କିଭଳି ଜାଣିବେ ହୃତପିଣ୍ଡର ବୟସ

ଆପଣଙ୍କ ବୟସ ଠାରୁ ଆପଣଙ୍କ ହାର୍ଟ ବା ହୃତପିଣ୍ଡର ବୟସ ଅଧିକ ହୋଇପାରେ । ଏକ ପରୀକ୍ଷଣ ଅନୁସାରେ ଆମେରିକାରେ କିଛି ଏଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କର ହାର୍ଟର ବୟସ ସେମାନଙ୍କ ଠାରୁ ଅଧିକ । ନର୍ଥେଓ୍ୱଷ୍ଟର୍ନୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣରେ ଏପରି ଆଶ୍ଚର୍ଯ୍ୟକର ପରିସ୍ଥିତି ଉପୁଜୁଛି । ସଂସ୍ଥା ପକ୍ଷରୁ ଏକ ଅନ୍‌ ଲାଇନ୍‌ ଟୁଲ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ବ୍ୟକ୍ତିମାନଙ୍କର କୋଲଷ୍ଟ୍ରୋଲ ଲେବଲ, ବ୍ଲଡ୍‌ ପ୍ରେସର, ବିଏମ୍‌ଆଇ, ବିଭିନ୍ନ ରୋଗ ପାଇଁ […]

କିଭଳି ଜାଣିବେ ହୃତପିଣ୍ଡର ବୟସ
Samaya Live Picture
Published On

ଆପଣଙ୍କ ବୟସ ଠାରୁ ଆପଣଙ୍କ ହାର୍ଟ ବା ହୃତପିଣ୍ଡର ବୟସ ଅଧିକ ହୋଇପାରେ । ଏକ ପରୀକ୍ଷଣ ଅନୁସାରେ ଆମେରିକାରେ କିଛି ଏଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କର ହାର୍ଟର ବୟସ ସେମାନଙ୍କ ଠାରୁ ଅଧିକ । ନର୍ଥେଓ୍ୱଷ୍ଟର୍ନୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣରେ ଏପରି ଆଶ୍ଚର୍ଯ୍ୟକର ପରିସ୍ଥିତି ଉପୁଜୁଛି । ସଂସ୍ଥା ପକ୍ଷରୁ ଏକ ଅନ୍‌ ଲାଇନ୍‌ ଟୁଲ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ବ୍ୟକ୍ତିମାନଙ୍କର କୋଲଷ୍ଟ୍ରୋଲ ଲେବଲ, ବ୍ଲଡ୍‌ ପ୍ରେସର, ବିଏମ୍‌ଆଇ, ବିଭିନ୍ନ ରୋଗ ପାଇଁ ଖାଉଥିବା ଔଷଧ, ଧୂମପାନ ଅଭ୍ୟାସ, ମଧୁମେହ ଆଦି ଉପରେ ସମସ୍ତ ତଥ୍ୟ ଗ୍ରହଣ କରାଯାଇଥିଲା । ଯାହାକୁ ସମୀକ୍ଷା କରି ଏହି ହାର୍ଟ ଏଜ୍‌ ବା ହୃତପିଣ୍ଡ ବୟସ ନିର୍ଦ୍ଧାରଣ କରାଯାଇଥିଲା । ତେବେ ଏହି ପରୀକ୍ଷଣ ପଛର ମୂଳ ଉଦ୍ଦେଶ୍ୟ ଲୋକମାନଙ୍କୁ ସେମାନଙ୍କ ହାର୍ଟ ଏଜ୍‌ ସମ୍ପର୍କରେ ସଚେତନା କରାଇବା ।

Tags: