କେଉଁଠି କିଭଳି

କେଉଁଠି କିଭଳି
Ipsita Picture
By: Ipsita
Published On

 

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଖୁବ୍ଧୁମ୍ଧାମରେ ପାଳନ ହୋଇଥାଏ । ମହାରାଷ୍ଟ୍ରର ମୁମ୍ବାଇ, ଲତୁର, ନାଗପୁର, ପୁନେ ଆଦି ସହରରେ ଖୁବ୍ଶ୍ରଦ୍ଧାର ସହିତ ଲୋକମାନେ ଏହି ପର୍ବକୁ ପାଳନ କରନ୍ତି । ଏଠାରେ ଏକ ନିଆରା ପରମ୍ପରା ପାଳନ କରାଯାଏ ଦହି ହାଣ୍ଡି । ଏହି ପରମ୍ପରାରେ ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ହୋଇ ଦହି ହାଣ୍ଡି ଭାଙ୍ଗନ୍ତି । କୃଷ୍ଣଙ୍କର ପ୍ରିୟ ଲହୁଣି କିମ୍ବା ଦହିକୁ ଏକ ହାଣ୍ଡିରେ ରଖି ହାଣ୍ଡିକୁ ଏକ ଉଚ୍ଚସ୍ଥାନରେ ଟଙ୍ଗା ଯାଇଥାଏ । ତଳୁ ଏକାଠି ହୋଇଥିବା ଲୋକ ପିରାମିଡ୍ଭଳି ଜଣେ ଜଣଙ୍କ ଉପରେ ଚଢି ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚିଥାଆନ୍ତି ଏବଂ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି । ଏଥିରେ ଅନେକ ଦଳ ଭାଗ ନେଇଥାଆନ୍ତି । ଯିଏ ହାଣ୍ଡି ଭାଙ୍ଗିଥାଏ ସେ ଏହି ପ୍ରତିଯୋଗିତା ଜିତିଥାଏ ।

ଗୁଜୁରାଟ ଓ ରାଜସ୍ଥାନ

ଗୁଜୁରାଟର ଦ୍ୱାରିକାକୁ ଶ୍ରୀକୃଷ୍ଣଙ୍କର ରାଜଭୂମିଭାବେ ଜଣାଯାଏ । ତେଣୁ ଏଠାରେ କୃଷ୍ଣଜନ୍ମ ଖୁବ୍ଧୁମ୍ଧାମରେ ପାଳନ ହୋଇଥାଏ । ଏଠାରେ ମହାରାଷ୍ଟ୍ରଭଳି ଲହୁଣି ହାଣ୍ଡି କାର୍ଯ୍ୟକ୍ରମକୁ ଖୁବ୍ଶ୍ରଦ୍ଧାର ସହ ପାଳନ କରାଯାଇଥାଏ । ମନ୍ଦିରଗୁଡିକରେ ବିଭିନ୍ନ ସଙ୍ଗୀତ ସହ ନୃତ୍ୟ କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଥିବା ଦ୍ୱାରିକାଧୀଶ ମନ୍ଦିର ଓ ଅନ୍ୟ କୃଷ୍ଣ ମନ୍ଦିରରେ ସମସ୍ତ ପରମ୍ପରା ଅନୁସାରେ କୃଷ୍ଣଜନ୍ମ ପାଳନ ହୋଇଥାଏ । ସେହିଭଳି ଏଠାରେ କୃଷକମାନେ ନିଜର ଶଗଡକୁ ସଜାଇବା ସହିତ କୃଷ୍ଣଙ୍କୁ ଧରି ଏକ ଶୋଭାଯାତ୍ରା କରିଥାଆନ୍ତି । ଏଥିରେ ଅନେକ ଶ୍ରଦ୍ଧାଳୁ ଭାଗନେଇଥାଆନ୍ତି ।

ଉତ୍ତର ଭାରତ

ମଥୁରାରେ ଜନ୍ମାଷ୍ଟମୀ ଏକ ବଡ ଉତ୍ସବ । ହିନ୍ଦୁ ପୂରାଣ ଅନୁସାରେ ମଥୁରାରେ ହିଁ କୃଷ୍ଣଙ୍କର ଜନ୍ମ ହୋଇଥିଲା । ପୂରା ଉତ୍ତରଭାରତରେ ବୈଷ୍ଣବଧର୍ମୀୟ ଲୋକମାନେ ଏହାକୁ ବେଶ୍ଜାକଜକମରେ ପାଳନ କରନ୍ତି । ଏହି ସମସ୍ତ ସ୍ଥାନରେ ଥିବା କୃଷ୍ଣ ମନ୍ଦିର ଏହି ଦିନ ସଜା ହେବା ସହ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ଶ୍ରଦ୍ଧାଳୁ ମାନେ ସାରା ରାତି ଏଠାରେ କୃଷ୍ଣଙ୍କୁ ପୂଜା କରିବା ସହିତ ଜପ ଉପାସନା କରିଥାଆନ୍ତି । ସେହିଭଳି କେତେକ ସ୍ଥାନରେ ଏହି ଦିନ ବିଭିନ୍ନ ନାଟକରେ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ଚିତ୍ରଣ ମଧ୍ୟ କରାଯାଇଥାଏ । ସମସ୍ତେ ଖୁବ୍ଶ୍ରଦ୍ଧାରେ ଏହି ପର୍ବକୁ ପାଳନ କରନ୍ତି ।

ଓଡ଼ିଶା

ଓଡିଶାରେ ମଧ୍ୟ ଖୁବ୍ଧୁମଧାମରେ ଏହା ପାଳନ ହୋଇଥାଏ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ସମସ୍ତ ରୀତିନୀତି ହିସାବରେ ପାଳନ ହୋଇଥାଏ । ଏହାସହ ଓଡିଶାରେ ଥିବା ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ରାତି ଉଜାଗର ରହି ପୂଜା କରନ୍ତି । ମଧ୍ୟରାତ୍ରରେ କୃଷ୍ଣଙ୍କ ଜନ୍ମକୁ ଖୁବ୍ଶ୍ରଦ୍ଧାର ସହ ପାଳନ କରନ୍ତି । ସେହିଭଳି ଏଠାରେ ପରଦିନ ନନ୍ଦୋତ୍ସବ ମଧ୍ୟ ପାଳନ ହୋଇଥାଏ । ଏଠାରେ ସେହିଦିନ କୃଷ୍ଣଙ୍କୁ ନଡିଆ ଓ ରାଶିରେ ପ୍ରସ୍ତୁତ ଲଡୁ ଭୋଗ କରାଯାଇଥାଏ ।

Tags: