କୁକୁରର ଲଗ୍‌ଜୁରିଅସ୍‌ ଲାଇଫ୍‌

ବିଶ୍ୱରେ ଆପଣ ଧନୀ ବ୍ୟକ୍ତିଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ବିଷୟରେ ତ ନିଶ୍ଚିତ ରୂପେ ଶୁଣିଥିବେ । ହେଲେ କେବେ କୌଣସି କୁକୁରର ଲଗ୍‌ଜୁରିଅସ୍‌ ଲାଇଫ୍‌ ବିଷୟରେ ଶୁଣଛନ୍ତି କି ? ଅଜବ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଦୁନିଆରେ ଏଭଳି ଏକ କୁକୁର ଅଛି, ଯାହାକୁ ବିଶ୍ୱର ସବୁଠୁ ଧନୀ କୁକୁର ବୋଲି କୁହାଯାଉଛି । ଏହି କୁକୁର ନାଁରେ ପ୍ରାୟ ୩୦ ବିଲିୟନ୍‌ ମୂଲ୍ୟର ସମ୍ପତ୍ତି ରହିଛି । କେବଳ ଏତିକି ନୁହେଁ, […]

କୁକୁରର ଲଗ୍‌ଜୁରିଅସ୍‌ ଲାଇଫ୍‌
Samaya Live Picture
Published On

ବିଶ୍ୱରେ ଆପଣ ଧନୀ ବ୍ୟକ୍ତିଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ବିଷୟରେ ତ ନିଶ୍ଚିତ ରୂପେ ଶୁଣିଥିବେ । ହେଲେ କେବେ କୌଣସି କୁକୁରର ଲଗ୍‌ଜୁରିଅସ୍‌ ଲାଇଫ୍‌ ବିଷୟରେ ଶୁଣଛନ୍ତି କି ? ଅଜବ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଦୁନିଆରେ ଏଭଳି ଏକ କୁକୁର ଅଛି, ଯାହାକୁ ବିଶ୍ୱର ସବୁଠୁ ଧନୀ କୁକୁର ବୋଲି କୁହାଯାଉଛି । ଏହି କୁକୁର ନାଁରେ ପ୍ରାୟ ୩୦ ବିଲିୟନ୍‌ ମୂଲ୍ୟର ସମ୍ପତ୍ତି ରହିଛି । କେବଳ ଏତିକି ନୁହେଁ, କୁକୁରଟି ବିଏମ୍‌ଡବ୍ଲì୍ୟ ଗାଡ଼ିରେ ଯାତାୟାତ ମଧ୍ୟ କରିଥାଏ । ଏହି କୁକୁର ନାଁରେ ଏକାଧିକ ବଙ୍ଗଳା ରହିଥିବାବେଳେ ଏହା ଗୋଟିଏ ଫୁଟବଲ୍‌ କ୍ଲବ୍‌ର ମାଲିକ ମଧ୍ୟ । ଗୁନ୍ଥର ୬ ନାମକ ଏହି ଜର୍ମାନ୍‌ ଶେଫାର୍ଡ କୁକୁରଟି ଲୋକପ୍ରିୟ ପପ୍‌ ଗାୟିକା ମଡୋନାଙ୍କର ପୁରୁଣା ଘରେ ରୁହେ । କ୍ୟାରିବିଆନ୍‌ ଦ୍ୱୀପରେ ଥିବା ଏହି ଘରର ମୂଲ୍ୟ ହେଉଛି ୬.୮୧ ବିଲିୟନ୍‌ । ଏହି କୁକୁର ନିକଟରେ ଗୋଟିଏ ବଡ଼ ଜାହାଜ ମଧ୍ୟ ରହିଛି । ଯେଉଁଥିରେ ସେ ବିଳାସପୂର୍ଣ୍ଣ ଡିନର୍‌ କରିବା ସାଙ୍ଗକୁ ଓ୍ୱାଲïର୍ ଟ୍ରିପ୍‌ରେ ଯାଏ । ତେବେ ଗୁନ୍ଥର ପିଛାରେ ଯେତେ ବି ଟଙ୍କା ଖର୍ଚ୍ଚ ହୋଇଥାଏ ତାହାକୁ ଇଟାଲୀର ଜଣେ ୬୬ ବର୍ଷୀୟ ଉଦ୍ୟୋକ୍ତା ମୋରିଜିଓ ମିଆନ୍‌ ନିୟନ୍ତ୍ରିତ କରିଥାଆନ୍ତି । ଗୁନ୍ଥରର ଅସଲ ମାଲିକଙ୍କର ମୃତ୍ୟୁ ସମୟରେ ସେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଗୁନ୍ଥର ନାଁରେ କରିଦେଇଥିଲେ । ଯାହାକୁ ବର୍ତ୍ତମାନ ମୋରିଜିଓ ସମ୍ଭାଳୁଛନ୍ତି । ଗୁନ୍ଥର କର୍ପୋରେସନ୍‌ର ସିଇଓ ମୋରିଜିଓ, ଗୁନ୍ଥରର ଅସଲ ମାଲିକଙ୍କର ୨୯.୨ ବିଲିୟନ୍‌ ସମ୍ପତ୍ତିର ଦେଖାରଖା କରନ୍ତି ।

Tags: