କୁମାଓନି ଝୋଲି
ସାମଗ୍ରୀ- ଅଧା କପ୍ ବେସନ, ୨କପ ଦହି, ଏକ କପ ନିଜ ପସନ୍ଦ ଅନୁସାରେ ପରିବା, କାଶ୍ମୀର ଚିଲି ପାଉଡର, ହଳଦୀ, ଜିରା, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ରସୁଣ, କଟା ଅଦା, ଧନିଆ ପତ୍ର । ପ୍ରଣାଳୀ- ପ୍ରଥମେ ବେସନକୁ ଦହିରେ ଗୋଳାଇ ନିଅନ୍ତୁ । ପରେ ଏଥିରେ ଲୁଣ, ଲଙ୍କା, ହଳଦୀ ପକାଇ ଗୋଳାଇ ଅଲଗା ରଖନ୍ତୁ । ଗୋଟିଏ ପ୍ୟାନ୍ରେ ଘିଅ ଗରମ କରନ୍ତୁ, ଏଥିରେ ସବୁ ପରିବା ପକାଇ ଭାଜନ୍ତୁ । […]
ସାମଗ୍ରୀ- ଅଧା କପ୍ ବେସନ, ୨କପ ଦହି, ଏକ କପ ନିଜ ପସନ୍ଦ ଅନୁସାରେ ପରିବା, କାଶ୍ମୀର ଚିଲି ପାଉଡର, ହଳଦୀ, ଜିରା, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ରସୁଣ, କଟା ଅଦା, ଧନିଆ ପତ୍ର ।
ପ୍ରଣାଳୀ- ପ୍ରଥମେ ବେସନକୁ ଦହିରେ ଗୋଳାଇ ନିଅନ୍ତୁ । ପରେ ଏଥିରେ ଲୁଣ, ଲଙ୍କା, ହଳଦୀ ପକାଇ ଗୋଳାଇ ଅଲଗା ରଖନ୍ତୁ । ଗୋଟିଏ ପ୍ୟାନ୍ରେ ଘିଅ ଗରମ କରନ୍ତୁ, ଏଥିରେ ସବୁ ପରିବା ପକାଇ ଭାଜନ୍ତୁ । ଏହାପରେ ଏଥିରେ ବେସନ ଓ ଦହିର ମିଶ୍ରଣ ପକାଇ ଅଳ୍ପ ସମୟ ପାଇଁ ଫୁଟାନ୍ତୁ । ଯେତେବେଳେ ପରିବା ସିଝିଯିବ ସେତେବେଳେ ବନ୍ଦ କରି ନିଅନ୍ତୁ । ଦରକାର ହେଲେ ଏଥିରେ ପାଣି ମିଶାନ୍ତୁ । ଏହାପରେ ଏହାକୁ ଛୁଙ୍କ କରି ଦିଅନ୍ତୁ, ପ୍ରସ୍ତୁତ ହୋଇଗଲା କୁମାଓନି ଝୋଲି ।




