କୃତ୍ରିମ ସୂର୍ଯ୍ୟ ଗ୍ରହଣ

ୟୁରୋପର କିଛି ଉପଗ୍ରହ ମିଶି ପ୍ରସ୍ତୁତ କରିଛନ୍ତି କୃତ୍ରିମ ସୂର୍ଯ୍ୟ ଗ୍ରହଣ, ଯାହା ବିଶ୍ୱରେ ପ୍ରଥମଥର ପାଇଁ ସୃଷ୍ଟି କରାଯାଇଛି ।ୟୁରୋପିଆନ୍‌ ସ୍ପେସ ଏଜେନ୍ସି ପକ୍ଷରୁ ଏହି ସୂର୍ଯ୍ୟଗ୍ରହଣର ଫଟୋ ରିଲିଜ୍‌ କରାଯାଇ ଏନେଇ ସୂଚନା ଦିଆଯାଇଛି । ସୋମବାର ଆୟୋଜିତ ପ୍ୟାରିସ ଏୟାର ଶୋରେ ଏହାର ଫଟୋ ରିଲିଜ୍‌ କରାଯାଇଥିଲା । ପାଖାପାଖି ୪୯୨ ଫୁଟ ଉପରକୁ ଉଠି ଏହି ସାଟେଲାଇଟ୍‌ ଯୋଡି ଭିତରୁ ଗୋଟିଏ ସୂର୍ଯ୍ୟକୁ ଚନ୍ଦ୍ର ଭଳି ଘୋଡାଇ ଦେଇଥିଲା । ଚନ୍ଦ୍ର […]

କୃତ୍ରିମ ସୂର୍ଯ୍ୟ ଗ୍ରହଣ
Samaya Live Picture
Published On

ୟୁରୋପର କିଛି ଉପଗ୍ରହ ମିଶି ପ୍ରସ୍ତୁତ କରିଛନ୍ତି କୃତ୍ରିମ ସୂର୍ଯ୍ୟ ଗ୍ରହଣ, ଯାହା ବିଶ୍ୱରେ ପ୍ରଥମଥର ପାଇଁ ସୃଷ୍ଟି କରାଯାଇଛି ।ୟୁରୋପିଆନ୍‌ ସ୍ପେସ ଏଜେନ୍ସି ପକ୍ଷରୁ ଏହି ସୂର୍ଯ୍ୟଗ୍ରହଣର ଫଟୋ ରିଲିଜ୍‌ କରାଯାଇ ଏନେଇ ସୂଚନା ଦିଆଯାଇଛି । ସୋମବାର ଆୟୋଜିତ ପ୍ୟାରିସ ଏୟାର ଶୋରେ ଏହାର ଫଟୋ ରିଲିଜ୍‌ କରାଯାଇଥିଲା । ପାଖାପାଖି ୪୯୨ ଫୁଟ ଉପରକୁ ଉଠି ଏହି ସାଟେଲାଇଟ୍‌ ଯୋଡି ଭିତରୁ ଗୋଟିଏ ସୂର୍ଯ୍ୟକୁ ଚନ୍ଦ୍ର ଭଳି ଘୋଡାଇ ଦେଇଥିଲା । ଚନ୍ଦ୍ର ଯେପରି ସୂର୍ଯ୍ୟଗ୍ରହଣ ସମୟରେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଆସିଥାଏ ସେହିଭଳି ଏହି ଉପଗ୍ରହଟି କରିଥିଲା । ଏହା ଏକ ଜଟିଳ ପ୍ରକ୍ରିୟା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଖୁବ ସାବଧାନତାର ସହିତ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥାଏ । ଏଥିପାଇଁ ଉନ୍ନତମାନର ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଥାଏ । ତେବେ ବର୍ତ୍ତମାନ ପ୍ରଥମଥର ସେମାନେ ଏହାକୁ ପରୀକ୍ଷା କରିଛନ୍ତି ଏବଂ ସଫଳ ହୋଇଛନ୍ତି । ତେବେ ଏହି ପରୀକ୍ଷା ସମୟରେ ବୈଜ୍ଞାନିକଙ୍କୁ ସୂର୍ଯ୍ୟକୁ ନେଇ ଅନେକ ତଥ୍ୟ ମିଳିଛି । ଆଗକୁ ଆହୁରି ମିଳିବ ବୋଲି ମଧ୍ୟ ସୂଚନା ରହିଛି । ୟୁରୋପିଆନ୍‌ ସ୍ପେସ ଏଜେନ୍ସିର ପ୍ରୋବା ୩ ସ୍ପେସ କ୍ରାଫ୍‌ଟ ଜରିଆରେ ଏହା ସମ୍ଭନ ହୋଇଛି । ଏହି ମିଶନର ଲକ୍ଷ୍ୟ ସୂର୍ଯ୍ୟର କରୋନା ବା ସୂର୍ଯ୍ୟର ସବୁଠାରୁ ବାହାର ପରସ୍ତ ଉପରେ ଅଧିକ ଅଧ୍ୟୟନ କରିବା । ଏହାସହ ଏହାର ମହାକାଶ ଉପରେ କଣ ପ୍ରଭାବ ପଡିଥାଏ ତାହା ଉପରେ ଅଧିକ ଗବେଷଣା କରିବା ।

Tags: