କୁକୁରଙ୍କ ପାଇଁ ସାମ୍ପୋ

ଆଜିକାଲି କୁକୁର ପାଳିବା ଯେପରି ଏକ ଫ୍ୟାଶନରେ ପରିଣତ ହୋଇଛି । ପ୍ରାଯ ସମସ୍ତଙ୍କ ପାଖରେ ଗୋଟିଏ କୁକୁର ପୋଷାଜୀବ ଭାବେ ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ ଏହି ବିଦେଶୀ ପ୍ରଜାତିର କୁକୁରଙ୍କର ଯନି ନେବାର ଆବଶ୍ୟକତା ମଧ୍ୟ ସେହିଭଳି ରହିଛି । ସେମାନଙ୍କ ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ସବୁର ସଠିକ୍‌ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ତେବେ ଅନେକ ସମୟରେ ସେମାନଙ୍କ ସାମ୍ପୋ ଚୁଜ୍‌ କରିବାରେ କିଛି ଲୋକ ଭୁଲ […]

କୁକୁରଙ୍କ ପାଇଁ ସାମ୍ପୋ
Samaya Live Picture
Published On

ଆଜିକାଲି କୁକୁର ପାଳିବା ଯେପରି ଏକ ଫ୍ୟାଶନରେ ପରିଣତ ହୋଇଛି । ପ୍ରାଯ ସମସ୍ତଙ୍କ ପାଖରେ ଗୋଟିଏ କୁକୁର ପୋଷାଜୀବ ଭାବେ ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ ଏହି ବିଦେଶୀ ପ୍ରଜାତିର କୁକୁରଙ୍କର ଯନି ନେବାର ଆବଶ୍ୟକତା ମଧ୍ୟ ସେହିଭଳି ରହିଛି । ସେମାନଙ୍କ ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ସବୁର ସଠିକ୍‌ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ତେବେ ଅନେକ ସମୟରେ ସେମାନଙ୍କ ସାମ୍ପୋ ଚୁଜ୍‌ କରିବାରେ କିଛି ଲୋକ ଭୁଲ କରନ୍ତି । ତେବେ ଏଥିପାଇଁ କିଛିଟା ଟ୍ରିକ୍‌ ରହିଛି, ଯାହାକୁ ଫଲୋ କରି ଆମେ କୁକୁରଙ୍କ ସାମ୍ପୋ ସଠିକ୍‌ ରୂପେ ବାଛି ପାରିବା ।
ସ୍କିନ୍‌କୁ ଚିହ୍ନନ୍ତୁ- ବିଭିନ୍ନ ବ୍ରିଡର ଭିନ୍ନଭିନ୍ନ ସ୍କିନ୍‌ ଟାଇପ ହୋଇଥାଏ । ଯେଉଁ କୁକୁରଙ୍କର ଛୋଟ ଚୁଟି ଓ କୋମଳ ଲୋମ ହୋଇଥାଏ ସେମାନଙ୍କ ପାଇଁ ସାଇନିଂ କରୁଥିବା ସାମ୍ପୋ ବ୍ୟବହାର କରନ୍ତୁ ଭଲ ହେବ । ସେହିଭଳି ଯାହାର ଲମ୍ବା କେଶ କିମ୍ବା କର୍ଲି ଲୋମ ରହିଥାଏ ସେମାନଙ୍କ ପାଇଁ ମଶ୍ଚରାଇଜିଂ ସାମ୍ପୋ ଭଲ ହୋଇଥାଏ ।
କୁକୁରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ- ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୁକୁରର ଶରୀର କଣ ଆବଶ୍ୟକତା କରୁଛି ସେଥିରେ ଧ୍ୟାନ ଦିଅନ୍ତୁ । ଏହା ଜାଣିବା ପାଇଁ ଆପଣ ପ୍ରାଣୀ ଚିକିତ୍ସକଙ୍କ ସହାୟତା ମଧ୍ୟ ନେଇ ପାରିବେ ।
କ୍ଷତିକାରକ ସାମ୍ପୋ ଠାରୁ ଦୂରରେ ରୁହନ୍ତୁ – କେତେକ ସାମ୍ପୁରେ ହାର୍ସ କମ୍ପୋନେଣ୍ଟ ରହିଥାଏ, ଯାହା ସେମାନଙ୍କ ଚୁଟିରେ ଡ୍ରାଇନେସ ଆଣିବା ସହ କୁଣ୍ଡାଇ ମଧ୍ୟ ହୋଇଥାଏ । ଏଭଳି କି ବେଳେବେଳେ ଦେହରେ ଫଳି ମଧ୍ୟ ଯାଇଥାଏ । ସେଥିପାଇଁ ସାମ୍ପୋ ଲଗାଇବା ପୂର୍ବରୁ ତାଙ୍କ ଚର୍ମ ବିଷୟରେ ବୁଝି ଉପଯୁକ୍ତ ସାମ୍ପୋ ଲଗାନ୍ତୁ ।

Tags: