କ୍ରମାଗତ ଗୋଲଗୋଲ ବୁଲୁଛି ଗାଈ

କ୍ରମାଗତ ଗୋଲଗୋଲ ବୁଲୁଛି ଗାଈ
Ipsita Picture
By: Ipsita
Published On

 

ଉତ୍ତର ପ୍ରଦେଶର ଶ୍ରାବସ୍ତୀ ଜିଲ୍ଲା ବସଭରିଆ ଗାଁରୁ ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗିଲୌଲା ଅଞ୍ଚଳର ଜଣେ ଚାଷୀ ସିପାହୀ ଲାଲ୍ କେବଟଙ୍କ ବିଲରେ ଏକ ଗାଈ ଗତ କିଛି ଦିନ ହେବ କ୍ରମାଗତ ଭାବେ ଗୋଲ୍ ଗୋଲ୍ ହୋଇ ଚକ୍କର କାଟୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗାଈଟି ଦିନସାରା ବିନା ବିଶ୍ରାମରେ ଏଭଳି ବୁଲୁଥିଲେ ମଧ୍ୟ ତାଠାରେ କୌଣସି କ୍ଲାନ୍ତି ଦେଖାଯାଉ ନାହିଁ । ସେ ଦିନସାରା କାହାରି ଦେଇଥିବା ଦାଣା-ଘାସ ନଖାଇ କେବଳ ସଞ୍ଜ ସମୟରେ ଅଳ୍ପ କିଛି ଖାଇ ପାଣି ପିଉଛି। ଗ୍ରାମବାସୀମାନେ ଏହାକୁ ଏକ ଚମତ୍କାର ବା ଅଲୌକିକ ଘଟଣା ମାନି ଗାଈର ପୂଜା-ଅର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି । ଅପରପକ୍ଷରେ, ଡାକ୍ତରମାନେ ଗାଈର ଯାଞ୍ଚ କରିବା ପରେ ଏହା କୌଣସି ଦୈବୀ ଶକ୍ତି ନୁହେଁ, ବରଂ ଏକ 'ନ୍ୟୁରୋଲଜିକାଲ୍ ଡିସଅର୍ଡର' ଜନିତ ରୋଗର ଲକ୍ଷଣ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି । ଗାଈକୁ ଆବଶ୍ୟକୀୟ ଔଷଧ ଓ ଇଞ୍ଜେକ୍ସନ ଦିଆଯିବା ପରେ ବି ଗାଈର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ ଏବଂ ସେ ଏବେ ମଧ୍ୟ କ୍ରମାଗତ ଭାବେ ସେମିତି ଗୋଲ୍ ଗୋଲ୍ ବୁଲିବାରେ ଲାଗିଥିବା ଜଣାପଡିଛି ।

Tags: