନିଜର ଏକ ୱେଦର ମୋଡିଫିକେସନ୍‌ ପ୍ରାଗ୍ରାମ ଲଞ୍ଚ କରିଛି, ଯାହା ଅଧିନରେ ସେ ବାୟୁମଣ୍ଡଳ ପରିବର୍ତ୍ତନ ଉପରେ ଅନେକ କିଛି କରିବାର ଯୋଜନା ରଖିଛି । ଚୀନ ଏହା ଅଧିନରେ ପାଖାପାଖି ୫.୫ ମିଲିଅନ ସ୍କେ୍ୱୟାର କିଲୋମିଟର କଭର କରିବାକୁ ଯୋଜନା କରିଛି । ଏହି ଆକାର ଭାରତ ଆକାରଠାରୁ ଦେଢ ଗୁଣା । ଚୀନ ରିଲିଜ କରିଥିବା ଷ୍ଟେଟମେଣ୍ଟ ହିସାବରେ ଏହି ୱେଦର ମୋଡିଫିକେସନ ସିଷ୍ଟମକୁ ସେ ୨୦୨୫ ସୁଦ୍ଧା ଲଞ୍ଚ କରିବାକୁ […]

କ୍ଲାଇମେଟ ଚେଞ୍ଜ ପାଇଁ ଚୀନ୍‌ର ପ୍ରସ୍ତୁତି
Samaya Live Picture
Published On

ଚୀନ୍‌ ନିକଟରେ ନିଜର ଏକ ୱେଦର ମୋଡିଫିକେସନ୍‌ ପ୍ରାଗ୍ରାମ ଲଞ୍ଚ କରିଛି, ଯାହା ଅଧିନରେ ସେ ବାୟୁମଣ୍ଡଳ ପରିବର୍ତ୍ତନ ଉପରେ ଅନେକ କିଛି କରିବାର ଯୋଜନା ରଖିଛି । ଚୀନ ଏହା ଅଧିନରେ ପାଖାପାଖି ୫.୫ ମିଲିଅନ ସ୍କେ୍ୱୟାର କିଲୋମିଟର କଭର କରିବାକୁ ଯୋଜନା କରିଛି । ଏହି ଆକାର ଭାରତ ଆକାରଠାରୁ ଦେଢ ଗୁଣା । ଚୀନ ରିଲିଜ କରିଥିବା ଷ୍ଟେଟମେଣ୍ଟ ହିସାବରେ ଏହି ୱେଦର ମୋଡିଫିକେସନ ସିଷ୍ଟମକୁ ସେ ୨୦୨୫ ସୁଦ୍ଧା ଲଞ୍ଚ କରିବାକୁ ଯୋଜନା କରିଛି । ଏଥିରେ ସେ ବର୍ତ୍ତମାନ ଅଧିକ ଗବେଷଣା କରିବା ସହିତ ଏଥିରେ କିଛି ପରିବର୍ତ୍ତନ ଜାରି ରଖିଛି । ଆସନ୍ତା ପାଞ୍ଚ ବର୍ଷ ଭିତରେ ଆର୍ଟିଫିସିଆଲ ବର୍ଷା କିମ୍ବା ବରଫ ପାତ ଦ୍ୱାରା ପାଖାପାଖି ୨୨୪,୦୦୦ ସ୍କେ୍ୱୟାର ମାଇଲସକୁ କଭର କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଆର୍ଟିଫିସିଆଲ ବର୍ଷା ଚୀନ ହେଲ୍‌ ସପ୍ରେସନ୍‌ ଟେକନିକ୍‌ ଜରିଆରେ କରାଇବ ବୋଲି ସୂଚନା ରହିଛି । ଏହି ପ୍ରୋଗ୍ରାମ ସଫଳ ହେବା ଫଳରେ ଅତ୍ୟଧିକ ଗରମ କାରଣରୁ କୃଷି,ବନାଗ୍ନୀ, ତାପମାତ୍ରା ବୃଦ୍ଧି ଆଦି ସମସ୍ୟାର ସମାଧାନ ହୋଇପାରିବ । ଏହା ଯେପରି ଏକ ସଞ୍ଜିବନୀ ଭଳି କାମ କରିବ । ତେବେ ଏଥିରେ ଆଉ ଏକ କନସେପଫ ସାମନାକୁ ଆସିଥାଏ କ୍ଲାଉଡ ସିଡିଂ । ଏହାର ନାମରୁ ହିଁ ବୁଝି ହୋଇଥାଏ ଏହାର କାମ । ଏହା ଏକ ପ୍ରୋସେସ ଯାହାକୁ ବ୍ୟବହାର କରି ମନୁଷ୍ୟକୃତ ବର୍ଷା କରାଯାଇଥାଏ । ଏହି ପ୍ରୋସେସରେ ବାଦଲରେ ସିଲଭର ଆୟୋଡାଇଡକୁ ଇଞ୍ଜେକଫ କରାଯାଇଥାଏ । ଏହାସହ ଏଥିରେ ଅତ୍ୟଧୀକ ମାତ୍ରାରେ ଆଦ୍ରତା ମଧ୍ୟ ଇଞ୍ଜେକଫ କରାଯାଇଥାଏ । ଏହାପରେ ସେହି କ୍ଲାଉଡ ଡ୍ରପଲେଟ୍‌ ନୂଆ ଡ୍ରପଲେଟ ସହମିଶି ଓଜନ ହେବା ସହ ବର୍ଷା ହୋଇଥାଏ । ଯୁଏସ୍‌ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ୍‌ ଜର୍ନାଲରେ ପ୍ରକାଶିତ ଖବର ଅନୁସାରେ ଏହି କ୍ଲାଉଡ ସିଡିଂ ସାହାଯ୍ୟରେ ଏକ ଖୁବ ବଡ ଅଞ୍ଚଳରେ ସ୍ନୋଫଲ୍‌ ସହ ବର୍ଷା କରାଇହେବ । ତେବେ ଏଥିନିମନ୍ତେ ଆଟମୋସ୍ପିଅରିକ କଣ୍ଡିସନ ସଠିକ ହେବାର ଆବଶ୍ୟକତା ରହିଛି । ତେବେ ଚାଇନା ଏହି ଟେକ୍ନୋଲୋଜିରେ ଅନେକ କିଛି ଇନଭେଷ୍ଟ କରୁଛି । ସେ ଏହି ପ୍ରୋଜେକଫ ପଛରେ ଅନେକ ଅର୍ଥ ଇନଭେଷ୍ଟ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ୨୦୧୨ରୁ ୨୦୧୭ ମଧ୍ୟରେ ଚାଇନା ପାଖାପାଖି ୧.୩୪ ବିଲିଅନ ଡଲାର ଏହି ୱେଦର ମୋଡିଫେକସନ୍‌ ପ୍ରୋଗ୍ରାମରେ ଖର୍ଚ୍ଚ କରିସାରିଛି । ସେହିଭଳି ଏହି ପ୍ରୋଜେକcର ଇଫେକଫ ମଧ୍ୟ ଚୀନରେ ଢେର ଅଧିକା ଦେଖିବାକୁ ମିଳୁଛି । ଏହି ୱେଦର ମୋଡିଫିକେସନ ପ୍ରୋଜେକଫ କାରଣରୁ ପାଖାପାଖି ୭୦ ପ୍ରତିଶତ ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇପାରିଛି । କେବଳ ଚୀନ ନୁହେଁ ଏହି କ୍ଲାଉଡ ସିଂଡିରେ ଅନ୍ୟ ଦେଶ ଯେପରିକିୟୁଏସ୍‌ ଇନଭେଷ୍ଟ କରୁଥିବାର ତଥ୍ୟ ରହିଛି । ତେବେ ଏକ୍ସପର୍ଟଙ୍କ ମତରେ ଚୀନରଏହି ୱେଦର ମୋଡିଫିକେସନ ପ୍ରୋଗ୍ରାମ ସଫଳ ହେବା ପରେ ସେ ଏହିପରି ଅନେକ ଆଡଭାନ୍ସଡ ଟେକ୍ନୋଲୋଜି ହାତକୁ ନେବ, ଯାହା କ୍ଲାଇମେଟ ଚେଞ୍ଜ ପାଇଁ ବେଶ ଉପକାରୀ ହେବ । ସେହିଭଳି ଚୀନର ଇଫେକଫ ଅନ୍ୟ ଦେଶଙ୍କ ଉପରେ ମଧ୍ୟ ପଡିବ । ଯାହାଫଳରେ ସେମାନେ ମଧ୍ୟ ଏହି କ୍ଷେତ୍ରରେ କାମ କରିବେ ବୋଲି ଏକସପର୍ଟମାନେ ଆଶା ପ୍ରକାଶ କରିଛନ୍ତି । ତେଣୁ ଯଦି ବିଶ୍ୱର ସମସ୍ତ ଦେଶ ଏହି କ୍ଷେତ୍ରରେ କାମ କରନ୍ତି, ତେବେ ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଧିକ ରହିଛି ବୋଲି ସେମାନେ ମତ ଦେଇଛନ୍ତି ।

Tags: